ETV Bharat / bharat

Dhanbad Judge Death: CBIର ତଦନ୍ତ ଜୋରଦାର

author img

By

Published : Aug 7, 2021, 7:59 PM IST

Updated : Aug 7, 2021, 8:25 PM IST

ଝାଡ଼ଖଣ୍ଡ ଧାନବାଦ ବିଚାରପତି ମୃତ୍ୟୁ ଘଟଣା । ଘଟଣାସ୍ଥଳରେ ପହଞ୍ଚି ଏହି କ୍ରାଇମ ସିନର ରିକ୍ରିଏସନ କରିଛି CBI । ଅଧିକ ପଢନ୍ତୁ...

Dhanbad Judge Death: ସିନ ରିକ୍ରିଏଟ କଲା CBI

ରାଞ୍ଚି: ଝାଡ଼ଖଣ୍ଡ ଧାନବାଦ ବିଚାରପତି ମୃତ୍ୟୁ ମାମଲା । ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି ସିବିଆଇ । ଆଜି(ଶନିବାର) ସିବିଆଇ ଘଟଣାସ୍ଥଳରେ ପହଞ୍ଚି ଏହି କ୍ରାଇମ ସିନର ରିକ୍ରିଏଟ କରିଛି । ଏହି ରିକ୍ରିଏସନ ସମୟରେ ଅଟୋର ଗତିର ତୀବ୍ରତା ମପାଯାଇଛି । ଘଟଣାର ୩D ସିନ୍‌ ମାଜିଷ୍ଟ୍ରେଟ ଆଗରେ ଦାଖଲ କରାଯିବ ବୋଲି ଜଣାପଡିଛି ।

ଏହା ବି ପଢନ୍ତୁ: ଧାନବାଦ ଜଜ୍‌ଙ୍କ ମୃତ୍ୟୁ; ଦୁର୍ଘଟଣା ନା ହତ୍ୟା ?

ଘଟଣାରେ ପ୍ରମାଣ ଖୋଜୁଛି CBI:-

ବିଚାରପତି ଉତ୍ତମ ଆନନ୍ଦଙ୍କ ମୃତ୍ୟୁ ଘଟଣାକୁ ନେଇ CBI ଜିଲ୍ଲାର ରଣଧୀର ବର୍ମା ଛକ ନିକଟରେ ପହଞ୍ଚିଥିଲା । ଏହି ତଦନ୍ତ ସମୟରେ ସିବିଆଇ ଟିମ୍ ସ୍ପିଡ୍ ଡିଭାଇସ୍ ସହିତ ରାସ୍ତାରେ ଯାତାୟାତ କରୁଥିବା ଯାନ ଗୁଡ଼ିକର ଗତି ରେକର୍ଡ କରିଥିଲା ​​ । ଏହାପରେ ଘଟଣାର ଦୃଶ୍ୟକୁ ପୁନର୍ବାର ରିକ୍ରିଏଟ କରି ବୁଝିବାକୁ ଚେଷ୍ଟା କରିଥିଲା ଟିମ । 3D ସ୍କାନର୍ ମେସିନ୍ ସହିତ ପୁରା ଦୃଶ୍ୟ ଦେଖାଯାଇଥିଲା, ଯାହାକି ମାଜିଷ୍ଟ୍ରେଟଙ୍କୁ ଦାଖଲ କରାଯିବ ।

ଅଭିଯୁକ୍ତଙ୍କ ହୋଇପାରେ ବ୍ରେନ ମ୍ୟାପିଙ୍ଗ:-

ଏହି ଘଟଣାରେ CBI ଅଟୋ ଚାଳକ ଲକ୍ଷନ ବର୍ମା ଓ ସହଯୋଗୀ ରାହୁଲ ବର୍ମାଙ୍କୁ ପଚରା ଉଚୁରା ପାଇଁ ରିମାଣ୍ଡରେ ନେଇପାରେ । ବିଚାରପତି ଉତ୍ତମ ଆନନ୍ଦଙ୍କ ମୃତ୍ୟୁ ଏକ ଦୁର୍ଘଟଣା କି ହତ୍ୟା ଜାଣିବା ପାଇଁ ସେମାନଙ୍କୁ ରିମାଣ୍ଡରେ ନିଆଯାଇ ବ୍ରେନ ମ୍ୟାପିଙ୍ଗ ଓ ନାର୍କୋ ଟେଷ୍ଟ କରାଯିବ ବୋଲି ଜଣାପଡିଛି । ଏଥିଲାଗି ସିବିଆଇ ଅଦାଲତରେ ଆବେଦନ କରିପାରେ ବୋଲି ଚର୍ଚ୍ଚା ହେଉଛି ।

ଅଗଷ୍ଟ ୪ରେ ଧାନବାଦରେ ପହଞ୍ଚିଥିଲା CBI:-

ଗତ ଅଗଷ୍ଟ ୪ ତାରିଖରେ ସିବିଆଇର ୨୦ ଜଣିଆ ଟିମ ଧାନବାଦରେ ପହଞ୍ଚିଥିଲା । ଆଉ ଗୁରୁବାର ଅଗଷ୍ଟ ୫ ତାରିଖଠାରୁ ତଦନ୍ତ ଆରମ୍ଭ କରିଥିଲା ଟିମ । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ପ୍ରୟାସ ଜାରି ରଖିଛି ସିବିଆଇ । ଏଥିଲାଗି ଟିମ ପ୍ରଥମେ SIT ଅଧିକାରୀଙ୍କ ସହିତ ବୈଠକ କରି ଆଲୋଚନା କରିଥିଲା । ଏହାପରେ ଧାନବାଦ ପୋଲିସ ଷ୍ଟେସନରେ ଥିବା କାଗଜପତ୍ର ଓ ପ୍ରମାଣକୁ ନେଇ ତଦନ୍ତ କରୁଛି ଟିମ ।

କ'ଣ ଥିଲା ପୁରା ଘଟଣା:-

ଦିନ ଥିଲା ବୁଧବାର । ସମୟ ସକାଳ ୫ ଟାରୁ ୫.୩୦ ହେବ । ଅର୍ଥାତ ପ୍ରାତଃଭ୍ରମଣର ସମୟ । ଆଉ ରାସ୍ତା ପୂରା ଶୂନଶାନ । କାଁ ଭାଁ ଗାଡି ଯାତାୟାତ କରୁଥିଲା । ଏହି ସମୟରେ ଜଣେ ବର୍ତ୍ତମାନର ବିଚାରପତି ମର୍ଣ୍ଣିଂୱାକ କରୁଥିବାବେଳେ ପଛପଟୁ ହଠାତ ଏକ ଅଟୋ ରିକ୍ସାରେ ଦୁର୍ବୃତ୍ତ ଆସି ତାଙ୍କୁ ଧକ୍କା ଦେଇ ଫେରାର ହୋଇଗଲେ । ଆଉ ଘଟଣାସ୍ଥଳରେ ହିଁ ଛଟପଟ ହୋଇ ଚାଲିଗଲା ବିଚାରପତିଙ୍କ ଜୀବନ । ତେବେ ପ୍ରଥମେ ପ୍ରଥମେ ସମସ୍ତେ ଭାବିଥିଲେ ଏହା କୌଣସି ଦୁର୍ଘଟଣା ହୋଇଥିବ । ଯେତେବେଳେ ସିସିଟିଭି ଫୁଟେଜ ସାମନାକୁ ଆସିଲା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଗଲା । କାରଣ ଏହା ଦୁର୍ଘଟଣା ନଥିଲା ଯୋଜନାବଦ୍ଧ ଆକ୍ରମଣ ଥିଲା । ସିସିଟିଭି ଫୁଟେଜ ପାଇବା ପରେ ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଥିଲା । ସେପଟେ ସବୁଦିନ ସକାଳ ୭ ଟା ସୁଦ୍ଧା ଘରକୁ ଫେରି ଆସୁଥିବା ବିଚାରପତି ନ ଆସିବାରୁ ପରିବାର ଲୋକେ ବ୍ୟସ୍ତ ହୋଇ ସ୍ଥାନୀୟ ଥାନାକୁ ଜଣାଇଥିଲେ । ପରେ ବିଚାରପତିଙ୍କ ଅଙ୍ଗରକ୍ଷକ ମେଡିକାଲ ଆସି ମୃତଦେହ ଚିହ୍ନଟ କରିବା ସହ ଏତଲା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 7, 2021, 8:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.