ETV Bharat / bharat

ଦଳ ବଞ୍ଚାଇବାକୁ ସନ୍ତୋଷ ସୁମନଙ୍କ ସେଫ୍ ଗେମ୍: ନୀତିଶଙ୍କ କ୍ୟାବିନେଟରୁ ଦେଲେ ଇସ୍ତଫା

author img

By

Published : Jun 13, 2023, 3:47 PM IST

ବିହାର ରାଜନୀତିରେ ଦେଖାଦେଇଛି ହଟଚମଟ। ନୀତିଶ ସରକାରରେ ଥିବା କ୍ୟାବିନେଟ୍ ମନ୍ତ୍ରୀ ସନ୍ତୋଷ ସୁମନ ମାନଝୀଙ୍କ ଇସ୍ତଫା ଫଳରେ ନୀତିଶ-ତେଜସ୍ବୀ ମେଣ୍ଟ ସରକାରଙ୍କୁ ଝଟକା ଲାଗିଛି । ଅଧିକ ପଢନ୍ତୁ

ବିହାର ମନ୍ତ୍ରୀଙ୍କ ଇସ୍ତଫା
ବିହାର ମନ୍ତ୍ରୀଙ୍କ ଇସ୍ତଫା

ପାଟନା: ବିହାର ରାଜନୀତିରେ ହାଇଡ୍ରାମା । ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ସନ୍ତୋଷ ସୁମନ। ନୀତିଶ ସରକାରରେ ଥିବା କ୍ୟାବିନେଟ୍ ମନ୍ତ୍ରୀଙ୍କ ଇସ୍ତଫା ପରେ ନୀତିଶ-ତେଜସ୍ବୀ ମେଣ୍ଟ ସରକାରଙ୍କୁ ଲାଗିଛି ବଡ ଝଟକା। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାନଝୀଙ୍କ ପୁ୍ଅ ତଥା ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ପାର୍ଟିର ରାଷ୍ଟ୍ରିୟ ଅଧ୍ୟକ୍ଷ ଡକ୍ଟର ସନ୍ତୋଷ ସୁମନ ମାନଝୀ ଇସ୍ତଫା ଦେଇଛନ୍ତି। ମନ୍ତ୍ରୀ ବିଜୟ କୁମାର ଚୌଧୁରୀଙ୍କୁ ଭେଟି ସେ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

2018ରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସନ୍ତୋଷ ବର୍ତ୍ତମାନ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଥିଲେ। ଇସ୍ତଫା ପରେ ସନ୍ତୋଷ ମାନଝୀ ସାମ୍ବାଦିକ ସମ୍ମିଳନୀ ଡକାଇଛନ୍ତି। ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା ପରେ ସେ ଏହି ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି। ଯଦିଓ ମିଳିତ ମେଣ୍ଟରୁ ଅଲଗା ହେବା କଥାକୁ ସେ ଅସ୍ବୀକାର କରିଛନ୍ତି କିନ୍ତୁ ଜେଡିୟୁ ସରକାରରେ ମିଶିବା କଥାକୁ ମଧ୍ୟ ସେ ପ୍ରତ୍ୟାଖ୍ୟାନ କରିଛନ୍ତି।

ସୂଚନା ଅନୁସାରେ, ଜନତା ଦଳ ୟୁନାଇଟେଡ (JDU) ସହ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ପାର୍ଟି (HAM) ବିଲୀନ ପାଇଁ ଚାପ ପକାଯାଉଥିଲା । ଯାହାକି ସନ୍ତୋଷ ମାନଝୀକୁ ନାପସନ୍ଦ ଥିଲା। ସେଥିପାଇଁ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି। ବିଲୀନ ହେବାକୁ ଥିବା ଦଳର ଅସ୍ତିତ୍ବ ବଞ୍ଚାଇବା ପାଇଁ ଏଭଳି ନିଷ୍ପତ୍ତି ନେଇଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି HAM ରାଷ୍ଟ୍ରୀୟ ଅଧ୍ୟକ୍ଷ ସନ୍ତୋଷ ସୁମନ ମାନଝୀ।

ତେବେ ଗତ 23ତାରିଖରେ ଡକାଯାଇଥିବା ବିରୋଧୀଙ୍କ ବୈଠକରେ ସାମିଲ ହୋଇନଥିଲେ ସନ୍ତୋଷ । ତାଙ୍କୁ ବୈଠକରେ ନିମନ୍ତ୍ରଣ କରାଯାଇନଥିଲା ଏବଂ ଅଣଦେଖା କରାଯାଉଥିଲା ବୋଲି ସେ କହିଛନ୍ତି। ଏହାସହ ସେ କହିଛନ୍ତି, "ଜଙ୍ଗଲରେ ଅନେକ ଜୀବ ଜନ୍ତୁ ଅଛନ୍ତି। ଦୀର୍ଘ ଦିନ ହେବ ସେମାନଙ୍କୁ ଶିକାର କରାଯିବାକୁ ପ୍ରୟାସ କରାଯାଉଛି।" ଏନେଇ ଦଳ ରଣନୀତି ପ୍ରସ୍ତୁତ କରିବା ପରେ ଆଗାମୀ ଦିନରେ ବିଚାର କରାଯିବ ବୋଲି କହିଛନ୍ତି ସନ୍ତୋଷ ସୁମନ।

ସୂଚନା ମୁତାବକ, ପୂର୍ବରୁ 5ଟି ଲୋକସଭା ଆସନ ଟିକେଟ୍ ବାବଦରେ ନୀତିଶଙ୍କ ସହ ଆଲୋଚନା କରିଥିଲେ। ହେଲେ ପରେ ନୀତିଶ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ପାର୍ଟିକୁ JDU ସହ ମିଶାଇ ଗୋଟିଏ ପାର୍ଟି କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଯାହାକୁ ନେଇ ଉଭୟ ମେଣ୍ଟ ମଧ୍ୟରେ ଆରମ୍ଭ ହୋଇଥିଲା ଅସନ୍ତୋଷ। ଶେଷରେ ଦଳର ଅସ୍ଥିତ୍ବ ରକ୍ଷା କରିବାକୁ ଯାଇ ସନ୍ତୋଷ ସୁମନ ଇସ୍ତଫା ଦେଇଥିବା ଜଣାପଡିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.