ETV Bharat / bharat

ଜେପି ନଡ୍ଡାଙ୍କ ମଣିପୁର ଗସ୍ତର ଦ୍ବିତୀୟ ଦିନ, ଗୋବିନ୍ଦଜୀଙ୍କୁ କଲେ ଦର୍ଶନ - ମଣିପୁରର ପ୍ରସିଦ୍ଧ ଗୋବିନ୍ଦଜୀ ମନ୍ଦିର

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ମଣିପୁର ଗସ୍ତର ଆଜି ଦ୍ବିତୀୟ ଦିନ । ଏ ନେଇ ନଡ୍ଡା ମଣିପୁରର ପ୍ରସିଦ୍ଧ ଗୋବିନ୍ଦଜୀଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି । ଅଧିକ ପଢନ୍ତୁ...

ଜେପି ନଡ୍ଡାଙ୍କ ମଣିପୁର ଗସ୍ତର ଦ୍ବିତୀୟ ଦିନ; ଗୋବିନ୍ଦଜୀଙ୍କୁ କଲେ ଦର୍ଶନ

author img

By

Published : Oct 10, 2021, 1:19 PM IST

ଇମ୍ପାଲ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ମଣିପୁର ଗସ୍ତର ଆଜି ଦ୍ବିତୀୟ ଦିନ । ଏ ନେଇ ନଡ୍ଡା ମଣିପୁରର ପ୍ରସିଦ୍ଧ ଗୋବିନ୍ଦଜୀଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି । ତାଙ୍କ ସହ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ମଧ୍ୟ ଉପସ୍ଥିତ ରହିଥିଲେ । ଦୁଇ ଦିନିଆ ଗସ୍ତରେ ଥିବା ନାଡ୍ଡା ଶନିବାର ଦିନ ମଣିପୁରରେ ପହଞ୍ଚିଥିଲେ । ପରେ ବିଷ୍ଣୁପୁରରେ ଏକ ଜନ ସମାବେଶ ରାଲିକୁ ସମ୍ବୋଧିତ କରିଥିଲେ । ଆତ୍ମନିର୍ଭରଶୀଳ ଭାରତ ପାଇଁ ଏହା ଏକ ପ୍ରମୁଖ ଦ୍ବାର ବୋଲି କହିଥିଲେ ନଡ୍ଜା । ଏହାସହ ରାଜ୍ୟରେ ୪ ବର୍ଷ ଧରି ଚାଲିଥିବା ବିଜେପି ସରକାରର କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଥିଲେ । ଏ ଅବସରରେ ସେ କହିଥିଲେ ଯେ, ଗତ ଚାରି ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ରାଜ୍ୟରେ କେବଳ ବିକାଶ ଆଣିଛନ୍ତି । 2017 ମସିହାରୁ ହୋଇଥିବା ବିକାଶମୂଳକ କାର୍ଯ୍ୟ ଆଧାରରେ ବିଜେପି ରାଜ୍ୟରେ କ୍ଷମତାକୁ ପୁଣି ଥରେ ଫେରିବ ବୋଲି ନାଡ୍ଡା କହିଛନ୍ତି ।

ଏହାସହ କଂଗ୍ରେସକୁ ମଧ୍ୟ ସେ ଟାର୍ଗେଟ କରିଛନ୍ତି । ରାଜ୍ୟରେ ପୂର୍ବରୁ କଂଗ୍ରେସ ସରକାର ରହିଥିଲା । କୈଣସି ବିକାଶ ମୂଳକ କାର୍ଯ୍ୟ ରାଜ୍ୟରେ ହୋଇନି । ଆମେ ଏଠାରେ ସରକାର ଗଠନ କରିବା ପୂର୍ବରୁ ମଣିପୁରରେ ଦୁର୍ନୀତି, ଭ୍ରଷ୍ଟାଚାର, ଓ ଅପରାଧିକ ମାମଲାରେ ଆଗରେ ଥିଲା ରାଜ୍ୟ । ପୋଲିସ ଷ୍ଟେସନ ବାହାରେ ଅପହରଣ ମାମଲାର ସମାଧାନ ମଧ୍ୟ ହେଉଥିଲା । ଆସନ୍ତା ବର୍ଷ ହେବାକୁ ଯାଉଛି ମଣିପୁର ନିର୍ବାଚନ । ଏବେଠୁ ନିଜ ଗଡ ରକ୍ଷା ପାଇଁ ରଣନୀତି ପ୍ରସ୍ତୁତ କଲାଣୀ ଦଳ । ତେବେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ମଣିପୁର ଗସ୍ତ ଆଗାମୀ ନିର୍ବାଚନ ଉପରେ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.