ETV Bharat / bharat

ରାଗିଲେ ବିଚାରପତି, ସିଙ୍ଘମ ଷ୍ଟାଇଲ ନିଶ କାଟିଲେ ପୋଲିସ କର୍ମୀ - ସିଙ୍ଘମ ଷ୍ଟାଇଲ ନିଶ କାଟିଲେ ପୋଲିସ କର୍ମୀ

ସିଙ୍ଘମ ଷ୍ଟାଇଲ୍‌ରେ ନିଶ ରଖି ବିଚାରପତିଙ୍କ କ୍ରୋଧର ଶିକାର ହେଲେ କନେଷ୍ଟବଳ । ବିଚାରପତିଙ୍କ ନିର୍ଦ୍ଦେଶ ପରେ ଶେଷରେ ବାଧ୍ୟ କନଷ୍ଟେବଳଙ୍କୁ ନିଶ କାଟିବାକୁ ପଡ଼ିଛି । ଅଧିକ ପଢ଼ନ୍ତୁ

ରାଗିଲେ ବିଚାରପତି, ସିଙ୍ଘମ ଷ୍ଟାଇଲ ନିଶ କାଟିଲେ ପୋଲିସ କର୍ମୀ

author img

By

Published : Jul 13, 2022, 9:48 PM IST

ଚେନ୍ନାଇ: ସିଙ୍ଘମ ଷ୍ଟାଇଲ୍‌ରେ ନିଶ ରଖି ବିଚାରପତିଙ୍କ କ୍ରୋଧର ଶିକାର ହେଲେ କନେଷ୍ଟବଳ । ବିଚାରପତିଙ୍କ ନିର୍ଦ୍ଦେଶ ପରେ ଶେଷରେ ବାଧ୍ୟ କନଷ୍ଟେବଳଙ୍କୁ ନିଶ କାଟିବାକୁ ପଡ଼ିଛି । ତାମିଲନାଡ଼ୁର ନୀଳଗିରି ଜିଲ୍ଲାରେ ଏଭଳି ଏକ ଘଟଣା ବୁଧବାର ଚର୍ଚ୍ଚାର ବିଷୟ ପାଲଟିଥିଲା ।

ନୀଳଗିରି ଜିଲ୍ଲା ଅମ୍ବାଲାମୁଲା ଥାନାରେ ରାଜେଶ କାନନ ଜଣେ କନେଷ୍ଟବଳ ଭାବରେ କାର୍ଯ୍ୟରତ ଅଛନ୍ତି । ଏକ ମାମଲାର ଶୁଣାଣି ପାଇଁ ସେ ଉଟି କୋର୍ଟକୁ ଆସିଥିଲେ । ତେବେ ସେ ବିଚାରପତିଙ୍କୁ ଭେଟିଥିଲେ । ଏହି ସମୟରେ ବିଚାରପତି ରାଜେଶଙ୍କ ସିଙ୍ଘମ ଷ୍ଟାଇଲ ନିଶ ଉପରେ ନଜର ପକାଇଥିଲେ ।

ସଙ୍ଗେ ସଙ୍ଗେ ବିଚାରପତି ତାଙ୍କୁ ନିଶ କାଟି ଢଙ୍ଗରେ କୋର୍ଟକୁ ଆସିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ରାଜେଶ ନିଶ କାଟି କୋର୍ଟରେ ଶୁଣାଣି ବେଳେ ହାଜର ହୋଇଥିଲେ । ଜଣେ ବ୍ୟକ୍ତି ପୋଲିସ ସେବାରେ ଯୋଗ ଦେବା ବେଳେ ଯେଉଁ ଅବତାରରେ ଥିଲେ ସବୁବେଳେ ସେହି ଅବତାରରେ ରହିବା ଆବଶ୍ୟକ । ଯଦି କେହି ଲୁକ୍‌ ପରିବର୍ତ୍ତନ କରିବାକୁ ଚାହିଁବେ ତେବେ ସେ ଉପରିସ୍ଥ ଅଧିକାରୀଙ୍କ ଅନୁମତି ତାହା କରିବା ଆବଶ୍ୟକ ବୋଲି ବିଚାରପତି ରାଜେଶଙ୍କୁ କହିଥିଲେ ।

ପୋଲିସ ଚାକିରିରେ ସେଭଳି କୌଣସି ନିୟମ ନାହିଁ । କିମ୍ବା ତାମିଲନାଡ଼ୁରେ ପୋଲିସଙ୍କ ନିଶ ରଖିବା ଷ୍ଟାଇଲକୁ ନେଇ ନିର୍ଦ୍ଦିଷ୍ଟ କୌଣସି ନୀତି ନାହିଁ । ତେବେ ରାଜେଶଙ୍କ ନିଶ ଉପରେ ବିଚାରପତିଙ୍କ ନଜର ପଡ଼ିବା ପରେ ତାଙ୍କୁ ତାଙ୍କ ସିଙ୍ଘମ ନିଶ କାଟିବାକୁ ପଡ଼ିଛି ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.