ETV Bharat / bharat

Delhi Liquor Policy case: କେସିଆରଙ୍କ ଝିଅଙ୍କୁ EDର ସମନ, ଆସନ୍ତାକାଲି ହାଜର ହେବାକୁ ନିର୍ଦ୍ଦେଶ

author img

By

Published : Mar 8, 2023, 10:03 AM IST

Updated : Mar 8, 2023, 10:50 AM IST

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା । ଆସନ୍ତାକାଲି ପୁଣିଥରେ ଜେରାର ସାମ୍ନା କରିବେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ କବିତା । ଅଧିକ ପଢନ୍ତୁ

Delhi Liquor Policy case
Delhi Liquor Policy case

ହାଇଦ୍ରାବାଦ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଜାରି ରହିଛି ଧରପଗଡ । ଏହି ମାମଲାରେ ପଚରାଉଚରା ପାଇଁ ପୁଣିଥରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ. କବିତାଙ୍କୁ ଇଡିରୁ ଡକରା ଆସିଛି । ଆସନ୍ତାକାଲି ଦିଲ୍ଲୀ ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) କାର୍ଯ୍ୟାଳୟରେ ହାଜର ହେବାକୁ ଏମଏଲସି କବିତାଙ୍କୁ ସମନ ଜାରି ହୋଇଛି । ଏହି ସମୟରେ ମଦ ଦୁର୍ନୀତି ମାମଲା ସଂକ୍ରାନ୍ତରେ କବିତାଙ୍କୁ ଗୁଡାଇତୁଡାଇ ପ୍ରଶ୍ନ କରିବ ଇଡି । ଏହାପୂର୍ବରୁ ଡିସେମ୍ବର ୧୨ ତାରିଖରେ ସିବିଆଇ ବିଆରଏସ ନେତ୍ରୀଙ୍କୁ ତାଙ୍କର ହାଇଦ୍ରାବାଦ ସ୍ଥିତ ବାସଭବନରେ ଦୀର୍ଘ ୭ ଘଣ୍ଟା କାଳ ଜେରା କରିଥିଲା ।

ହାଇଦ୍ରାବାଦର ବ୍ୟବସାୟୀ ଅରୁଣ ରାମଚନ୍ଦ୍ର ପିଲାଇଙ୍କ ଗିରଫଦାରୀର ଦିନକ ପରେ କେସିଆରଙ୍କ ଝିଅ ତଥା ବିଆରଏସ ନେତ୍ରୀ କବିତାଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀ କୋର୍ଟ ଗତକାଲି ବ୍ୟବସାୟୀ ଅରୁଣ ରାମଚନ୍ଦ୍ରଙ୍କୁ ମାର୍ଚ୍ଚ ୧୩ ଯାଏଁ ଏବଂ ମଦ ବ୍ୟବସାୟୀ ବରୁଣ ଅମନଦୀପଙ୍କୁ ୨୧ ତାରିଖ ଯାଏଁ ଇଡି ହେପାଜତକୁ ପଠାଇଥିଲେ । ଅରୁଣ ସାଉଥ ଗ୍ରୁପ ସହ ଜଡିତ ଥିବା ଅଭିଯୋଗ ହୋଇଛି ।

ସିବିଆଇ ଓ ଇଡି ଅଭିଯୋଗ କରିଛି ଯେ, ବିଆରଏସ ନେତ୍ରୀ କବିତା ସାଉଥ ଗ୍ରୁପର ଅଂଶ ଥିଲେ ଯେଉଁ ସଂସ୍ଥା ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତିରେ ସମ୍ପୃକ୍ତ ଥିଲା । ଆପ୍‌ର କମ୍ୟୁନିକେସନ ଗ୍ରୁପ ଇନଚାର୍ଜ ସାଉଥ ଗ୍ରୁପ ଠାରୁ ୧୦୦ କୋଟି ଟଙ୍କା ନେଇଥିଲେ । ଏହି ଗ୍ରୁପ ସହ ବିଆରଏସ ନେତ୍ରୀ କବିତା, ଆନ୍ଧ୍ର ୱାଇଏସଆର ସାଂସଦ ମାଗୁନ୍ତ ଶ୍ରୀନିବାସୁଲୁ ରେଡ୍ଡୀ ଓ ତାଙ୍କ ପୁଅ ଜଡିତ ରହିଥିଲେ । ଏହି ଘଟଣାରେ ପୂର୍ବରୁ ଆନ୍ଧ୍ର ସାଂସଦଙ୍କ ପୁଅକୁ ଇଡି ଗିରଫ କରିଥିଲା ।

ଏହାମଧ୍ୟ ପଢନ୍ତୁ: Bhaang ki goli: ଜୋମାଟୋକୁ ଭାଙ୍ଗ ମାଗିଲେ ଯୁବକ, ଦିଲ୍ଲୀ ପୋଲିସ ଦେଲା ଏମିତି ପରାମର୍ଶ

ଏଠାରେ ଉଲ୍ଲେଖଯୋଗ୍ୟ, ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ ସମୟରେ ଆପ୍ ସରକାର କୋଟିକୋଟି ଟଙ୍କା ଦୁର୍ନୀତି କରିଥିବା ପ୍ରଥମେ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ଅଭିଯୋଗ ଆଣିଥିଲେ । ସେ ଏହି ମାମଲାର ସିବିଆଇ ତଦନ୍ତ ପାଇଁ ଆବେଦନ କରିଥିଲେ । ଏହାପରେ ଏହି ଅନିୟମିତତା ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ସମେତ ଦିଲ୍ଲୀ ଓ ହାଇଦ୍ରାବାଦ ଭିତ୍ତିକ ଅନେକ ବଡବଡ ମଦ ବ୍ୟବସାୟୀଙ୍କ ନାଁ ଉଠିଥିଲା । ନିକଟରେ ସିସୋଦିଆଙ୍କୁ ସିବିଆଇ ଗିରଫ କରିଛି ।

Last Updated : Mar 8, 2023, 10:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.