ETV Bharat / bharat

Kamal Nath Resigns from CLP: ବିରୋଧୀ ଦଳ ନେତା ପଦରୁ କମଲ ନାଥଙ୍କ ଇସ୍ତଫା - କମଲନାଥଙ୍କ ଇସ୍ତଫା ପ୍ରସଙ୍ଗ

ମଧ୍ୟପ୍ରଦେଶ ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଲେ ବରିଷ୍ଠ ନେତା କମଲନାଥ । ଗୋବିନ୍ଦ ସିଂଙ୍କୁ ମିଳିଲା ଦାୟିତ୍ବ । ଅଧିକ ପଢନ୍ତୁ

ବିରୋଧୀ ଦଳ ନେତା ପଦରୁ କମଲ ନାଥଙ୍କ ଇସ୍ତଫା
ବିରୋଧୀ ଦଳ ନେତା ପଦରୁ କମଲ ନାଥଙ୍କ ଇସ୍ତଫା
author img

By

Published : Apr 28, 2022, 7:34 PM IST

ଭୋପାଲ: ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ବିରୋଧୀ ଦଳ ନେତା (CLP)ପଦରୁ ଇସ୍ତଫା ଦେଇଛନ୍ତି । କମଲଙ୍କ ଇସ୍ତଫାପତ୍ର ପାର୍ଟି ହାଇକମାଣ୍ଡ ସୋନିଆ ଗାନ୍ଧୀ ମଧ୍ୟ ଇସ୍ତଫା ଗ୍ରହଣ କରିଥିବା ସୂତ୍ରରୁ ସୂଚନା ମିଳିଛି ।

ସୂତ୍ରରୁ ଏହା ମଧ୍ୟ ସୂଚନା ମିଳିଛି ଯେ, ସୋନିଆ ଗାନ୍ଧୀ ଭିଣ୍ଡ ଜିଲ୍ଲାର ଲାହର ବିଧାନସଭା କ୍ଷେତ୍ରରୁ ବିଧାୟକ ଥିବା ଗୋବିନ୍ଦ ସିଂଙ୍କୁ କଂଗ୍ରେସ ବିଧାୟକ ଦଳର ନୂତନ ନେତା ଭାବରେ ନିଯୁକ୍ତ କରିଛନ୍ତି । ଜଣେ ବ୍ୟକ୍ତି ଏକ ପଦ ନୀତିରେ ପ୍ରଦେଶ କଂଗ୍ରେସ କମିଟି (PCC)ର ସଭାପତି ଥିବା କମଲଙ୍କୁ ଇସ୍ତଫା ଦେବା ପାଇଁ ଦଳ ପକ୍ଷରୁ କୁହାଯାଇଥିବା ଚର୍ଚ୍ଚା ହେଉଛି । କମଲ ବର୍ତ୍ତମାନ କେବଳ ପ୍ରଦେଶ କଂଗ୍ରେସ ମୁଖ୍ୟ ଭାବେ ଦାୟିତ୍ବରେ ତୁଲାଇବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.