ନୂଆଦିଲ୍ଲୀ: ଆମେରିକାର ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଜନସନ୍ ଆଣ୍ଡ୍ ଜନସନ୍ ଏହାର ସିଙ୍ଗଲ ଡୋଜ୍ କୋଭିଡ୍ -19 ଟିକାର ଜରୁରୀକାଳୀନ ବ୍ୟବହାର (EUA) ପାଇଁ ମିଳିଲା ଅନୁମତି । ଜନସନ ଆଣ୍ଡ ଜନସନ ଦାବି କରିଥିଲା ଯେ, କ୍ଲିନିକାଲ ପରୀକ୍ଷଣରେ ଏହାର ସିଙ୍ଗଲ ଡୋଜ ଟିକା ଗୁରୁତର ରୋଗୀଙ୍କ ପାଇଁ 85% ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି । ଏହି ଟିକା କୋଭିଡ -19 ସମ୍ବନ୍ଧୀୟ ଡାକ୍ତରଖାନାରେ ଭର୍ତ୍ତି ଏବଂ ମୃତ୍ୟୁରୁ ମଧ୍ୟ ସୁରକ୍ଷା ଦେଇଥାଏ ବୋଲି ଏଥିରେ କୁହାଯାଇଛି ।
-
India expands its vaccine basket!
— Mansukh Mandaviya (@mansukhmandviya) August 7, 2021 " class="align-text-top noRightClick twitterSection" data="
Johnson and Johnson’s single-dose COVID-19 vaccine is given approval for Emergency Use in India.
Now India has 5 EUA vaccines.
This will further boost our nation's collective fight against #COVID19
">India expands its vaccine basket!
— Mansukh Mandaviya (@mansukhmandviya) August 7, 2021
Johnson and Johnson’s single-dose COVID-19 vaccine is given approval for Emergency Use in India.
Now India has 5 EUA vaccines.
This will further boost our nation's collective fight against #COVID19India expands its vaccine basket!
— Mansukh Mandaviya (@mansukhmandviya) August 7, 2021
Johnson and Johnson’s single-dose COVID-19 vaccine is given approval for Emergency Use in India.
Now India has 5 EUA vaccines.
This will further boost our nation's collective fight against #COVID19
ପୂର୍ବରୁ କମ୍ପାନି ଭାରତରେ ଉକ୍ତ ଟିକାର ବ୍ରିଜିଂ ଟ୍ରାଏଲ୍ ବା ପରୀକ୍ଷଣ ପାଇଁ ଆବେଦନ କରିଥିଲା । କିନ୍ତୁ ପ୍ରତିଷ୍ଠିତ କମ୍ପାନିଙ୍କ ଟିକା ପାଇଁ ଉକ୍ତ ପରୀକ୍ଷଣର ଆବଶ୍ୟକତାକୁ କେନ୍ଦ୍ର ସରକାର ହଟାଇ ଦେବା ପରେ କମ୍ପାନି ସେହି ଆବେଦନକୁ ନିକଟରେ ପ୍ରତ୍ୟାହାର କରି ନେଇଥିଲା । ଏହାପରେ ଜନସନ ଆଣ୍ଡ ଜନସନ କମ୍ପାନି ନିଜ ସିଙ୍ଗଲ ସଟ୍ ଭ୍ୟାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ ଭାରତ ସରକାରଙ୍କୁ ଅନୁମତି ମାଗିଥିଲା । କମ୍ପାନୀ ଏହା ପୂର୍ବରୁ ସୋମବାର କହିଥିଲା, ସେ ଭାରତରେ ନିଜ ସିଙ୍ଗଲ ଡୋଜ ବିଶିଷ୍ଟ କୋଭିଡ ଭ୍ୟାକ୍ସିନ ଆଣିବା ପାଇଁ ପ୍ରତିବଦ୍ଧ ଓ ଏ ସମ୍ବନ୍ଧରେ ଭାରତ ସରକାରଙ୍କ ସହିତ ଚାଲିଥିବା ଆଲୋଚନାକୁ ନେଇ ଆଶାବାଦୀ । ତେବେ ଆଜି ଏହି ଟିକାକୁ ମଞ୍ଜୁରୀ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ।
ଫେବୃଆରୀ 2021ରେ ଆମେରିକାର FDA ଜନସନ ଆଣ୍ଡ ଜନସନଙ୍କ ଭାଇରାଲ ଭେକ୍ଟର କୋଭିଡ -19 ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ଜନସନ ଆଣ୍ଡ ଜନସନ ଟୀକାକରଣର ପ୍ରଭାବ ସାମାନ୍ୟରୁ ମଧ୍ୟମ କୋଭିଡ -19 ପାଇଁ 66.3 ପ୍ରତିଶତ ଏବଂ ଗୁରୁତର ସଂକ୍ରମଣ ପାଇଁ 76.3 ପ୍ରତିଶତ ଥିଲା । ଏହା ସହିତ, ଟୀକାକରଣର 28 ଦିନ ପରେ ଯଦି କୋଭିଡରେ ଆକ୍ରାନ୍ତ ହୁଅନ୍ତି, ସେଥିପାଇଁ 100 ପ୍ରତିଶତ ସୁରକ୍ଷା ଯୋଗାଇଥାଏ ।
ଜନସନ ଆଣ୍ଡ ଜନସନ କହିଛି ଯେ, ଏହାର ସିଙ୍ଗଲ ଡୋଜ ଟିକା ଡେଲ୍ଟା ଭାରିଆଣ୍ଟ ଏବଂ ଅନ୍ୟାନ୍ୟ ନୂତନ ଷ୍ଟ୍ରେନ୍ ବିରୁଦ୍ଧରେ ମଧ୍ୟ ଫଳପ୍ରଦ ସାବ୍ୟସ୍ତ ହୋଇଛି । ପୂର୍ବରୁ ଭାରତରେ ଚାରୋଟି ଟିକା, ଯଥା-ଆଷ୍ଟ୍ରା ଜେନେକାର କୋଭିଶିଲ୍ଡ,, କୋଭାକ୍ସିନ, ସ୍ପୁଟନିକ ଭି ଏବଂ ମଡର୍ନାକୁ ଜରୁରୀକାଳୀନ ବ୍ୟବହାର ପାଇଁ (EUA) ଅନୁମତି ମିଳିଥିବା ବେଳେ ଆଜି ଜନସନ୍ ଆଣ୍ଡ୍ ଜନସନର ସିଙ୍ଗଲ ଡୋଜ୍ ଟିକାକୁ ମଞ୍ଜୁରି ମିଳିଛି ।