ETV Bharat / bharat

ମନୀଷ ସିସୋଦିଆଙ୍କ ଗିରଫକୁ ବିରୋଧ, ପ୍ରଧାନମନ୍ତ୍ରୀଙ୍କୁ ବିରୋଧୀଙ୍କ ଚିଠି - ପ୍ରଧାନମନ୍ତ୍ରୀଙ୍କୁ ବିରୋଧୀଙ୍କ ଚିଠି

ପ୍ରଧାନମନ୍ତ୍ରୀଙ୍କୁ ବିରୋଧୀଙ୍କ ଚିଠି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ଗିରଫକୁ ବିରୋଧ କରି 9 ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ଅଧିକ ପଢନ୍ତୁ

joint oppositions letter to pm
ପ୍ରଧାନମନ୍ତ୍ରୀଙ୍କୁ ବିରୋଧୀଙ୍କ ଚିଠି
author img

By

Published : Mar 5, 2023, 2:05 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇଛି । ଏହାକୁ ନେଇ ରାଜନୀତି ସରଗରମ ରହିଛି । ସିସୋଦିଆଙ୍କୁ ଫସାଇ ଦିଆଯାଇଥିବା ନେଇ ବିରୋଧୀ ଶାସକ ଦଳକୁ ଟାର୍ଗେଟ କରିଛନ୍ତି । ମନୀଷ ସିସୋଦିଆଙ୍କ ଗିରଫକୁ ବିରୋଦ କରି 9 ବିରୋଧୀ ଦଳ ନେତା ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । କେନ୍ଦ୍ରୀୟ ସଂସ୍ଥାଗୁଡିକର ଅପବ୍ୟବହାର ହେଉଥିବା ନେଇ ଚିଠିରେ ଉଲ୍ଲେଖ ରହିଛି ।

ସିବିଆଇ ଓ ଇଡି ଭଳି କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର ହେଉଥିବା ଅଭିଯୋଗ କରି 9 ବିରୋଧୀ ଦଳ ନେତା ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ସେମାନଙ୍କ ନେତାଙ୍କୁ ଫସାଇ ଦିଆଯିବା ନେଇ କେନ୍ଦ୍ରୀୟ ସଂସ୍ଥାର ବ୍ୟବହାର ହେଉଥିବା ଚିଠିରେ ଉଲ୍ଲେଖ ରହିଛି । 2014 ପରଠୁ ଯେଉଁ ନେତାଙ୍କ ନାମରେ ମାମଲା ରହିଛି ବା କେନ୍ଦ୍ରୀୟ ସଂସ୍ଥା ସେମାନଙ୍କୁ ଗିରଫ କରିଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ବିରୋଧୀ ଦଳ ନେତା ରହିଛନ୍ତି । ବିଜେପିରେ ସାମିଲ ନେତାଙ୍କ ବିରୋଧରେ ମାମଲା ଥିଲେ ତଦନ୍ତ ପ୍ରକ୍ରିୟା ଥିମେଇ ଯାଇଛି ବୋଲି ଚିଠିରେ ଲେଖିଛନ୍ତି ବିରୋଧୀ ।

ଚିଠିରେ ବିରୋଧୀ ଆହୁରି ଲେଖିଛନ୍ତି, ''ଆମେ ଆଶା କରୁଛୁ କି ଆପଣ ଏବେ ବି ଗଣତାନ୍ତ୍ରିକ ଦେଶରେ ଥିବା ନେଇ ସହମତ ପ୍ରକାଶ କରିବେ । ହେଲେ କେନ୍ଦ୍ରୀୟ ସଂସ୍ଥାର ଏପରି କାର୍ଯ୍ୟ ସୂଚାଇ ଦେଉଛି ଯେ ଏହା ଗଣତନ୍ତ୍ରର ସ୍ବାଧୀନତାକୁ କ୍ଷତି ପହଞ୍ଚାଉଛି । ସାରଦା ଚିଟଫଣ୍ଡ ଠକେଇ ମାମଲାରେ 2015ରେ ସିବିଆଇ ଓ ଇଡି ବର୍ତ୍ତମାନର ଆସାମ ମୁଖ୍ୟମନ୍ତ୍ରୀଙ୍କୁ ପଚରାଉଚରା କରିଥିଲା । ମାତ୍ର ସେ ବିଜେପିରେ ଯୋଗ ଦେବା ପରେ ତଦନ୍ତ ପ୍ରକ୍ରିୟା ଆଉ ଆଗକୁ ଯାଇନଥିବା ଚିଠିରେ ଉଦାହରଣ ଦେଇଛନ୍ତି ବିରୋଧୀ ।

ଏହା ବି ପଢନ୍ତୁ...Delhi Excise Policy Case: ଆଉ 3 ଦିନ ବଢିଲା ସିସୋଦିଆଙ୍କ ରିମାଣ୍ଡ

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିବା 9 ବିରୋଧୀ ଦଳ ନେତାଙ୍କ ମଧ୍ୟରେ ଭାରତ ରାଷ୍ଟ୍ର ସମିତି ବା ବିଆରଏସ ମୁଖ୍ୟ ଚନ୍ଦ୍ରଶେଖର ରାଓ, ଜମ୍ମୁ କାଶ୍ମୀର ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା, ଟିଏମସି ମୁଖ୍ୟ ମମତା ବାନାର୍ଜୀ, ଏନସିପି ମୁଖ୍ୟ ଶରଦ ପାୱାର, ଉଦ୍ଧବ ଠାକରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ସପା ମୁଖ୍ୟ ଅଖିଳେଶ ଯାଦବ ପ୍ରମୁଖ ରହିଛନ୍ତି ।

ପ୍ରକାଶଥାଉ କି, ଫେବୃଆରୀ 26 ତାରିଖରେ ମନୀଷ ସିସୋଦିଆଙ୍କୁ ହାଜର ପାଇଁ ସିବିଆଇ ସମନ କରିଥିଲା । ଦୀର୍ଘ 8 ଘଣ୍ଟା ଜେରା ପରେ ତାଙ୍କୁ ସିବିଆଇ ଗିରଫ କରିଥିଲା । ଏହାପରେ ଜାତୀୟ ରାଜଧାନୀରେ ଆପ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ସିସୋଦିଆଙ୍କ ଗିରଫଦାରୀଙ୍କୁ ବିରୋଧ କରିଥିଲା ଆମ ଆଦମୀ ପାର୍ଟି । ସିବିଆଇ ପ୍ରଥମେ 5 ଦିନିଆ ରିମାଣ୍ଡରେ ନେଇଥିଲା । ଏହାପରେ ପୁଣି ଆଉ 2 ଦିନ ରିମାଣ୍ଡରେ ନେଇଛି । ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଶୁଣାଣିକୁ ମାର୍ଚ୍ଚ 10 ତାରିଖ ଯାଏ ସ୍ଥଗିତ ରଖିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.