ETV Bharat / bharat

Joshimath Crisis: ଯୋଶୀମଠର ବଦଳିବ ଲୁକ୍, କେଦାରନାଥ ମଡେଲ୍‌ରେ ହେବ ବିକାଶ - ଯୋଶୀମଠ ବିପର୍ଯ୍ୟୟ

ବିପର୍ଯ୍ୟୟଗ୍ରସ୍ତ ଯୋଶୀମଠର ହେବ ପୁନଃନିର୍ମାଣ । କେଦାରନାଥ ଜଳ ପ୍ରଳୟ ପରେ ହୋଇଥିବା ପୁନଃନିର୍ମାଣ ଢାଞ୍ଚାକୁ ଆପଣାଇବେ ଧାମୀ ସରକାର । ସୂଚନା ଦେଲେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଚିବ । ଅଧିକ ପଢନ୍ତୁ

କେଦାରନାଥ ସଦୃଶ ପୁନଃନିର୍ମାଣ ହେବ ଯୋଶୀମଠ
କେଦାରନାଥ ସଦୃଶ ପୁନଃନିର୍ମାଣ ହେବ ଯୋଶୀମଠ
author img

By

Published : Jan 16, 2023, 10:09 PM IST

କେଦାରନାଥ ସଦୃଶ ପୁନଃନିର୍ମାଣ ହେବ ଯୋଶୀମଠ

ହାଇଦ୍ରାବାଦ: ଉତ୍ତରାଖଣ୍ଡ ଜୋଶୀମଠ ବିପର୍ଯ୍ୟୟ ପରେ ପ୍ରଭାବିତଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଯୋଶୀମଠରେ ରିଲିଫ କାର୍ଯ୍ୟ ସହ ପ୍ରଭାବିତଙ୍କୁ ଥଇଥାନ କରିବା ପ୍ରକ୍ରିୟା ମଧ୍ୟ ଜାରି ରହିଛି । ଏଥିପାଇଁ ଉତ୍ତରାଖଣ୍ଡ ସରକାର ସମ୍ପୂର୍ଣ୍ଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିସାରିଛନ୍ତି । କେଦାରନାଥ ଧାମର ପୁନଃନିର୍ମାଣ ଢାଞ୍ଚାରେ ଯୋଶୀମଠର ମଧ୍ୟ ପୁନଃନିର୍ମାଣ କରାଯିବା ନେଇ ସରକାର ଲକ୍ଷ୍ୟ ରଖିଥିବା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ସୂଚନା ଦେଇଛି ।

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଚିବ ରଞ୍ଜିତ ସିହ୍ନା କହିଛନ୍ତି, ଯୋଶୀମଠ ପ୍ରସଙ୍ଗରେ ସରକାର ଗମ୍ଭୀରତାର ସହ କାର୍ଯ୍ୟ କରୁଛନ୍ତି । ପର୍ବତ୍ୟାଞ୍ଚଳରେ ଅବସ୍ଥିତ ଯୋଶୀମଠରେ ବୈଜ୍ଞାନିକ ଅନୁସନ୍ଧାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାର କାରଣ ଖୋଜାଯିବା ସହ ଭବିଷ୍ୟତରେ ଏହାକୁ ପ୍ରତିହତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ସେହିପରି ବିପର୍ଯ୍ୟୟର କାରଣ ଡଣାପଡିବା ପରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳର ପୁନଃନିର୍ମାଣ କାର୍ଯ୍ୟ ମଧ୍ୟ ହାତକୁ ନିଆଯିବ । କେଦାରନାଥ ଧାମରେ ଜଳ ପ୍ରଳୟ ପରେ ହୋଇଥିବା ପୁନଃଉଦ୍ଧାର ଓ ପୁନଃନିର୍ମାଣ ଢାଞ୍ଚାରେ ଯୋଶୀମଠ ପାଇଁ ଖସଡା ପ୍ରସ୍ତୁତ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ସେ ସୂଚନା ଦେଇଛନ୍ତି ।

ସେହିପରି ବିଭାଗୀୟ ସଚିବ ସିହ୍ନାଙ୍କ ଅନୁଯାୟୀ, ଏପର୍ଯ୍ୟନ୍ତ ମୋଟ 849ଟି ଘରେ ଫାଟ ସୃଷ୍ଟି ହୋଇଥିବା ଅନୁଧ୍ୟାନରୁ ଜଣାପଡିଛି । ସେଥିମଧ୍ୟରୁ 165ଟି ଅଟ୍ଟାଳିକା ସମ୍ପୂର୍ଣ୍ଣ ଅସୁରକ୍ଷିତ ଘୋଷଣା କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ 237 ପରିବାରର ପ୍ରାୟ 800ରୁ ଅଧିକ ଲୋକଙ୍କୁ ବିସ୍ଥାପିତ କରାଯାଇଛି । ସମସ୍ତଙ୍କୁ ଅସ୍ଥାୟୀ ରିଲିଫ କ୍ୟାମ୍ପରେ ରଖାଯାଇଛି । ସେହିପରି ସହରରେ ଜଳ ନିଷ୍କାସନ ପରିମାଣ ମଧ୍ୟ ହ୍ରାସ ପାଇ 240 LPM (ମିନିଟ ପିଚ୍ଛା ଲିଟର) ରୁ 163କୁ ଖସି ଆସିଛି । ଏବେ ଏକାଧିକ ସଂସ୍ଥା ସେମାନଙ୍କର ଅନୁୁଧ୍ୟାନ ଜାରି ରଖିଛନ୍ତି । ରିପୋର୍ଟ ଆଧାରରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର ହେବ । ସେହିପରି ଯୋଶୀମଠରେ ଥିବା ରୋପ-ୱେରେ ଏବେ କୌଣସି ବିପଦ ନଥିବା ମଧ୍ୟ ସେ ସ୍ପଷ୍ଟ କରିଛି ।କିନ୍ତୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ରୋପ-ୱେ ନିରୀକ୍ଷଣରେ ଜଣେ ଇଞ୍ଜିନିୟର ନିଯୁକ୍ତ କରାଯାଇଛି ।

ପ୍ରାଥମିକ ଭାବେ ଉତ୍ତରାଖଣ୍ଡ ସରକାର ପ୍ରଭାବିତଙ୍କ ପାଇଁ ଅନ୍ତରୀଣ ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି । ପ୍ରତ୍ୟେକ ପ୍ରଭାବିତ ପରିବାର ପାଇଁ ଦେଢ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । କ୍ଷତିଗ୍ରସ୍ତ ଘର ଓ ହୋଟେଲଗୁଡିକୁ ଭଙ୍ଗା କାମ ଜାରି ରହିଛି । ଏହି ସଙ୍କଟକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବା ପାଇଁ ସର୍ବୋଚ୍ଚ କୋର୍ଟରେ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ଆବେଦନକାରୀଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟରେ ଦ୍ବାରସ୍ଥ ହେବା ପାଇଁ ସର୍ବୋଚ୍ଚ କୋର୍ଟ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.