ETV Bharat / bharat

Kanhaiyalal murder case trending on Twitter: ଆସିଲା ରାପ୍ ସଙ୍ଗ୍, ଗୀତରେ ରହିଛି ହତ୍ୟାକାଣ୍ଡର ବର୍ଣ୍ଣନା

author img

By

Published : Sep 14, 2022, 8:25 PM IST

ବହୁଚର୍ଚ୍ଚିତ କହ୍ନେୟାଲାଲ ହତ୍ୟାକାଣ୍ଡ ନେଇ ଆସିଲା ରାପ୍ ସଙ୍ଗ୍‌ (Kanhaiyalal is trending on Twitter )। ଗୀତରେ ରହିଛି ହତ୍ୟାକାଣ୍ଡର ବର୍ଣ୍ଣନା । କହ୍ନେୟାଙ୍କ ପୁଅ କହିଲେ, ଏବେବି ଆମେ ମାନସିକ ଯନ୍ତ୍ରଣାରୁ ବାହାରି ପାରିନାହୁଁ (KanhaiyaLal Murder Case) । ଦୋଷୀକୁ ଶୀଘ୍ର ଦଣ୍ଡ ମିଳୁ । ଅଧିକ ପଢନ୍ତୁ

Kanhaiyalal murder case trending on Twitter: ଆସିଲା ରାପ୍ ସଙ୍ଗ୍, ଗୀତରେ ରହିଛି ହତ୍ୟାକାଣ୍ଡର ବର୍ଣ୍ଣନା
Kanhaiyalal murder case trending on Twitter: ଆସିଲା ରାପ୍ ସଙ୍ଗ୍, ଗୀତରେ ରହିଛି ହତ୍ୟାକାଣ୍ଡର ବର୍ଣ୍ଣନା

ଜୟପୁର: ପୁଣି ଥରେ ସୋସିଆଲ ମଡିଆରେ ଚର୍ଚ୍ଚାକୁ ଆସିଛି ରାଜସ୍ଥାନର ବହୁଚର୍ଚ୍ଚିତ କହ୍ନେୟାଲାଲ ହତ୍ୟାକାଣ୍ଡ ଘଟଣା (KanhaiyaLal Murder Case) । ଦେଶ ସମେତ ବିଦେଶରେ ମଧ୍ୟ ଚର୍ଚ୍ଚାକୁ ଆସିଥିବା ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡକୁ କିଛି ମାସ ବିତିଥିବା ବେଳେ ଏବେ ଏହା ପୁଣି ଚର୍ଚ୍ଚାର ପରିସରକୁ ଆସିଛି । ଏବେ ଏହି ହତ୍ୟାକାଣ୍ଡକୁ ନେଇ ଏକ ରାପ୍ ସଙ୍ଗ୍‌ ଗାଇଛନ୍ତି ଜଣେ ଗାୟକ । ଏହି ରାପ୍ ସଙ୍ଗ୍‌ରେ ଗାୟକ ଜଣଙ୍କ ଏହି ଧର୍ମୀୟ କଠୋରତା ଓ ନିର୍ମମ ହତ୍ୟାକାଣ୍ଡକୁ ଚିତ୍ରଣ କରିଛନ୍ତି । ଜଣେ ରାପ୍ ସଙ୍ଗ୍‌ର ଏକ ଟିଭି ରିଆଲିଟି ସୋ’ରେ ଏକ ଗୀତ ଗାଇଛନ୍ତି । ଏହି ଗୀତ ମାଧ୍ୟମରେ ସେ ହତ୍ୟା ସହ ଜଡିତ ସମସ୍ତ ଦିଗ ବିଷୟରେ ଉଲ୍ଲେଖ କରିଛନ୍ତି । ତେବେ ଗୀତ ଭାଇରାଲ ହେବା ପରେ ଟ୍ବିଟରରେ ମଧ୍ୟ ପୁଣି ଟ୍ରେଣ୍ଡକୁ ଫେରିଛି (Kanhaiyalal is trending on Twitter) କହ୍ନେୟା ହତ୍ୟାକାଣ୍ଡ ମାମଲା ।

ଗୀତ ଭାଇରାଲ ପରେ ପୁଅ ରଖିଲେ ପ୍ରତିକ୍ରିୟା:-

ଗୀତ ଭାଇରାଲ ହେବା ପରେ କହ୍ନେୟାଙ୍କ ବଡ ପୁଅଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ପୁଅ ୟଶ କହିଛନ୍ତି,‘‘ ଗୀତରେ ମୋ ବାପାଙ୍କ ନିର୍ମମ ହତ୍ୟାକୁ ଉଲ୍ଲେଖ କରାଯାଇଛି । ଆମେ ତାଙ୍କୁ ସମ୍ମାନ କରୁଛୁ, କିନ୍ତୁ ଆମ ବାପାଙ୍କୁ ଏପରି ନିର୍ମମ ଭାବେ ହତ୍ୟା କରାଯିବା ଘଟଣାର ପ୍ରଭାବ ଭିତରୁ ଆମ ପରିବାର ବର୍ତ୍ତମାନ ସୁଦ୍ଧା ମଧ୍ୟ ବାହାରି ପାରିନାହିଁ । ଆମେ ଏବେ ମଧ୍ୟ ମାନସିକ ଯନ୍ତ୍ରଣା ମଧ୍ୟରେ ରହିଛୁ । ଆମେ କେବଳ ସେହି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ଅପେକ୍ଷା କରିଛୁ । ସରକାର କିଛି ବଡ ନିଷ୍ପତ୍ତି ଗ୍ରହଣ କରନ୍ତୁ, ସେହି ଦୋଷୀଙ୍କୁ ଯଥାଶୀଘ୍ର ଦଣ୍ଡ ମିଳୁ ।’’

କେମିତି ଥିଲା ପୁରା ହତ୍ୟାକାଣ୍ଡ:-

ବିଜେପିର ନିଲମ୍ବିତ ନେତ୍ରୀ ନୁପୂର ଶର୍ମାଙ୍କ ବିବାଦୀୟ ବୟାନ ପରେ ସମଗ୍ର ଦେଶର ସଂଖ୍ୟାଲଘୁମାନେ ଏହାକୁ ନେଇ ପ୍ରତିବାଦ କରିଥିଲେ । ଭାରତରେ ଆକ୍ରମଣ ନେଇ ମଧ୍ୟ କିଛି ବିଦେଶୀ ଆତଙ୍କବାଦୀ ଓ ମୌଳବାଦୀ ସଂଗଠନ ଧମକ ଦେବାକୁ ପଛାଇ ନଥିଲେ । ଏପରି ସ୍ଥଳେ ନୁପୂରଙ୍କୁ ସମର୍ଥନ କରି ସୋସିଆଲ ମିଡିଆରେ କିଛି ପୋଷ୍ଟ କରିଥିବା ରାଜସ୍ଥାନ ଉଦୟପୁରର କହ୍ନେୟାଲାଲଙ୍କୁ ଜୁନ୍ 28 ତାରିଖରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ରିୟାଜ ଓ ଗୈସ ମହମ୍ମଦ ନାମକ ଦୁଇ ଦୁର୍ବୃତ୍ତ । ତେବେ ଏମାନଙ୍କୁ ପରେ ଗିରଫ କରାଯାଇଥିବା ବେଳେ ଏହାକୁ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।

NIA ଜାରି ରଖିଛି ତଦନ୍ତ:-

ଏହି ଘଟଣାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ସୃଷ୍ଟି ହେବା ସହ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଥିଲା । ପରେ ଏହି ଘଟଣାକୁ କେବଳ ଏକ ସାଧାରଣ ହତ୍ୟାକାଣ୍ଡ ପରିବର୍ତ୍ତେ ଆତଙ୍କବାଦୀ ଷଡଯନ୍ତ୍ର ଦିଗରୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା । ପରେ ଏହି ଘଟଣାରେ ଅନ୍ୟ କିଛି ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଏବେ ଏହି ଘଟଣା ସାମାନ୍ୟ ଚର୍ଚ୍ଚା ଆଢୁଆଳକୁ ଚାଲି ଯାଇଥିବା ବେଳେ ଭାଇରାଲ ହେଉଥିବା ଏହି ରାପ୍‌ ସଙ୍ଗ୍‌ ପୁଣି ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡକୁ ସୋସିଆଲ ମିଡିଆରେ ଟ୍ରେଣ୍ଡିଂକୁ ଆଣିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.