ETV Bharat / bharat

ତ୍ରିରଙ୍ଗାରେ ରଙ୍ଗୀନ ଗୁଣ୍ଟୁର ଜିନ୍ନା ଟାୱାର, ଉଡିବ ଝଣ୍ଡା - ଗୁଣ୍ଟୁର ଜିନ୍ନା ଟାୱାର

ବହୁ ବିବାଦ ପରେ ଜାତୀୟ ପତାକାର ୩ ରଙ୍ଗରେ ରଙ୍ଗୀନ ହେଲା ଆନ୍ଧ୍ରପ୍ରଦେଶ ଗୁଣ୍ଟୁରସ୍ଥିତ ଜିନ୍ନା ଟାୱାର(Jinnah Tower) । ଅଧିକ ପଢନ୍ତୁ

ତ୍ରିରଙ୍ଗାରେ ରଙ୍ଗୀନ ଗୁଣ୍ଟୁର ଜିନ୍ନା ଟାୱାର, ଉଡିବ ଝଣ୍ଡା

author img

By

Published : Feb 2, 2022, 4:44 PM IST

ଅମରାବତୀ: ଜାତୀୟ ପତାକାର ୩ ରଙ୍ଗରେ ରଙ୍ଗୀନ ହେଲା ଜିନ୍ନା ଟାୱାର(Jinnah Tower) । ବହୁ ବିବାଦ ପରେ ଆନ୍ଧ୍ର ପ୍ରଦେଶ ଗୁଣ୍ଟୁର ସ୍ଥିତ ଜିନ୍ନା ଟାୱାରକୁ ଜାତୀୟ ପତାକାର ୩ ରଙ୍ଗରେ ରଙ୍ଗୀନ କରାଯାଇଛି । ଏଥିସହ ଟାୱାର ନିକଟରେ ତ୍ରିରଙ୍ଗା ସ୍ଥାପନ କରିବାକୁ ଯୋଜନା ଚାଲିଛି ।

ବିଭିନ୍ନ ସଂଗଠନର ଅନୁରୋଧ କ୍ରମେ ଜିନ୍ନା ଟାୱାରକୁ ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଗୁଣ୍ଟୁର ଇଷ୍ଟ ବିଧାୟକ ମହମ୍ମଦ ମୁସ୍ତାଫା କହିଛନ୍ତି । ମୁସ୍ତାଫା କହିଛନ୍ତି ଯେ, ଜିନ୍ନା ଟାୱାର ନିକଟରେ ଜାତୀୟ ପତାକା ଉତ୍ତୋଳନ ପାଇଁ ପ୍ରସ୍ତୁତି ସରିଛି । ଆସନ୍ତାକାଲି(ଗୁରୁବାର) ଠାରୁ ଏଠାରେ ତ୍ରିରଙ୍ଗା ଉଡିବ । ଗୁଣ୍ଟୁର ମ୍ୟୁନିସିପାଲ କର୍ପୋରେସନ ମେୟର କବିତା ମନୋହର ନାଇଡୁଙ୍କ ସହ ଆଜି(ବୁଧବାର) ମୁସ୍ତାଫା ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।

ଏହି ଅବସରରେ ମୁସ୍ତାଫା କହିଛନ୍ତି ଯେ, ସ୍ବାଧୀନତା ପାଇଁ ବରିଷ୍ଠ ମୁସଲମାନ ନେତାମାନେ ବ୍ରିଟିଶ ସରକାରଙ୍କ ସହ ଲଢିଥିଲେ । ସ୍ବାଧୀନତା ପ୍ରାପ୍ତ ପରେ କେତେକ ପାକିସ୍ତାନ ଚାଲି ଯାଇଥିଲେ ମଧ୍ୟ ଅନ୍ୟମାନେ ହିନ୍ଦୁସ୍ତାନରେ ଅଛନ୍ତି । ତେଣୁ ଆମେ ଚାହୁଁଛୁ ସର୍ବାଦା ଭାରତୀୟ ହୋଇରହିବୁ ଏବଂ ଭାରତ ମା'ର ସେବା କରିବୁ ।

ଏହା ମଧ୍ୟ ପଢନ୍ତୁ:- Republic Day: ଜାତୀୟ ପତାକା ବାନ୍ଧିବାକୁ ଦେଲାନି ପୋଲିସ, ତେଜିଲା ବିବାଦ

ତେବେ ଗତ ମାସ ସାଧାରଣତନ୍ତ୍ର ଦିବସରେ ହିନ୍ଦୁ ବାହିନୀର କେତେକ କର୍ମୀ ଜିନ୍ନା ଟାୱାର ନିକଟରେ ପତାକା ଉତ୍ତୋଳନ କରୁଥିବା ସମୟରେ ସେମାନଙ୍କୁ ବଳପୂର୍ବକ ଉଠଇ ନେଇଥିଲା ପୋଲିସ । ଯାହାକୁ ବିଭିନ୍ନ ସଂଗଠନ ସମେତ BJP ମଧ୍ୟ ସମାଲୋଚନା କରିଥିଲା । ତେବେ BJP ର ସମାଲୋଚନା ଏବଂ ଅଭିଯୋଗକୁ ଖଣ୍ଡନ କରି ମୁସ୍ତାଫା କହିଛନ୍ତି, 'BJP ସାମ୍ପ୍ରଦାୟିକ ଦଙ୍ଗା କରିବା ପରିବର୍ତ୍ତେ କୋଭିଡ ମହାମାରୀରେ ଅସହାୟଙ୍କୁ ସାହାଯ୍ୟ କରୁ ।'

ସେପଟେ ଗତ ବର୍ଷ ଡିସେମ୍ବରରେ ଗୁଣ୍ଟୁର ମ୍ୟୁନିସିପାଲିଟି କର୍ପୋରେସନ୍ କମିଶନର ଚଲ୍ଲା ଅନୁରାଧାଙ୍କ ନିକଟରେ BJP ଏକ ସ୍ମାରକପତ୍ର ଦାଖଲ କରି ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମଙ୍କ ନାମରେ ଜିନ୍ନା ଟାୱାରର ନାମ ପରିବର୍ତ୍ତନ କରିବାକୁ ଅନୁରୋଧ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.