ETV Bharat / bharat

୧୦ ଟଙ୍କିଆ କର୍ଣ୍ଣାଟକ ଡାକ୍ତରଙ୍କ ପ୍ରଶଂସାରେ ଶତମୁଖ ପ୍ରଧାନମନ୍ତ୍ରୀ ମୋଦି - କର୍ଣ୍ଣାଟକର ଦଶ ଟଙ୍କିଆ ଡାକ୍ତର

କର୍ଣ୍ଣାଟକର ୧୦ ଟଙ୍କିଆ ଡାକ୍ତରଙ୍କୁ ଚିଠି ଲେଖି ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

୧୦ ଟଙ୍କିଆ କର୍ଣ୍ଣାଟକ ଡାକ୍ତରଙ୍କ ପ୍ରଶଂସାରେ ଶତମୁଖ ପ୍ରଧାନମନ୍ତ୍ରୀ ମୋଦି

author img

By

Published : Jul 31, 2022, 7:46 AM IST

ବେଙ୍ଗାଲୁରୁ: କର୍ଣ୍ଣାଟକ କଲାବୁରଗି ଅଞ୍ଚଳର ୧୦ ଟଙ୍କିଆ ଡାକ୍ତରଙ୍କ ପ୍ରଶଂସାରେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ଡାକ୍ତର ମାଲ୍ଲାରାଓ ମାଲିଙ୍କ ସେବାକୁ ଭୂୟସୀ ପ୍ରଶଂସା କରିଛନ୍ତି । ଏହି ଡାକ୍ତରଙ୍କୁ ୭୪ ବର୍ଷ ବୟସ ହୋଇଥିବା ବେଳେ ସେ ନିସ୍ବାର୍ଥପର ଭାବେ ଲୋକଙ୍କ ସେବା କରିଆସୁଥିବା ବେଳେ ଏଥିଲାଗି ମାତ୍ର ୧୦ ଟଙ୍କା ନେଉଥିବା ଜଣାପଡ଼ିଛି ।

୧୦ ଟଙ୍କିଆ କର୍ଣ୍ଣାଟକ ଡାକ୍ତରଙ୍କ ପ୍ରଶଂସାରେ ଶତମୁଖ ପ୍ରଧାନମନ୍ତ୍ରୀ ମୋଦି
୧୦ ଟଙ୍କିଆ କର୍ଣ୍ଣାଟକ ଡାକ୍ତରଙ୍କ ପ୍ରଶଂସାରେ ଶତମୁଖ ପ୍ରଧାନମନ୍ତ୍ରୀ ମୋଦି

ସେ ୪୦ ବର୍ଷ ଧରି ଏହି ସେବାରେ ନିୟୋଜିତ ଥିବା ବେଳେ କମ ଅର୍ଥରେ ରୋଗୀଙ୍କ ଚିକିତ୍ସା କରୁଛନ୍ତି । ଏଥିଲାଗି ଜଗତ ସର୍କଲରେ ଥିବା ତାଙ୍କ ହସ୍ପିଟାଲ ଆଗରେ ଲୋକଙ୍କ ଲମ୍ବା ଲାଇନ ଲାଗୁଛି । ସେ କୋଭିଡ଼ ମହାମାରୀ ସମୟରେ ମଧ୍ୟ ସେବା ଯୋଗାଇ ଆସୁଥିଲେ । ଅନେକ ଅଭିଜ୍ଞ ଡାକ୍ତର କୋରୋନା ଭୟରେ ରୋଗୀ ସେବା ବନ୍ଦ କରିଥିବା ବେଳେ ସେ ଏହି ସେବା ଜାରି ରଖିଥିଲେ । ଏହାସହିତ ସେ ପ୍ରାୟ ୨ ଲକ୍ଷ ଲୋକଙ୍କୁ ଟିକା ମଧ୍ୟ ଦେଇଛନ୍ତି ।

ଡାକ୍ତରଙ୍କୁ ମୋଦିଙ୍କ ଚିଠି
ଡାକ୍ତରଙ୍କୁ ମୋଦିଙ୍କ ଚିଠି

ପ୍ରଧାନମନ୍ତ୍ରୀ ମୋଦି ଏହି ଡାକ୍ତରଙ୍କୁ ଚିଠି ଲେଖି ଧନ୍ୟବାଦ ଜଣାଇଛନ୍ତି । ଭାରତ କୋରୋନା ମହାମାରୀ ସମୟରେ ଭୟଭୀତ ଥିବା ବେଳେ ଏଭଳି ଜଣେ ନିର୍ଭୀକ ଡାକ୍ତରଙ୍କ ସେବାକୁ ମୋଦି ପ୍ରଶଂସା କରିଛନ୍ତି । ଏଥିଲାଗି ସେ ଡାକ୍ତରଙ୍କ ପରିବାରକୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.