ETV Bharat / bharat

Kerala Blast: ସୋସିଆଲ ମିଡିଆରେ ନିଜକୁ ଦାୟୀ କରିବା ପରେ ଅଭିଯୁକ୍ତର ଆତ୍ମସମର୍ପଣ

author img

By ETV Bharat Odisha Team

Published : Oct 29, 2023, 6:05 PM IST

କେରଳ ବିସ୍ଫୋରଣ ପାଇଁ ନିଜକୁ ସୋସିଆଲ ମିଡିଆରେ ଦାୟୀ କରିବା ପରେ ଆତ୍ମସମର୍ପଣ କଲା ଅଭିଯୁକ୍ତ । ଜେରା ଜାରି ରଖିଛି ପୋଲିସ । ସଂଧ୍ୟାରେ ଦିଲ୍ଲୀରୁ ପହଞ୍ଚିବ NIA ଓ NSG ଟିମ୍‌ । ସର୍ବଦଳୀୟ ବୈଠକ ଡାକିଲେ ବିଜୟନ । ଅଧିକ ପଢନ୍ତୁ

Kalamassery Blast : ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିବା ପରେ କଲା ଆତ୍ମସମର୍ପଣ

ଥିରୁଅନନ୍ତପୁରମ: ଆଜି ପୂର୍ବାହ୍ନରେ କେରଳର ଏର୍ଣ୍ଣାକୁଲମର କାଲାମାସେରିରେ ଏକ ଧାର୍ମିକ ସ୍ଥଳୀରେ ହୋଇଥିବା ସିରିଜ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ଜଣେ ବ୍ୟକ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ଏହି ସିରିଜ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିବାର କିଛି ସମୟ ମଧ୍ୟରେ ପୋଲିସ ନିକଟରେ ସେ ଆତ୍ମସମର୍ପଣ ମଧ୍ୟ କରିଛି । ଏହି ଆତ୍ମଘୋଷିତ ଅଭିଯୁକ୍ତ ନିଜକୁ ଡୋମିନିକ୍ ମାର୍ଟିନ ବୋଲି ପରିଚୟ ଦେବା ସହ ଥ୍ରୀସୁର ଜିଲ୍ଲାର ଏକ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ସେ ଯିହୋବା ଓ୍ବିଟନେସ ଗୋଷ୍ଠୀ (Jehovah's Witnesses)ର ସଦସ୍ୟ ବୋଲି ମଧ୍ୟ ନିଜେ ପରିଚୟ ଦେଇଛି । ଏହି ଗୋଷ୍ଠୀ ହିଁ କନଭେନସନ ସେଣ୍ଟରରେ ପ୍ରାର୍ଥନା ସଭା ଆୟୋଜନ କରିଥିଲା ।

  • #WATCH | On the blast at Zamra International Convention & Exhibition Centre, Kalamassery, Kerala ADGP (law and order) MR Ajith Kumar, says "One person has surrendered in Kodakra Police Station, in Thrissur Rural, claiming that he has done it. His name is Dominic Martin and he… pic.twitter.com/q59H7TaQC7

    — ANI (@ANI) October 29, 2023 " class="align-text-top noRightClick twitterSection" data=" ">

ଆତ୍ମସମର୍ପଣ କରିବା ପୂର୍ବରୁ 44 ବର୍ଷୀୟ ଡୋମିନିକ୍ ମାର୍ଟିନ ଫେସବୁକରେ ଏକ ଭିଡିଓ ପୋଷ୍ଟ କରିଥିଲା । ଯେଉଁଥିରେ ସେ ଏହି ଆକ୍ରମଣକୁ ଯଥାର୍ଥ ବୋଲି ଦର୍ଶାଇଥିଲା । ଉଭୟ ସ୍ଥାନୀୟ ମାଲାୟାଲମ୍ ଓ ହିନ୍ଦୀ ଭାଷାରେ ସେ ଏହି ଭିଡିଓ ଜାରି କରି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା । ତାର ମାତ୍ର କିଛି ସମୟ ମଧ୍ୟରେ ସେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ପୋଲିସ ତାକୁ କୌଣସି ଅଜ୍ଞାତ ସ୍ଥାନକୁ କଡା ସୁରକ୍ଷା ମଧ୍ୟରେ ନେଇ ଜେରା କରୁଛି ।

କେରଳ ଏଡିଜିପି (ଆଇନ ଶୃଙ୍ଖଳା) ଏମ.ଆର ଅଜିତ କୁମାର ଗଣମାଧ୍ୟମକୁ କହିଛନ୍ତି ଯେ, ଏହି ବିସ୍ଫୋରଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ 50ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ଗୁରୁତର ମଧ୍ୟ ରହିଛନ୍ତି । ସେମାନଙ୍କ ଚିକିତ୍ସା ଜାରି ରହିଛି । ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରି ଆତ୍ମସମର୍ପଣ କରିଥିବା ଅଭିଯୁକ୍ତ ସମ୍ପର୍କରେ ତଦନ୍ତ କରାଯାଉଛି । ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ ଏହା ଏକ ଆଇଇଡି ବିସ୍ଫୋରଣ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ :- କେରଳରେ ସିରିଜ ବ୍ଲାଷ୍ଟ, ହମାସ- ଇସ୍ରାଏଲ ଯୁଦ୍ଧ ଲିଙ୍କ୍‌ !

ଅନ୍ୟପଟେ ଏହି ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଛି । ଇସ୍ରାଏଲ ହମାସ ଯୁଦ୍ଧ ସହ ଏହି ଆକ୍ରମଣର ସଂଯୋଗ ରହିଥିବା ସନ୍ଦେହ ହେବା ପରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଓ ଏନଏସଜି ଟିମ ଦିଲ୍ଲୀରୁ କୋଚି ଅଭିମୁଖେ ବାହାରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସହ କଥା ହୋଇଛନ୍ତି । ବିଜୟନ ଏହାକୁ ଦୁର୍ଭାଗ୍ୟଜନକ କହିବା ସହ ଆସନ୍ତାକାଲି ସର୍ବଦଳୀୟ ବୈଠକ ମଧ୍ୟ ଡାକିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.