ପାଣାଜୀ: ତେହେଲକା ମାଗାଜିନର ପ୍ରତିଷ୍ଠାତା ତଥା ପୂର୍ବତନ ସମ୍ପାଦକ ତରୁଣ ତେଜପାଲ ନିର୍ଦ୍ଦୋଷ ପ୍ରମାଣିତ ହୋଇଛନ୍ତି । 2013ରେ ଲିଫ୍ଟରେ ନିଜ ସହକର୍ମୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗରେ ସେ ଅଭିଯୁକ୍ତ ସାବ୍ୟସ୍ତ ହୋଇଥିଲେ । ଗୋଆର ଜିଲ୍ଲା ଓ ସେସନ୍ କୋର୍ଟ ତାଙ୍କୁ ଦୋଷ ମୁକ୍ତ କରିଛନ୍ତି ।
2013 ନଭେମ୍ବର 7 ଓ 8ରେ ତାଙ୍କ ଜୁନିୟର ସହକର୍ମୀଙ୍କୁ ଲିଫ୍ଟ ଭିତରେ ଜୋରଜବରଦସ୍ତି କରିଥିବା ଅଭିଯୋଗ ହୋଇଥିଲା । ପ୍ରକାଶଥାଉକି, ନଭେମ୍ବର 2013ରେ ତରୁଣ ତେଜପାଲଙ୍କ ବିରୋଧରେ ଗୋଆ ପୋଲିସ ମାମଲା ରୁଜୁ କରିଥିଲା । ଏହାପରେ ତରୁଣ ତେଜପାଲଙ୍କୁ ଗିରଫ କରାଯାଇଥିଲା ।
ମେ 2014ରୁ ତରୁଣ ତେଜପାଲ ଜାମିନ ପାଇଥିଲେ । ଫେବୃଆରୀ 2014ରେ ଗୋଆ ପୋଲିସ ତାଙ୍କ ବିରୋଧରେ 2846 ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା। ତାଙ୍କ ବିରୋଧରେ ଆଇପିସି ଧାରା 342, 354, 354-କ, 376(2), 376(2)(କ) ଅନ୍ତର୍ଗତ ମାମଲା ରୁଜୁ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ