ETV Bharat / bharat

JNU ଦାୟିତ୍ବରେ ପ୍ରଥମ ମହିଳା କୁଳପତି, ଜାଣନ୍ତୁ କିଏ

author img

By

Published : Feb 8, 2022, 12:12 PM IST

ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ(JNU)ର ଇତିହାସରେ ପ୍ରଥମ । ପ୍ରଥମ ମହିଳା କୁଳପତି ଭାବେ ପ୍ରଫେସର ଶାନ୍ତିଶ୍ରୀ ଧୁଲିପୁଡି ପଣ୍ଡିତଙ୍କୁ ମିଳିଲା ନିଯୁକ୍ତି । ଅଧିକ ପଢନ୍ତୁ

JNUକୁ ମିଳିଲା ପ୍ରଥମ ମହିଳା କୁଳପତି, ଜାଣନ୍ତୁ କିଏ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସ୍ଥିତ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ(JNU)ର ପ୍ରଥମ ମହିଳା କୁଳପତି ନିଯୁକ୍ତ । JNUର ପ୍ରଥମ ମହିଳା କୁଳପତି ଭାବେ ପ୍ରଫେସର ଶାନ୍ତିଶ୍ରୀ ଧୁଲିପୁଡି ପଣ୍ଡିତ(Santishree Dhulipudi Pandit)ଙ୍କୁ ନିଯୁକ୍ତି ମିଳିଛି । ସେ ପୂର୍ବତନ କୁଳପତି ଏମ୍ ଜଗଦୀଶ କୁମାରଙ୍କ ସ୍ଥାନରେ ଅବସ୍ଥାପିତ ହୋଇଛନ୍ତି । ଆଗାମୀ ୫ ବର୍ଷ ଯାଏଁ ପ୍ରଫେସର ପଣ୍ଡିତ ଦାୟିତ୍ବରେ ରହିବେ । ସେ ଆଗରୁ ମହାରାଷ୍ଟ୍ରର ସାବିତ୍ରୀ ଫୁଲେ ବିଶ୍ବବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରୁଥିଲେ ।

୫୯ ବର୍ଷୀୟ ପ୍ରଫେସର ପଣ୍ଡିତ JNUର ଆଲୁମିନି ସଦସ୍ୟ ଅଟନ୍ତି । ସେ ଏଠାରେ ଏମ୍‌ଫିଲ ସହ ଆନ୍ତର୍ଜାତିକ ସମ୍ପର୍କ ଉପରେ ପିଏଚଡି କରିଛନ୍ତି । ବିଶ୍ବବିଦ୍ୟାଳୟର ପରିଦର୍ଶକ ଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଧୁଲିପୁଡି ପଣ୍ଡିତଙ୍କୁ ଜେଏନୟୁର କୁଳପତି ଭାବେ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି । ପ୍ରଫେସର ପଣ୍ଡିତ ଋଷିଆର ପିଟର୍ସବର୍ଗରେ ଜନ୍ମ ଗ୍ରହଣ କରିଛନ୍ତି ।

ପୂର୍ବରୁ କୁଳପତି ଥିବା ଏମ୍ ଜଗଦୀଶ କୁମାରଙ୍କୁ ୟୁଜିସି କମିଶନ ଅଧ୍ୟକ୍ଷ(chairman of the UGC)ଭାବେ ନିଯୁକ୍ତ କରାଯାଇଛି । ଗତବର୍ଷ JNU କୁଳପତି ଭାବେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ତେବେ ମହିଳା କୁଳପତିଙ୍କୁ ନିଯୁକ୍ତି ମିଳିବା JNU ଇତିହାସରେ ପ୍ରଥମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.