ଡେରାଡୁନ: ଆରମ୍ଭ ହେଇଯାଇଛି ଚାରି ଧାମ ଯାତ୍ରା ପାଇଁ ପ୍ରସ୍ତୁତି । ତେବେ ବଦ୍ରିନାଥଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥାଏ । ତେବେ ଉତ୍ତରାଖଣ୍ଡ ଚାରଦାମ ଯାତ୍ରା ପୂର୍ବରୁ ଯୋଶିମାଠ-ବଦ୍ରିନାଥ ରାଜପଥରେ ୧୦ ରୁ ଅଧିକ ସ୍ଥାନରେ ବଡ଼ ବଡ଼ ଫାଟ ଦେଖିବାକୁ ମିଳିଛି । ଗରୱାଲର ଜାତୀୟ ରାଜପଥ ବଦ୍ରିନାଥକୁ ସଂଯୋଗ କରେ ।
ତେବେ ଗରୱାଲରେ ରାସ୍ତରେ ଦେଖ ଫାଟ ଦ୍ବାରା ରାସ୍ତାରେ ଗାଡି ଯିବା ଅତ୍ୟନ୍ତ ବିପଦଜ୍ଜନକ । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଫାଟଗୁଡିକ ଯୋଶିମାଠରୁ ମାରୱାରୀ ପର୍ଯ୍ୟନ୍ତ ୧୦ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥାଛି | ଚାମୋଲିର ଡିଏମ କହିଛନ୍ତି, ‘‘ଘଟଣାସ୍ଥଳକୁ ଏକ ଅନୁସନ୍ଧାନକାରୀ ଦଳ ପଠାଯାଇଛି ।’’ ରାସ୍ତାକୁ କିପରି ମରାମତି କରାଯାଇ ବ୍ୟବହାର ଉପଯୋଗି କରାଯିବ ସେନେଇ କାର୍ଯ୍ୟ କରାଯାଉଛି । ଲୋକଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ତା କରାଯିବ ବୋଲି ଡିଏମ କହିଛନ୍ତି ।
ଶନିବାର ଉତ୍ତରାଖଣ୍ଡ ସରକାର ଚାର ଧାମ ଯାତ୍ରା ଘୋଷଣା କରିଛନ୍ତି । କେଦାରନାଥ ମନ୍ଦିରର କବାଟ ୨୫ ଏପ୍ରିଲରେ ଏବଂ ବଦ୍ରିନାଥ ଧାମ ୨୭ ଏପ୍ରିଲରେ ଖୋଲାଯିବ। ଏଭଳି ପରିସ୍ଥିତିରେ ରାଜପଥରେ ଫାଟ ସୃଷ୍ଟି ହେବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ବିପଦ ହୋଇପାରେ । ଏହା ମଧ୍ୟ ଆଶଙ୍କା କରାଯାଉଛି ଯେ ଏହି ଅଞ୍ଚଳରେ ଖାଲ ସଂଖ୍ୟା ଆହୁରି ମଧ୍ୟ ବୃଦ୍ଧି ହୋଇପାରେ ।
ଏହି ଯାତ୍ରା ସମୟରେ ବହୁ ସଂଖ୍ୟାରେ ଭକ୍ତ ବଦ୍ରିନାଥ ପରିଦର୍ଶନ କରିବେ । ଯୋଶିମଠ ବାଚାଓ ସଙ୍ଘର୍ଷ ସମିତିର ଅଧିକାରୀ ସଞ୍ଜୟ ୟୁନିୟାଲଙ୍କ ଅନୁଯାୟୀ ଏହା ଆତ୍ୟନ୍ତ ବଡ ବିପଦ । ବହୁ ସଂଖ୍ୟାରେ ଭକ୍ତ ଏବଂ ତୀର୍ଥଯାତ୍ରୀ ଚାର ଧାମ ଯାତ୍ରା ସମୟରେ ବଦ୍ରିନାଥ ପରିଦର୍ଶନ କରିବାକୁ ଆସିବେ ତେଣୁ ତାଙ୍କର ସୁରକ୍ଷା ଉପରେ ନଜର ରଖାଯାବା ଉଚିତ । ବଦ୍ରିନାଥରେ ପହଞ୍ଚିବା ସେମାନଙ୍କୁ ଗରୱାଲର ରାସ୍ତା ଦେଇ ଯିବାକୁ ପଡିବ । ଏଭଳି ପରିସ୍ଥିତିରେ ଭୂସ୍ଖଳନ ଏବଂ ଖାଲ ଯୋଗୁଁ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି । ଅତ୍ୟଧିକ ଗାଡ଼ିର ଯାତାୟାତ ଫଳରେ ଫାଟରେ ବୃଦ୍ଧି ଘଟିପାରେ । ତେଣୁ ପ୍ରଶାସନ ଏହା ପ୍ରତି ଧ୍ୟାନ ଦେବା ଉଚିତ ।
ତେବେ ଉତ୍ତରାଖଣ୍ଡ ଯୋଶିମଠରେ ମାଟି ଦବିବା କାରଣରୁ ଏପର୍ଯ୍ୟନ୍ତ ୮୭୮ ଟି ବିଲ୍ଡିଂ ଫାଟ ସୃଷ୍ଟି କରିଛି । ଏହାସହ ଚାମୋଲିର ଡିଏମ ହିମାନଷୁ ଖୁରାନା କହିଛନ୍ତି, ଏହି କୋଠା ମଧ୍ୟରୁ ୧୮୧ ଟି ଅସୁରକ୍ଷିତ ଅଞ୍ଚଳରେ ଅଛି । ହୋଟେଲ ମାଉଣ୍ଟ ଭ୍ୟୁ ଏବଂ ମଲାରି ଇନ୍ ର ଭଙ୍ଗାଯିବା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଅଛି । ଏହାସହ ଡିଏମ କହିଛନ୍ତି ,୨୪୩ ବିପର୍ଯ୍ୟୟ ପ୍ରଭାବିତ ପରିବାରର ୮୭୮ ସଦସ୍ୟଙ୍କୁ ରିଲିଫ କ୍ୟାମ୍ପରେ ରଖାଯାଇଛି । ସେମାନଙ୍କ ପାଇଁ ଖାଦ୍ୟ, ପାନୀୟ ଠାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି ।