କନୌଜ: ପବିତ୍ର ମା ଗଙ୍ଗା ନଦୀ କୂଳରେ ଅବସ୍ଥିତ କନୌଜ ସହର କେବେ ଥିଲା ରାଜା ହର୍ଷବର୍ଦ୍ଧନଙ୍କ ରାଜଧାନୀ । କନୌଜ ଏହାର ଗୌରବଶାଳୀ ଇତିହାସ ପାଇଁ ସମଗ୍ର ଦେଶରେ ପାଇଛି ପ୍ରସିଦ୍ଧି । କିନ୍ତୁ ଏଠାକାର ସୁଗନ୍ଧିତ ଅତର ପୁରା ବିଶ୍ବରେ ସୃଷ୍ଟି କରିଛି ସ୍ବତନ୍ତ୍ର ପରିଚୟ ।
ଅନେକ ସ୍ଥାନର ଜଡିବୁଟିକୁ ଆଣି କନୌଜରେ ଅତର ପ୍ରସ୍ତୁତ କରାଯାଏ । ଏହାକୁ ପ୍ରସ୍ତୁତ ପରେ ଭାରତ ଓ ବିଦେଶରେ ଏହି ସୁଗନ୍ଧକୁ ବିସ୍ତାର କରାଯାଇଥାଏ । ଏଣୁ କନୌଜ ନାଁକୁ ସୁବର୍ଣ୍ଣ ଅକ୍ଷରେ ଲେଖାଯାଇଛି । କନୌଜ ସୁଗନ୍ଧର ସହର ।
କୁହନ୍ତି କି, କନୌଜରେ ଅତର ନାଳରେ ବହିଥାଏ । ଏଇଥିପାଇଁ ସୁଗନ୍ଧିତ ଅତର ପାଇଁ ସୁପ୍ରସିଦ୍ଧ ଏହି ସହରକୁ ମାନାଯାଉଛି ଅତରର ରାଜଧାନୀ । ଦୀର୍ଘ 17 ଶତାବ୍ଦୀ ଧରି କନୌଜରେ ଅତର କରି କାମ ହୋଇ ଆସୁଛି । ବିଶେଷଜ୍ଞ କୁହନ୍ତି କି ଅତର ତିଆରି ପଦ୍ଧତି ପାରସ୍ୟ ବା ଇରାନ କାରିଗରଙ୍କ ଠାରୁ ଶିଖିବାକୁ ମିଳିଥିଲା ।
ଏହି ପଦ୍ଧତି ପ୍ରାୟ ଦ୍ବାଦଶ ଶତାବ୍ଦୀର । ଆଜି ଏହାର ସ୍ବରୂପ ସାମାନ୍ୟ ବଦଳିଯାଇଛି । ଆମେ ଏହି ତମ୍ବା ପାତ୍ର ଏବଂ ଭବକରେ ଅତର ତିଆରି କରୁ । ପ୍ରଥମେ ଆମେ ବାଷ୍ପ କରୁ, ତା’ପରେ ଏହାକୁ ପାଣିରେ ଘନୀଭୂତ କରି ଏକ ସୁଗନ୍ଧିତ ଅତର ପ୍ରସ୍ତୁତ ହୁଏ ବୋଲି କୁହନ୍ତି ଉତ୍ପାଦନକାରୀ ।
ଅତରକୁ ନେଇ ଏକ ଲୋକକଥା ପ୍ରଚଳିତ ରହିଛି କି.. ସପ୍ତଦଶ ଶତାବ୍ଦୀରେ ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କ ବେଗମ ନୁରଜାହାଁ ଯେଉଁ କୁଣ୍ଡର ସ୍ନାନ କରୁଥିଲେ, ସେଥିରେ ଗୋଲାପର ପାଖୁଡାକୁ ତୋଳି ପକାଯାଉଥିଲା । ଆଉ ଥରେ ନୁରଜହାଁ ଦେଖିଲେ କି ଗୋଲାପ ପାଖୁଡା ପାଣିରେ ତାର ତେଲ ଛାଡୁଛି । ଏହା ପରେ ଗୋଲାପ ଫୁଲରୁ ସୁଗନ୍ଧିତ ତେଲ ବାହାର କରିବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଆଉ ଏହା ପରେ ଜାହାଙ୍ଗୀର ସୁଗନ୍ଧ ବାହାର ପାଇଁ ବଢାଇଥିଲେ ଅନୁସନ୍ଧାନ ।
କନୌଜକୁ ଅତର ଶିଳ୍ପର ଆରମ୍ଭ ବୋଲି କୁହାଯାଏ । ପ୍ରାକୃତିକ ସୁଗନ୍ଧର ଉତ୍ପାଦନ ପାଇଁ ଆମେ ପ୍ରସିଦ୍ଧ । ଆମ ପରିଚୟ ପ୍ରାକୃତିକ ଉତ୍ପାଦ ବୋଲି ଦାବି କରନ୍ତି ଏଠାକାର ବ୍ୟବସାୟୀ ।
ଆଜି ବି ଅତର କାରଖାନାଗୁଡ଼ିକରେ, ଡିଷ୍ଟିଲେସନ୍ ପଦ୍ଧତିରେ ତମ୍ବାର ବଡ ବଡ ପାତ୍ରରେ copper vessels ଅତର ଉତ୍ପାଦନ କରାଯାଏ ।
କ୍ଷେତରୁ ତୋଳି ଅଣାଯାଇଥିବା ଫୁଲକୁ ଭାଟିରେ ଲାଗିଥିବା ବଡ ବଡ ତମ୍ବା ପାତ୍ରରେ ରଖାଯାଏ । ଫୁଲ ଭରିବା ପରେ ଏହି ପାତ୍ରକୁ ଢାଙ୍କୁଣିରେ ଘୋଡାଇ ମାଟିରେ ଜୋର କରି ସିଲ କରିଦିଆଯାଏ । ଏହି ସବୁ ପ୍ରକ୍ରିୟା ହେବା ପରେ ଭାଟିରେ ନିଆଁ ଲଗାଇ ଦିଆଯାଏ । ଦୀର୍ଘ ଘଣ୍ଟା ଧରି ନିଆଁ କୁହୁଳିବା ପରେ ତମ୍ବା ପାତ୍ରରୁ ବାହାରୁଥିବା ବାମ୍ଫକୁ ଅନ୍ୟ ଏକ ପାତ୍ରରେ ଏକତ୍ରିତ କରାଯାଏ । ଆଉ ଏହାକୁ ସୁଗନ୍ଧିତ ଅତରରେ ପରିଣତ କରାଯାଏ ।
କନୌଜର ମାଟିରୁ ବି ମିଳିଥାଏ ସୁଗନ୍ଧ । ଏଠାକାର କୁମ୍ଭାର ଏକ ସ୍ବତନ୍ତ୍ର ପ୍ରକାର ମାଟି , ଯାହାକୁ ଚିକା ମାଟି କୁହାଯାଏ , ସେଥିରୁ ମାଟି ପିଣ୍ଡୁଳା କରିଥାଏ । ଆଉ ଏହା ଶୁଖିବା ପରେ ଅତର ବ୍ୟବସାୟୀଙ୍କୁ ବିକ୍ରି କରିଥାଏ କୁମ୍ଭାର । ଅତର କାରଖାନାରେ ଏସବୁକୁ ଆଣି ତମ୍ବା ପାତ୍ରରେ ରନ୍ଧାଯାଏ । ଏହା ପରେ ମାଟିରୁ ବାହାରୁଥିବା ସିଧା ସୁଗନ୍ଧକୁ ବେସ ଅଏଲ ସହ ମିଶାଇ ଅତର ପ୍ରସ୍ତୁତ କରାଯାଏ । ଏହାର ଉପଯୋଗ ଗୁଟଖା ଓ ତମ୍ବାଖୁରେ କରାଯାଇଥାଏ ।
କନୌଜରେ ସବୁଠୁ ଶସ୍ତା ଅତର ପ୍ରସ୍ତୁତ କରାଯାଇଥାଏ । ଆଉ ଦୁନିଆର ସବୁଠୁ ମହଙ୍ଗା ଅତର ବି ଏଠାରେ ତିଆରି ହୁଏ ।
ଅତର ବ୍ୟବସାୟୀ ମହମ୍ମଦ ଆଲାମ କହିଛନ୍ତି କି, କ୍ବାଲିଟି ହିସାବରେ ଯେଉଁଭଳି ଚାହିଦା ଥାଏ , ସେହିଭଳି ତିଆରି କରୁ । ଯେପରିକି ରୁହ ଗୁଲାବର ଦାମ କିଲୋ ପ୍ରତି 8 ଲକ୍ଷ ଟଙ୍କା ରହିଥାଏ । ଆଉ ଶମାମା ଗୁଲାବ କିଲୋ ପ୍ରତି ଲକ୍ଷେରୁ ଦୁଇ ଲକ୍ଷ ଟଙ୍କା ରହିଛି । Udd athanahl ud କିଲୋଗ୍ରାମ ପ୍ରତି 12 ରୁ 15 ଲକ୍ଷ ପର୍ଯ୍ୟନ୍ତ ରହିଛି । ଅତର ବିଦେଶକୁ ଯାଇଥାଏ, ଯେଉଁଠି ଆବଶ୍ୟକ ହୁଏ । ଆମ ଦେଶରେ ବି ଏହାର ଚାହିଦା ବହୁତ ରହିଛି । ଗୁଟଖା, ତମ୍ବାଖୁକୁ ସୁଗନ୍ଧିତ କରିବା ପାଇଁ ଏହାର ବ୍ୟବହାର କରାଯାଇଥାଏ
ଏହି ଅତର ଆସାମର ସ୍ବତନ୍ତ୍ର କାଠ ଆସାମାକିଟରୁ ତିଆରି ହୋଇଥାଏ । ଏହି ଅତରର ଗ୍ରାମ ପ୍ରତି ମୂଲ୍ୟ ରହିଛି 5 ହଜାର ଟଙ୍କା । ସେହିଭଳି ଅଦରଉଦର ବଜାର ଦାମ କିଲୋ ପିଛା 50 ଲକ୍ଷ ଟଙ୍କା ବୋଲି କହିଛନ୍ତି ବିଶେଷଜ୍ଞ । କନୌଜରେ ସୁଗନ୍ଧିତ ତୈଳ ଦାମ 25 ରୁ ନେଇ ଲକ୍ଷାଧିକ ଟଙ୍କାର ହୋଇଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ