ଚଣ୍ଡିଗଡ଼: ଅସୁସ୍ଥ ପିତାଙ୍କୁ ଭେଟିବାକୁ ପୈତୃକ ଗ୍ରାମରେ ପହଞ୍ଚିଲେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନାଡା । ନଡ୍ଡାଙ୍କ ପିତା ନାରାୟଣ ଦାସ ନଡ୍ଡା ଅସୁସ୍ଥ ଥିବା ଯୋଗୁଁ ତାଙ୍କୁ ଭେଟିବା ପାଇଁ ସେ ହେଲିକପ୍ଟର ଯୋଗେଁ ବିଳାଶପୁରରେ ପହଞ୍ଚିଥିବା ଜଣାପଡିଛି । ତେବେ ଚପରଟି ଚଣ୍ଡିଗଡ଼ରେ ଅବତରଣ କରିବା ପରେ ସେ ସଡକ ପଥରେ ବିଳାସପୁର ଅଭିମୁଖେ ଯାତ୍ରା କରିଥିଲେ । ସେ ପ୍ରଥମେ ସହରର ସର୍କିଟ ହାଉସକୁ ଯିବେ ବୋଲି ବିଳାଶପୁର ସଦର ବିଧାୟକ ସୁଭାଷ ଠାକୁର କହିଛନ୍ତି। ଏହା ପରେ ସେ ସିଧାସଳଖ ବିଲାସପୁରର ଏକ ଘରୋଇ ଡାକ୍ତରଖାନାକୁ ଯାଇ ତାଙ୍କ ପିତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରଖାଯାଇଛି । ନଡ୍ଡାଙ୍କ ପିତା ଏବେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଶନିବାର ଦିନ ଜେପି ନଡ୍ଡାଙ୍କ ପିତାଙ୍କ ସ୍ବାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା। ଏହା ପରେ ତାଙ୍କୁ ଜିଲ୍ଲାର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେ ନିଶ୍ବାସ ନେବାରେ ଅସୁବିଧା ଅନୁଭବ କରୁଥିଲେ। ଚିକିତ୍ସା ପରେ ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଶନିବାର ତାଙ୍କୁ 36 ଘଣ୍ଟା ଧରି ଡାକ୍ତରଖାନାରେ ରଖାଯାଇଥିଲା ଓ ଖୁବ ଶୀଘ୍ର ଡାକ୍ତରଖାନାରୁ ଡିସଚାର୍ଜ କରାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ