ETV Bharat / bharat

ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

author img

By ETV Bharat Odisha Team

Published : Sep 12, 2023, 6:28 AM IST

ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ ଅସୁସ୍ଥ । ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ରାଞ୍ଚି: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶାସନରେ ଥିବା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ମୁଖ୍ୟ ଶିବୁ ସୋରେନ ଅସୁସ୍ଥ । ଆଜି ତାଙ୍କଠାରେ ସ୍ୱାସ୍ଥ୍ୟଗତ ଜଟିଳତା ପ୍ରକାଶ ପାଇବା ପରେ ନୂଆଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ଏନେଇ ଝାଡ଼ଖଣ୍ଡର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ତାଙ୍କ ପୁଅ ତଥା ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଦିଲ୍ଲୀରେ ହସ୍ପିଟାଲରେ ଉପସ୍ଥିତ ରହିଛନ୍ତି । 79 ବର୍ଷୀୟ ଶିବୁ ବୟସାଧିକ କାରଣରୁ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ । ସେ ଡାକ୍ତରୀ ନିରିକ୍ଷଣରେ ଥିବା ବେଳେ ଆଜି ତାଙ୍କ ସ୍ବାସ୍ଥ୍ଯବସ୍ଥା ହଠାତ ବିଗିଡ଼ି ଯାଇଥିଲା ।

ଦିଲ୍ଲୀ ସ୍ଥାନାନ୍ତର କରିବା ପୂର୍ବରୁ ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା କାରଣକୁ JMM ସୁପ୍ରିମୋ ଶିବୁଙ୍କୁ ପ୍ରଥମେ ରାଞ୍ଚିରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏସମ୍ପର୍କରେ ପୁଅ ହେମନ୍ତ ସୋରେନ ଟ୍ୱିଟର୍‌ରେ ତାଙ୍କ ପିତାଙ୍କ ଏକ ଫଟୋ ସେୟାର କରି ସେ ସାମାନ୍ୟ ଅସୁସ୍ଥ ହୋଇପଡ଼ିଥିବା ସୂଚନା ଦେଇଥିଲେ । ପରେ ତାଙ୍କୁ ଦିଲ୍ଲୀ ସ୍ଥିତ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ :-ସମ୍ପତ୍ତି ବିବାଦରୁ ଆଇନଜୀବୀ ପତ୍ନୀଙ୍କୁ ହତ୍ୟା, ସ୍ବାମୀ ଗିରଫ

ଶିବୁ ସୋରେନ୍ 2005ରୁ 2010 ମଧ୍ୟରେ ଝାଡଖଣ୍ଡର 3ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ 8 ଥର ଲୋକସଭା ସଦସ୍ୟ(ସାଂସଦ) ଭାବେ ନିର୍ବାଚିତ ହୋଇଥିଲେ । ବର୍ତ୍ତମାନ ସେ ରାଜ୍ୟସଭା ସାଂସଦ ମଧ୍ୟ ରହିଛନ୍ତି । ସ୍ବତନ୍ତ୍ର ଝାଡ଼ଖଣ୍ଡ ଗଠନ ଦିଗରେ ତାଙ୍କର ବଡ଼ ଭୂମିକା ଥିଲା । ସେ ଜଣେ ଆଦିବାସୀ ନେତା ଭାବେ ବଳିଷ୍ଠ ଛବି ସୃଷ୍ଟି କରିପାରିଥିଲେ । ରାଜ୍ୟ ରାଜନୀତିରେ ଲମ୍ବା ଇନିଂସ ଖେଳିଥିବା ଏହି ନେତା ଜାତୀୟ ରାଜନୀତିରେ ମଧ୍ୟ ବେଶ ସକ୍ରିୟ ଥିଲେ । 2004ରୁ ମାର୍ଚ୍ଚ 2005 ପର୍ଯ୍ୟନ୍ତ ସେ କେନ୍ଦ୍ର କ୍ୟାବିନେଟରେ ମଧ୍ୟ ମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । 79 ବର୍ଷୀୟ ଶିବୁ ବୟସାଧିକ କାରଣରୁ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ । ତାଙ୍କ ଚିକିତ୍ସା ଜାରି ରହିଛି । ତେବେ ଦିଲ୍ଲୀରେ ହସ୍ପିଟାଲ ପକ୍ଷରୁ ତାଙ୍କ ସ୍ବାସ୍ଥ୍ଯାବସ୍ଥା ନେଇ କୌଣସି ତାଜା ସୂଚନା ପ୍ରଦାନ କରାଯାଇ ନାହିଁ । ପ୍ରାଥମିକ ଭାବେ ତାଙ୍କ ଠାରେ ଶ୍ବାସକ୍ରିୟାଜନିତ ସମସ୍ୟା ଦେଖାଯାଇଥିଲା । ଏକ ଡାକ୍ତରୀ ଟିମ ତାଙ୍କ ଚିକିତ୍ସା ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.