ETV Bharat / bharat

ଆଜି ପଶ୍ଚିମବଙ୍ଗରେ ଜନସଭା କରିବେ ନଡ୍ଡା

author img

By

Published : Apr 5, 2021, 9:15 AM IST

ପଶ୍ଚିମବଙ୍ଗରେ 4ର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ଜନସଭାରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଯୋଗ ଦେବେ । ଅଧିକ ପଢନ୍ତୁ...

ଆଜି ପଶ୍ଚିମବଙ୍ଗରେ ଜନସଭା କରିବେ ନଡ୍ଡା
ଆଜି ପଶ୍ଚିମବଙ୍ଗରେ ଜନସଭା କରିବେ ନଡ୍ଡା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଆସନ୍ତାକାଲି 3ୟ ପର୍ଯ୍ୟାୟ ମତଦାନ ଥିବା ବେଳେ ନିର୍ବାଚନୀ ପ୍ରଚାର ଶେଷ ହୋଇଛି । ତେବେ ଆସନ୍ତା ଅର୍ଥାତ 4ର୍ଥ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି । ଏଥିଲାଗି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସୋମବାର ବଙ୍ଗର ପଶ୍ଚିମାଞ୍ଚଳରେ ନିର୍ବାଚନୀ ପ୍ରଚାର ପାଇଁ ଜନସଭା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଛନ୍ତି ।

ପଶ୍ଚିମବଙ୍ଗର ଶ୍ରୀରାମପୁରରେ ସକାଳ 11ଟା 30 ମିନିଟରେ ପ୍ରଥମ ଜନସଭା କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ମଧ୍ୟାହ୍ନ 1ଟାରେ ଟୋଲଗଞ୍ଜଠାରେ ରୋଡ ଶୋ' କରିବେ । ଏହାପରେ ଅପରାହ୍ନ 2ଟା 45 ମିନିଟରେ ଚିନସୁରାଠାରେ ନିର୍ବାଚନୀ ରାଲିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବିଜେପି ପଶ୍ଚିମବଙ୍ଗ ନିର୍ବାଚନରେ ଅଧିକ ସଂଖ୍ୟକ ଭୋଟ ହାତେଇବା ପାଇଁ ଜୋରଦାର ପ୍ରଚାର କରୁଛି । ନିର୍ବାଚନ ଆରମ୍ଭରୁ ଦଳର ପ୍ରମୁଖ ନେତାମାନଙ୍କୁ ନିର୍ବାଚନୀ ପ୍ରଚାରରେ ଅଂଶଗ୍ରହଣ କରୁଛନ୍ତି ।

ମଙ୍ଗଳବାର ରାଜ୍ୟର ପଶ୍ଚିମାଞ୍ଚଳ ସମେତ କେରଳ, ପୁଡୁଚେରୀ, ତାମିଲନାଡୁ ଓ ଆସାମରେ ମତଦାନ ରହିଛି । ନିର୍ବାଚନୀ ପ୍ରଚାର ପାଇଁ ପଶ୍ଚିମବଙ୍ଗରେ ଏକ ରାଲିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗ ଦେଇଥିଲେ । ଏହି ପ୍ରଚାର ସମୟରେ ମମତାଙ୍କ ଶାସନ କାଳ ଶେଷ ହୋଇ ଆସୁଛି ବୋଲି ସେ କହିଥିଲେ । ଆସନ୍ତା ମେ 2 ତାରିଖରେ ଦିଦିଙ୍କ ସରକାର ଶେଷ ହେବ ବୋଲି ସେ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.