ETV Bharat / bharat

New CJI: 49ତମ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ ୟୁୟୁ ଲଲିତ

author img

By

Published : Aug 10, 2022, 6:23 PM IST

ଜଷ୍ଟିସ ଉଦୟ ଉମେଶ ଳଲିତ ହେଲେ ଦେଶର 49ତମ ପ୍ରଧାନ ବିଚାରପତି । ନିଯୁକ୍ତିକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟର ବିଜ୍ଞପ୍ତି । 27ରେ ଗ୍ରହଣ କରିବେ ଶପଥ । ଅଧିକ ପଢନ୍ତୁ

New CJI: 49ତମ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ ୟୁୟୁ ଲଲିତ
New CJI: 49ତମ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ ୟୁୟୁ ଲଲିତ

ନୂଆଦ୍ଲିଲୀ: ଦେଶର 49ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହେଲେ ଜଷ୍ଟିସ ୟୁୟୁ ଳଲିତ (Uday Umesh Lalit) । ତାଙ୍କ ନାମ ବିଦାୟୀ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମଣାଙ୍କ ଦ୍ବାରା ସୁପାରିଶ ହୋଇଥିଲା । ଆଜି ତାଙ୍କୁ ବିଧିବଦ୍ଧ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର । ଲଳିତଙ୍କ ନିଯୁକ୍ତିକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ନେଇ ଏକ ପ୍ରେସବାର୍ତ୍ତା ମାଧ୍ୟମରେ ସୂଚନା ଦେଇଛି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ।

ଜଷ୍ଟିସ ଲଳିତ ଏବେ ସର୍ବୋଚ୍ଚ କୋର୍ଟରେ ଜଣେ ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି । ସେ ଆସନ୍ତା 27 ତାରିଖରେ ଔପଚାରିକ ଭାବେ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିବେ । କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି, ଭାରତୀୟ ସମ୍ବିଧାନର କ୍ଲଚ-2 ଅଧୀନ ଧାରା 124 ଅନୁସାରେ ଜଷ୍ଟିସ ଲଳିତଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ଅନୁମୋଦନ ଦେଇଛନ୍ତି । ଅଗଷ୍ଟ 27 ତାରିଖରେ ସେ ବିଦାୟୀ ପ୍ରଧାନ ବିଚାରପତିଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିବେ ।

ଭାରତୀୟ ନ୍ୟାୟିକ ପରମ୍ପରା ଅନୁସାରେ, ଅବସର ନେବା ପୂର୍ବରୁ ପ୍ରଧାନ ବିଚାରପତି ହିଁ ତାଙ୍କର ପରବର୍ତ୍ତୀ ଉତ୍ତାରଧିକାରୀ ଚୟନ କରିବା ଓ କେନ୍ଦ୍ର ସରକାରଙ୍କୁ ନିଯୁକ୍ତି ନେଇ ସୁପାରିଶ କରିବାର ବ୍ୟବସ୍ଥା ରହିଛି । ସେହି କ୍ରମରେ ସେବା ନିବୃତ୍ତ ହେବାକୁ ଯାଉଥିବା ପ୍ରଧାନ ବିଚାରପତି ଏନ.ଭି ରମଣା ଜଷ୍ଟିସ ୟୁ.ୟୁ ଲଳତିଙ୍କ ନାମ ସୁପାରିଶ କରିଥିଲେ । ପରବର୍ତ୍ତୀ ପ୍ରକ୍ରିୟା ଶେଷ ହେବା ପରେ ତାଙ୍କୁ ଆଜି ରାଷ୍ଟ୍ରପତିଙ୍କ ପକ୍ଷରୁ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ମିଳିଛି । ଗଣତାନ୍ତ୍ରିକ ଦେଶ ଭାରତରେ ସମ୍ବିଧାନର ଜାଗ୍ରତ ପ୍ରହରୀ କୁହାଯାଉଥିବା ନ୍ୟାୟପାଳିକାର ସର୍ବୋଚ୍ଚ ପଦ ଗ୍ରହଣ କରିବେ ଜଷ୍ଟିସ ଉଦୟ ଉମେଶ ଲଳିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.