ETV Bharat / bharat

ଦୁଇ ବର୍ଷ ପରେ ସାମ୍ବାଦିକ ସିଦ୍ଦିକି କପ୍ପାନଙ୍କୁ ଜାମିନ

୨୬ ମାସ ପରେ କେରଳ ସାମ୍ବାଦିକ ସିଦ୍ଦିକ କପ୍ପାନଙ୍କୁ ମିଳିଲା ଜାମିନ । ୨୦୨୦ ଅକ୍ଟୋବରରେ ସେ ଗିରଫ ହୋଇଥିଲେ । ଅଧିକ ପଢନ୍ତୁ

author img

By

Published : Dec 24, 2022, 9:20 AM IST

Journalist Siddique Kappan
Journalist Siddique Kappan

ଥିରୁଅନନ୍ତପୁରମ: କେରଳ ସାମ୍ବାଦିକ ସିଦ୍ଦିକ କପ୍ପାନଙ୍କୁ ମିଳିଲା ଜାମିନ । ଦୁଇ ବର୍ଷ ପରେ ଶୁକ୍ରବାର ଆହ୍ଲାବାଦ ହାଇକୋର୍ଟରୁ ତାଙ୍କୁ ଜାମିନ ମିଳିଛି(Siddique Kappan granted bail after 26 months) । ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଦ୍ବାରା ରୁଜୁ ମାମଲାରେ ଜାମିନ ପାଇଛନ୍ତି । ୨୦୨୦ ଅକ୍ଟୋବରରେ କପ୍ପାନ ଗିରଫ ହୋଇଥିଲେ । ହାଥରସ୍ ଗଣଦୁଷ୍କର୍ମ ମାମଲାରେ(Hathras gang rape case) ରିପୋର୍ଟିଂ କରିବାକୁ ଯାଉଥିବା ବେଳେ ବାଟରେ ତାଙ୍କୁ ଗିରଫ କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ଋଣ ଜାଲିଆତି ମାମଲା: ପୂର୍ବତନ CEO ଚନ୍ଦା କୋଚର ଓ ସ୍ଵାମୀ ଦୀପକ କୋଚର ଗିରଫ

ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଜଷ୍ଟିସ ଦିନେଶ କୁମାର ସିଂହ(Justice Dinesh Kumar Singh) ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ସିଦ୍ଦିକ କପ୍ପାନ କେରଳ କାର୍ଯ୍ୟକାରୀ ସାମ୍ବାଦିକ ସଂଘର ଦିଲ୍ଲୀ ୟୁନିଟ ସଭାପତି ଥିଲେ । ହାଥରସ୍‌ରେ ୧୯ ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ରିପୋର୍ଟ କରିବାକୁ ଯାଉଥିବା ବେଳେ ଉତ୍ତରପ୍ରଦେଶ ପୋଲିସ କପ୍ପାନଙ୍କ ସମେତ ଅନ୍ୟ ତିନି ଜଣଙ୍କୁ ଗିରଫ କରିଥିଲା । ଗତ ସେପ୍ଟେମ୍ବର ୯ ତାରିଖରେ ସେ ସୁପ୍ରିମକୋର୍ଟରୁ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ(UAPA) ଅନୁଯାୟୀ ଆତଙ୍କବାଦୀ ମାମଲାରେ ଜାମିନ ପାଇଥିଲେ । ହେଲେ ଇଡି ଦ୍ବାରା ଦାଖଲ ହୋଇଥିବା ମନି ଲଣ୍ଡରିଂ ମାମଲାରେ ଜାମିନ୍ ଦେବାକୁ ଉତ୍ତରପ୍ରଦେଶ ଲକ୍ଷ୍ନୌର ଏକ କୋର୍ଟ ମନା କରିଦେଇଥିଲେ ।

ସାମ୍ବାଦିକ ସିଦ୍ଦିକ କପ୍ପାନ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ(PFI) ସହ ଜଡ଼ିତ ଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ଏହାପରେ ପୋଲିସ ତାଙ୍କୁ ଗିରଫ କରିଥିବାବେଳେ, ମିଥ୍ୟା ଆରୋପରେ ଫସା ଯାଉଛି ବୋଲି କହିଥିଲେ ସାମ୍ବାଦିକ । ପ୍ରାୟ ଦୁଇ ବର୍ଷ ଧରି ସେ ଜେଲ୍‌ରେ ରହିବା ପରେ ସେପ୍ଟେମ୍ବରରେ ଜାମିନ ପାଇଥିଲେ ହେଁ ଇଡି ଦ୍ବାରା ଦାଖଲ ମାମଲାରେ ଜାମିନ ନମିଳିବାରୁ ସେ ଜେଲ୍‌ରେ ରହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.