ETV Bharat / bharat

ରଜନୀକାନ୍ତଙ୍କୁ ଭେଟିଲେ କମଲ ହାସନ

ଚେନ୍ନାଇରେ ସାଉଥଷ୍ଟାର ରଜନୀକାନ୍ତଙ୍କୁ ତାଙ୍କ ବାସଭବନ ପୋଶ ଗାର୍ଡେନରେ ଭେଟିଛନ୍ତି ଏମଏନଏମ (ମକ୍କାଲ ନିଧି ମୈୟାମ) ମୁଖ୍ୟ ତଥା ଅଭିନେତା କମଲ ହାସନ । ସେମାନେ ପ୍ରାୟ 30 ମିନିଟ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Feb 20, 2021, 3:47 PM IST

Kamal Haasan meets Rajinikanth at his home
ରଜନୀକାନ୍ତଙ୍କୁ ଭେଟିଲେ ଅଭିନେତା କମଲ ହାସନ

ଚେନ୍ନାଇ: ଦକ୍ଷିଣ ଭାରତୀୟ ଷ୍ଟାର ଅଭିନେତା ରଜନୀକାନ୍ତଙ୍କୁ ଭେଟିଲେ ଅଭିନେତା ତଥା ଏମଏନଏମ (ମକ୍କାଲ ନିଧି ମୈୟାମ) ମୁଖ୍ୟ କମଲ ହାସନ । ଏହାପରେ ଏହାକୁ ନେଇ ରାଜ୍ୟର ରଜନୈତିକ କ୍ଷେତ୍ରରେ ଉଷ୍ଣତା ବୃଦ୍ଧି ପାଇଛି ।

ଶନିବାର ଚେନ୍ନାଇରେ ରଜନୀକାନ୍ତଙ୍କ ବାସଭବନ ପୋଶ ଗାର୍ଡେନରେ ତାଙ୍କୁ ଭେଟିଛନ୍ତି କମଲ ହାସନ । ସେମାନେ ପ୍ରାୟ 30 ମିନିଟ ଆଲୋଚନା କରିଛନ୍ତି । ଏନେଇ କମଲଙ୍କ ଦଳ ପକ୍ଷରୁ କୁହାଯାଇଛି ଯେ 'ଏହା କେବଳ ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ରାଜନୀତି ବିଷୟରେ କୌଣସି ଆଲୋଚନା କରାଯାଇନାହିଁ ।

ସୂଚନାଥାଉକି ଆସନ୍ତା ଏପ୍ରିଲ ମାସରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ରଜନୀକାନ୍ତ ମଧ୍ୟ ତାମିଲ ରାଜନୀତିରେ ପ୍ରବେଶ କରିବା ପାଇଁ ଅଣ୍ଟା ଭିଡିଥିଲେ କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଶାରୀରିକ ଅସୁସ୍ଥତାକୁ ନେଇ ନିର୍ବାଚନ ରାଜନୀତିରୁ ଓହରିବା ନେଇ ଘୋଷଣା କରିଥିଲେ । ବର୍ତ୍ତମାନ ତାମିଲନାଡୁରେ ରାଜନୈତିକି ଉଷ୍ଣତା ବୃଦ୍ଧି ପାଇଥିବାବେଳେ ଶାସକ ଦଳ ଏଆଇଡିଏମକେ ଓ ବିଜେପି ସହ ଡିଏମକେ ଓ କଂଗ୍ରେସ ମଧ୍ୟରେ ଜୋରଦାର ଲଢେଇ ହେବାର ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.