ETV Bharat / bharat

ସାମ୍ବାଦିକା ସୌମ୍ୟା ବିଶ୍ବନାଥନ ହତ୍ୟା ମାମଲା; ଆଜି ଆସିବ ରାୟ - ସୌମ୍ୟା ବିଶ୍ବନାଥନ ହତ୍ୟା ମାମଲାର ରାୟ

ସାମ୍ବାଦିକା ସୋମ୍ୟା ବିଶ୍ବନାଥନ ହତ୍ୟା ମାମଲା । ଆଜି 5 ଦୋଷୀଙ୍କୁ ସଜ୍ଜା ଶୁଣାଇବେ କୋର୍ଟ । ଅଧିକ ପଢନ୍ତୁ

ସାମ୍ବାଦିକା ସୋମ୍ୟା ବିଶ୍ବନାଥନ ହତ୍ୟା ମାମଲା
ସାମ୍ବାଦିକା ସୋମ୍ୟା ବିଶ୍ବନାଥନ ହତ୍ୟା ମାମଲା
author img

By ETV Bharat Odisha Team

Published : Nov 25, 2023, 8:42 AM IST

ନୂଆଦିଲ୍ଲୀ: ଟିଭି ସାମ୍ବାଦିକା ସୌମ୍ୟା ବିଶ୍ବନାଥନ ହତ୍ୟା ମାମଲାରେ ଆଜି(ଶନିବାର) ଆସିବ ଗୁରୁତ୍ବପୂର୍ଣ୍ଣ ରାୟ । ଶୁକ୍ରବାର ଦିନ ଉଭୟ ପକ୍ଷରୁ ଯୁକ୍ତି ଶୁଣିବା ପରେ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ରାୟ ସଂରକ୍ଷିତ ରଖିଥିଲେ ଦିଲ୍ଲୀ ସାକେତ କୋର୍ଟ । ଆଜି ଅପରାହ୍ନ ସମୟରେ କୋର୍ଟ ଦୋଷୀମାନଙ୍କୁ ସଜ୍ଜା ଶୁଣାଇବେ ।

ଶୁକ୍ରବାର ଦିନ ଆଡିସନାଲ ସେସନ ଜଜ୍(ଏଏସଜେ) ରବୀନ୍ଦ୍ର କୁମାର ପାଣ୍ଡେ ଏହି ମାମଲାରେ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ । ଏହାପୂର୍ବରୁ ନଭେମ୍ବର 7ରେ ଏହି ମାମଲାର ଶୁଣାଣି ସ୍ଥଗିତ ରଖିଥିଲେ କୋର୍ଟ । ଅଭିଯୁକ୍ତମାନଙ୍କ ଭେରିଫିକେସନ ଆଫିଡେଭିଟ୍ ସମ୍ପୂର୍ଣ୍ଣ ହୋଇନଥିବା କାରଣରୁ ଶୁଣାଣି ସ୍ଥଗିତ ରଖିଥିଲେ ।

ଏହି ହତ୍ୟା ମାମଲାରେ ଅକ୍ଟୋବର 18ରେ ଜଜ୍ 4 ଜଣ ଅଭିଯୁକ୍ତ ରବି କପୁର, ଅମିତ ଶୁକ୍ଳା, ବଲଜିତ ମଲ୍ଲିକ ଓ ଅଜୟ କୁମାରକୁ ଭାରତୀୟ ପିଙ୍ଗଳ କୋଡ ଧାରା 302(ହତ୍ୟା) ଓ ମହାରାଷ୍ଟ୍ର କଣ୍ଟ୍ରୋଲ ଅଫ ଅର୍ଗାନାଇଜ୍ଡ କ୍ରାଇମ ଆକ୍ଟ(MCOCA) ଆଧାରରେ ଦୋଷୀ ସାବ୍ୟସ୍ତ କରିଥିଲେ । ପଞ୍ଚମ ଅଭିଯୁକ୍ତ ଅଜୟ ସେଠୀକୁ ଭାରତୀୟ ପିଙ୍ଗଳ କୋଡ ଧାରା 411( ଚୋରି ସାମଗ୍ରୀ ଜାଣି ମଧ୍ୟ ବେଇମାନି ଭାବେ ପ୍ରାପ୍ତ କରିବା ବା ନିଜ ପାଖରେ ରଖିବା) ଓ ମହାରାଷ୍ଟ୍ର କଣ୍ଟ୍ରୋଲ ଅଫ ଅର୍ଗାନାଇଜ୍ଡ କ୍ରାଇମ ଆକ୍ଟ(MCOCA) ଆଧାରରେ ଦୋଷୀ ସାବ୍ୟସ୍ତ କରିଥିଲେ ।

ଏହାମଧ୍ୟ ପଢନ୍ତୁ..Nitish Kumar vulgar remarks row: ନୀତିଶଙ୍କ ବିରୋଧରେ କୋର୍ଟରେ ମାମଲା, 25ରେ ଶୁଣାଣି

ସୌମ୍ୟା ବିଶ୍ବନାଥନ ଜଣେ ସାମ୍ବାଦିକା ଥିବାବେଳେ ସେ ଦିଲ୍ଲୀରେ ଏକ ପ୍ରତିଷ୍ଠିତ ଇଂଲିଶ ଚ୍ୟାନେଲରେ କାର୍ଯ୍ୟ କରୁଥିଲେ । 2008 ମସିହା ସେପ୍ଟେମ୍ବର 30 ତାରିଖ ଦିନ ନାଇଟ ସିପ୍ଟ ସାରି ଅଫିସରୁ ଘରକୁ ଫେରୁଥିବା ବେଳେ ଦକ୍ଷିଣ ଦିଲ୍ଲୀର ନେଲସନ ମାଣ୍ଡେଲା ମାର୍ଗରେ ତାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଚୋରି ଯୋଗୁଁ ଏହି ହତ୍ୟା କରାଯାଇଥିବା ପୋଲିସ ତଦନ୍ତ ପରେ ସ୍ପଷ୍ଟ କରିଥିଲା । ସୌମ୍ୟାଙ୍କ ମୃତଦେହ ତାଙ୍କ କାର ମଧ୍ୟରୁ ପୋଲିସ ଉଦ୍ଧାର କରିଥିଲା ।

ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସର ପାଖାପାଖି 6 ମାସ ଲାଗିଥିଲା । ତେବେ ପୋଲିସ ଅଭିଯୁକ୍ତମାନଙ୍କୁ ଅନ୍ୟ ଏକ ହତ୍ୟା ସମ୍ପର୍କିତ ମାମଲାରେ ଗିରଫ କରିଥିବା ବେଳେ ଅଭିଯୁକ୍ତମାନେ ସୌମ୍ୟା ବିଶ୍ବନାଥନଙ୍କୁ ହତ୍ୟା କରିଥିବା ନେଇ ସ୍ବୀକାର କରିଥିଲେ । ତେବେ ଚୋରି ଉଦ୍ଦେଶ୍ୟରେ ରବି କପୁର ସୌମ୍ୟାଙ୍କୁ ଗୁଳି ମାରି ହତ୍ୟା କରିଥିବା ବେଳେ ଅନ୍ୟ 3 ଅଭିଯୁକ୍ତ ସେଠାରେ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.