ETV Bharat / bharat

AP 3 Capitals Issue: ନ୍ୟାୟପାଳିକା ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ଜଗନ

ନ୍ୟାୟପାଳିକା ସୀମା ଅତିକ୍ରମ କରିଛି । ଆନ୍ଧ୍ରପ୍ରଦେଶ ରାଜ୍ୟର ୩ ରାଜଧାନୀ ପ୍ରତିଷ୍ଠା ସମସ୍ୟା ନିମନ୍ତେ ମାର୍ଚ୍ଚ ୩ରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଦେଇଥିବା ରାୟ ଉପରେ ଏମିତି କିଛି କହିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀ । ଅଧିକ ପଢନ୍ତୁ

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀ

author img

By

Published : Mar 25, 2022, 4:16 PM IST

ଅମରାବତୀ: ନ୍ୟାୟପାଳିକା ସୀମା ଅତିକ୍ରମ କରିଛି । ଆନ୍ଧ୍ରପ୍ରଦେଶ ରାଜ୍ୟର ୩ ରାଜଧାନୀ ପ୍ରତିଷ୍ଠା ସମସ୍ୟା ନିମନ୍ତେ ମାର୍ଚ୍ଚ ୩ରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଦେଇଥିବା ରାୟ ଉପରେ ଏମିତି କିଛି କହିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀ । ଏହା କାର୍ଯ୍ୟକାରୀ ହେବା ନାହିଁ ବୋଲି କହିଛନ୍ତି ଆନ୍ଧ୍ର ସିଏମ । ମାର୍ଚ୍ଚ 3 ତାରିଖରେ ଶୁଣାଯାଇଥିବା ରାୟକୁ ନେଇ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ, ବିଧାନସଭା ବାଚସ୍ପତି ଟି ସୀତାରାମ, ବିଧାନସଭା ବ୍ୟାପାର ମନ୍ତ୍ରୀ ବୁଗାନା ରାଜେନ୍ଦ୍ରନାଥ ଏବଂ ଅନ୍ୟ ସଦସ୍ୟ ହାଇକୋର୍ଟଙ୍କ ଉପରେ ବର୍ଷିଛନ୍ତି ।

ଅମରାବାତୀକୁ ରାଜଧାନୀ କରିବା ପାଇଁ ନିର୍ଦ୍ଦେଶ ହୋଇଛି । ୬ ମାସ ଭିତରେ ଏହା ଶେଷ କରିବାକୁ କୁହାଯାଇଛି । ପ୍ରଧାନ ବିଚାରପତି ପ୍ରଶାନ୍ତ କୁମାର ମିଶ୍ରଙ୍କ ନେତୃତ୍ବରେ ତିନିଜଣିଆ ଖଣ୍ଡପୀଠ ଦ୍ବାରା ପ୍ରଦାନ କରାଯାଇଥିବା ହାଇକୋର୍ଟଙ୍କ ରାୟ କେବଳ ସମ୍ବିଧାନ ନୁହେଁ ବିଧାନସଭାର କ୍ଷମତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ସଙ୍ଘୀୟ ଆତ୍ମା ​​ଏବଂ ବିଧାନସଭା କ୍ଷମତା ବିରୁଦ୍ଧରେ ଥିଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେ ଆହୁରି କହିଛନ୍ତି, ନ୍ୟାୟପାଳିକା ଆଇନ ପ୍ରଣୟନ କରିବ କି? ତେବେ ବ୍ୟବସ୍ଥାପିକାର କିଛି ମାନେ ନାହିଁ । ନ୍ୟାୟପାଳିକା ତାର ସୀମା ଅତିକ୍ରମ କରିସାରିଛି ଯାହାର କୌଣସି ଗ୍ୟାରେଣ୍ଟି ନାହିଁ । ହାଇକୋର୍ଟଙ୍କୁ ଅପମାନିତ କରିବା ପାଇଁ ଆମେ ଏହି ଗୃହ ପରିଚାଳନା କରୁନାହୁଁ । ହାଇକୋର୍ଟଙ୍କ ପ୍ରତି ଆମର ବହୁତ ସମ୍ମାନ ଅଛି । ଏଥି ସହିତ ବିଧାନସଭାର ସମ୍ମାନ ଏବଂ କ୍ଷମତାର ସୁରକ୍ଷା ପାଇଁ ବିଧାନସଭାର ଦାୟିତ୍ବ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ହାଇକୋର୍ଟଙ୍କ ରାୟ କାର୍ଯ୍ୟକାରୀ ହେବ ନାହିଁ । ରାଜଧାନୀ ନିର୍ମାଣ କରିବାକୁ ଅତିକମରେ ୪୦ ବର୍ଷ ଲାଗିବ ଏବଂ ଏଥିପାଇଁ 1.9 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି ଜଗନ ।

ଆନ୍ଧ୍ର ରାଜଧାନୀ ଅମରାବତୀରୁ ଖୁବଶୀଘ୍ର ବିଶାଖାପାଟନମକୁ ସ୍ଥାନାନ୍ତରିତ ହେବା ନେଇ ଆଲୋଚନା ହେଉଛି । ଆସନ୍ତା ଏପ୍ରିଲରେ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀ ରାଜଧାନୀ ବିଶାଖାପାଟନମକୁ ସ୍ଥାନାନ୍ତର କରିପାରନ୍ତି ବୋଲି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ରେଡ୍ଡୀ ରାଜ୍ୟରେ ତିନୋଟି ରାଜଧାନୀ କରିବାକୁ ଚାହୁଁଥିବା ଚର୍ଚ୍ଚା ହେଉଥିଲା । ହେଲେ ଯାହା କୁହାଯାଉଛି ମୁଖ୍ୟମନ୍ତ୍ରୀ କେବଳ ବିଶାଖାପାଟନମରେ ରାଜଧାନୀ ପ୍ରତିଷ୍ଠା କରିବେ । ଚଳିତ ବର୍ଷ ଏପ୍ରିଲ ୨ରେ ତେଲୁଗୁ ନବବର୍ଷ ପଡୁଛି । ପ୍ରାପ୍ତ ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ଗୁରୁବାର ବିଶାଖାପାଟନମକୁ ନିଜର ନୂଆ ଗନ୍ତବ୍ୟସ୍ଥଳ କରିବା ନେଇ ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.