ETV Bharat / bharat

ଶକ୍ତି କେନ୍ଦ୍ର କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବେ ନଡ୍ଡା - ଉତ୍ତରାଖଣ୍ତ

ଉତ୍ତରାଖଣ୍ତରେ ଶକ୍ତି କେନ୍ଦ୍ର କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆସନ୍ତା ୨୯ ତାରିଖରେ ଭର୍ଚ୍ଚୁଆଲି ଏହି କାର୍ଯ୍ୟକ୍ରମ କରାଯିବ । ଅଧିକ ପଢନ୍ତୁ...

ଶକ୍ତି କେନ୍ଦ୍ର କର୍ମକର୍ତ୍ତାଙ୍କୁ ସମ୍ଭୋଧିତ କରିବେ ନଡ୍ଡା

author img

By

Published : Sep 25, 2021, 11:58 AM IST

ନୂଆଦିଲ୍ଲୀ: ଉତ୍ତରାଖଣ୍ତରେ ଶକ୍ତି କେନ୍ଦ୍ର କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆସନ୍ତା ୨୯ ତାରିଖରେ ଭର୍ଚ୍ଚୁଆଲି ଏହି କାର୍ଯ୍ୟକ୍ରମ କରାଯିବ । ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି । ଆଗକୁ ନିର୍ବାଚନ ହେବାକୁ ଥିବା ବେଳେ ଦଳ ୫ଟି ରାଜ୍ୟରେ ଦଳ ନିଜର ଦବଦବା ଜାହିର କରିବା ପାଇଁ ରଣନୀତି ଏବେଠୁ ଆରମ୍ଭ କରିଛି । ଗୋଟିଏ ପଟେ ଉତ୍ତରପ୍ରଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅନ୍ୟପଟେ ଉତ୍ତରାଖଣ୍ତରେ ଗଡ ରକ୍ଷା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଦଳ ।

ସୂତ୍ରରୁ ପ୍ରକାଶ ଯେ, ଆସନ୍ତା ସେପ୍ଟେମ୍ବର 29ରେ ଉତ୍ତରାଖଣ୍ତର ଶକ୍ତିକେନ୍ଦ୍ରର ସମସ୍ତ କର୍ମୀଙ୍କ ପାଇଁ ବିଜେପି ଏକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି । ଉତ୍ତରାଖଣ୍ତରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ କରିବାକୁ ଯାଉଛି । ୭୦ ବିଧାନସଭା ନିର୍ବାଚନ ମଣ୍ତଳୀରେ 2364 ଶକ୍ତିକେନ୍ଦ୍ର ରହିଛି । ଗୋଟିଏ ଶକ୍ତିକେନ୍ଦ୍ରକୁ ତିନିରୁ ୪ଟି ବୁଥରେ ବିଭକ୍ତ କରାଯାଇଛି । ରାଜ୍ୟରେ ମୋଟ 11,235 ବୁଥ ରହିଛି । ତିନି ଶକ୍ତି କେନ୍ଦ୍ର ଇନଚାର୍ଜଙ୍କ ସହ ଆଲୋଚନା କରିବେ ଜେପି ନଡ୍ଡା । ରାଜ୍ୟରେ ପାନା ପ୍ରମୁଖ ଦାୟିତ୍ବ ଦିଆଯାଇଛି । ଯାହା ୨୫ ତାରିଖ ସୁଧା ଶେଷ ହେବ ବୋଲି ଜଣାପଡିଛି ।

ଏହାପୂର୍ବରୁ ରାଜ୍ୟରେ ଜନ ଆଶୀର୍ବାଦ ଯାତ୍ରା ରାଜ୍ୟରେ ହୋଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦଳ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଫଳତାକୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇଥିଲା । ଆସନ୍ତା ବର୍ଷ ଉତ୍ତରାଖଣ୍ତରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଯାହାକୁ ନେଇ ରାଜ୍ୟରେ ରାଜନୈତିକ ପାଣିପାଗ ବେଶ ସରଗରମ ରହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.