ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ(JNU) ବିବିସି ଦ୍ବାରା ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ନିର୍ମିତ ବିବାଦୀୟ ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ ନକରିବାକୁ କଡା ଚେତାବନୀ ଦିଆଯାଇଛି । ଏହାଦ୍ବାରା କ୍ୟାମ୍ପସରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ଭଙ୍ଗ ହେବାର ଆଶଙ୍କା ରହିଛି । କେନ୍ଦ୍ର ସରକାର ଦେଶବ୍ୟାପୀ ଏହି ଡକ୍ୟୁମେଣ୍ଟାରୀକୁ ବ୍ୟାନ କରିଛନ୍ତି । ଏପରି ସ୍ଥଳେ ଯଦି କେହି ନିର୍ଦ୍ଦେଶର ଉଲ୍ଲଙ୍ଘନ କରେ ତେବେ ତା' ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜେଏନୟୁ ପ୍ରଶାସନ ଜଣାଇଛି ।
-
JNU asks to cancel the screening of the documentary "India: The Modi Question" scheduled for 24th Jan by a group of students stating that "such an unauthorised activity may disturb peace & harmony in the University.". pic.twitter.com/yQwDah9xx7
— ANI (@ANI) January 23, 2023 " class="align-text-top noRightClick twitterSection" data="
">JNU asks to cancel the screening of the documentary "India: The Modi Question" scheduled for 24th Jan by a group of students stating that "such an unauthorised activity may disturb peace & harmony in the University.". pic.twitter.com/yQwDah9xx7
— ANI (@ANI) January 23, 2023JNU asks to cancel the screening of the documentary "India: The Modi Question" scheduled for 24th Jan by a group of students stating that "such an unauthorised activity may disturb peace & harmony in the University.". pic.twitter.com/yQwDah9xx7
— ANI (@ANI) January 23, 2023
କେତେକ ଛାତ୍ର ସଂଗଠନ ଦ୍ବାରା ଆଜି(ମଙ୍ଗଳବାର) ରାତି ୯ଟା ସମୟରେ ଜେଏନୟୁ କ୍ୟାମ୍ପସରେ ବିବିସି ଦ୍ବାରା ପ୍ରସ୍ତୁତ ''ଇଣ୍ଡିଆ: ଦି ମୋଦି କୋଶ୍ଚିନ'' ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ଥିଲା । ଏଥିପାଇଁ କ୍ୟାମ୍ପସରେ ଏକ ପାମପ୍ଲେଟ ଜାରି କରାଯାଇଥିଲା । ଏହା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟିରେ ପଡିବା ପରେ ଏନେଇ ଆଡଭାଇଜରୀ ଜାରି କରାଯାଇଛି । ଆଡଭାଇଜରୀ ଅନୁସାରେ, ଜବାହରଲାଲ ନେହେରୁ ଛାତ୍ର ସଂଗଠନ ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ପାଇଁ ଜେଏନୟୁ ପ୍ରଶାସନ ଠାରୁ ଅନୁମତି ଲୋଡି ନାହିଁ । ଏହି ପ୍ରକାର ଅବୈଧ କାର୍ଯ୍ୟକଳାପ ଦ୍ବାରା କ୍ୟାମ୍ପସରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ବିଗିଡିପାରେ ।
ଏହାମଧ୍ୟ ପଢନ୍ତୁ: ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ମୋଦି ବିରୋଧି BBC ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ
ଏହିଭଳି କୌଣସି କାର୍ଯ୍ୟକ୍ରମ ପାଇଁ ଜେଏନୟୁ ପ୍ରଶାସନ ଅନୁମତି ଦେଇନାହିଁ । ଆଜି ରାତିରେ ଏହା ପ୍ରଦର୍ଶିତ ହେବାକୁ ଥିବାବେଳେ କାର୍ଯ୍ୟକ୍ରମକୁ ରବ୍ଦ କରଯାଇଛି । ଯଦି ଚେତାବନୀ ସତ୍ତ୍ବେ କେହି ଏହାକୁ ପ୍ରଦର୍ଶିତ କରନ୍ତି ତେବେ ଏ ଦିଗରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଅନ୍ୟପଟେ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଏହି ବିବାଦୀୟ ଡକ୍ୟୁମେଣ୍ଟାରୀକୁ ପ୍ରଦର୍ଶିତ କରାଯାଇଥିବା ଅଭିଯୋଗ ହୋଇଛି । ଏହି କାର୍ଯ୍ୟରେ ଜଡିତ ଥିବା ଛାତ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଦାବି କରାଯାଇଛି ।
କହିରଖୁଛୁ କି, ୨୦୦୨ ଗୁଜୁରାଟ ଦଙ୍ଗାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକା ସମ୍ପର୍କରେ ବିବିସି ଦ୍ବାରା 'India: The Modi Question' ଡକ୍ୟୁମେଣ୍ଟାରୀ ତିଆରି ହୋଇଛି । ଏଥିରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମୋଦିଙ୍କ ଭୂମିକା ଉପରେ ପ୍ରଶ୍ନ କରାଯାଇଛି । ଏହାକୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ପ୍ରୋପାଗଣ୍ଡା ବା ମିଥ୍ୟା ପ୍ରଚାର ବୋଲି କହିଛି । ଯାହାକୁ ନେଇ ବିବାଦ ଲାଗି ରହିଛି । ବିବିସି ପକ୍ଷରୁ ଏହି ଡକ୍ୟୁମେଣ୍ଟାରୀକୁ ଭାରତରେ ପ୍ରଦର୍ଶିତ କରାଯାଇନଥିବା ବେଳେ ୟୁରୋପ ଓ ଅନ୍ୟାନ୍ୟ ଦେଶରେ ପ୍ରଦର୍ଶିତ କରାଯାଇଛି ।