ETV Bharat / bharat

କାଚ୍ଚା ବାଦାମ ଫେମ୍‌ ସିଙ୍ଗର ଭୁବନ ବାଦ୍ୟକର ସଡକ ଦୁର୍ଘଟଣାରେ ଆହତ, ହସ୍ପିଟାଲରେ ଭର୍ତ୍ତି - କଚ୍ଚା ବାଦାମ ଗାୟକ ଭୁବନ ବାଦକର

କଚ୍ଚା ବାଦାମ ଗୀତ ଗାଇ ରାତାରାତି ଷ୍ଟାର ହୋଇଥିବା ବାଦାମ ବିକାଳି ଭୁବନ ବାଦ୍ୟକରଙ୍କ ସଡ଼କ ଦୁର୍ଘଟଣା ହେଇଥିବା ଜଣାପଡ଼ିଛି । ଦୁର୍ଘଟଣାରେ ତାଙ୍କ ଛାତିରେ ଆଘାତ ଲାଗିଛି। ଅଧିକ ପଢ଼ନ୍ତୁ

kacha badam singer bhuban badayakar injured in road accident
କଚ୍ଚା ବାଦାମ ଗାୟକ ଭୁବନ ବାଦକରଙ୍କ ସଡ଼କ ଦୁର୍ଘଟଣା, ଛାତିରେ ଲାଗିଲା ଆଘାତ
author img

By

Published : Mar 1, 2022, 10:26 AM IST

କୋଲକାତା: କଚ୍ଚା ବାଦାମ ଗୀତ ଗାଇ ରାତାରାତି ଷ୍ଟାର ହୋଇଥିବା ବାଦାମ ବିକାଳି ଭୁବନ ବାଦ୍ୟକରଙ୍କ ସଡ଼କ ଦୁର୍ଘଟଣା ହେଇଥିବା ଜଣାପଡ଼ିଛି । ଗତକାଲି (ସୋମବାର) ରାତିରେ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ତାଙ୍କ ଛାତିରେ ଆଘାତ ଲାଗିଥିବା ଜଣାପଡ଼ିଛି।

ଭୁବନ ବାଦ୍ୟକର, କିଣିଥିବା ସେକେଣ୍ଡ ହ୍ୟାଣ୍ଡ କାର, ଗାଁରେ ଚଲାଇବା ସମୟରେ ତାଙ୍କର ଦୁର୍ଘଟଣା ହୋଇଥିଲା । ଏହାପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ପଶ୍ଚିମବଙ୍ଗ ବିରଭୂମ ଜିଲ୍ଲାର କୁରାଲଜୁରୀ ଗ୍ରାମର ବାସିନ୍ଦା ଅଟନ୍ତି । ସେ ଗାଁ ଗାଁ ବୁଲି ବାଦାମ ବିକ୍ରି କରି ନିଜ ଜୀବିକା ନିର୍ବାହନ କରିଥାନ୍ତି । ଲୋକଙ୍କୁ ବାଦାମ କିଣିବା ପାଇଁ ନିଜ ଆଡ଼କୁ ଆକର୍ଷିତ କରିବା ନେଇ ସାଇକେଲରେ ବୁଲି ବୁଲି ମଧୁର କଣ୍ଠରେ ଗୀତ ଗାଇଥାନ୍ତି । ତାଙ୍କର ଏହି ଗୀତକୁ କେହି ଜଣେ ରେକର୍ଡ କରି ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ଯାହା ତାଙ୍କୁ ରାତାରାତି ଷ୍ଟାର ବନାଇଦେଲା । ତାଙ୍କର ଏହି ଗୀତ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ଏବଂ ସେଲିବ୍ରଟିଙ୍କଠାରୁ ଆରମ୍ଭ କରି ସୋସିଆଲ ମିଡିଆ ୟୁଜର୍ସମାନେ ଏହି ଗୀତରେ ରିଲ୍ସ ମଧ୍ୟ କରୁଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.