ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷର ଗୋଟିଏ ଦିନ ପରେ ଆକ୍ସନ ମୋଡକୁ ଆସିଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ହିଂସା ସୃଷ୍ଟିକାରୀ ତଥା କ୍ୟାମ୍ପସ ପରିସରରେ ସଦଭାବନା ନଷ୍ଟ କରୁଥିବା ଯେକୌଣସି ଛାତ୍ର ଓ ଗୋଷ୍ଠୀଙ୍କୁ ବରଦାସ୍ତ କରାଯିବ ନାହିଁ ଓ ଶୂନ୍ୟ ସହିଷ୍ଣୁତା ନୀତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କଡା ଚେତାବନୀ ଦେଇଛନ୍ତି ।
-
Delhi | Members of the All India Students Association (AISA) were detained by police for protesting outside Sardar Patel Bhawan, against the scuffle that broke out between two groups in JNU. pic.twitter.com/9xLURJFUy6
— ANI (@ANI) April 11, 2022 " class="align-text-top noRightClick twitterSection" data="
">Delhi | Members of the All India Students Association (AISA) were detained by police for protesting outside Sardar Patel Bhawan, against the scuffle that broke out between two groups in JNU. pic.twitter.com/9xLURJFUy6
— ANI (@ANI) April 11, 2022Delhi | Members of the All India Students Association (AISA) were detained by police for protesting outside Sardar Patel Bhawan, against the scuffle that broke out between two groups in JNU. pic.twitter.com/9xLURJFUy6
— ANI (@ANI) April 11, 2022
ଅନ୍ୟପଟେ ଗତକାଲି ସନ୍ଧ୍ୟାର ଘଟଣା ପରେ କାର୍ଯ୍ୟାନୁଷ୍ଠାନ ଦାବିରେ ପ୍ରଦର୍ଶନ କରୁଥିବା All India Students Association (AISA) ଛାତ୍ରଙ୍କୁ ଅଟକ ରଖିଛି ପୋଲିସ । ଆଜି ସର୍ଦ୍ଦାର ବଲ୍ଲଭ ପଟେଲ ହଲ ସାମ୍ନାରେ ପ୍ରଦର୍ଶନ କରିଥିଲେ AISA ସଦସ୍ୟ ଛାତ୍ରଛାତ୍ରୀ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେମାନଙ୍କୁୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି । ଗତକାଲି ସନ୍ଧ୍ୟାରେ ଘଟିଥିବା ଛାତ୍ର ସଂଘର୍ଷରେ ଉଭୟ ଗୋଷ୍ଠୀର ଏକାଧିକ ଛାତ୍ରାଛାତ୍ରୀ ଆହତ ହୋଇଥିଲେ।
ସୂଚନା ଅନୁସାରେ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଛାତ୍ରମାନେ କ୍ୟାମ୍ପସର ଏକ ହଷ୍ଟେଲରେ ଆମିଷ ଖାଦ୍ୟ ପରିବେଷଣକୁ ବିରୋଧ କରିବା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା । ଏହି ସଂଘର୍ଷରେ ଉଭୟ ପକ୍ଷରୁ ପ୍ରାୟ 16ଜଣ ଛାତ୍ରଛାତ୍ରୀ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଆଜି ମଧ୍ୟ ଘଟଣାକୁ ନେଇ କ୍ଯାମ୍ପସ ପରିସରରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ମୂତୟନ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ