ETV Bharat / bharat

ଗୁଜୁରାଟ ଯୁବ କଂଗ୍ରେସ ନେତା ଜିଗ୍ନେଶ ମେୱାନୀ ଗିରଫ, ଆଜି ବିକ୍ଷୋଭ କରିବେ ସମର୍ଥକ

author img

By

Published : Apr 21, 2022, 9:02 AM IST

Updated : Apr 21, 2022, 9:14 AM IST

ଯୁବ କଂଗ୍ରେସ ନେତା ଜିଗ୍ନେଶ ମେୱାନୀ ଗିରଫ । ଜିଗ୍ନେଶ ମେୱାନୀଙ୍କୁ ଆସାମ ପୋଲିସ ଗିରଫ କରିଛି । ତାଙ୍କୁ ପାଲନପୁର ସର୍କିଟ ହାଉସ୍‌ରୁ ଗତକାଲି ରାତି ୧୧ଟା ୩୦ରେ ପୋଲିସ ଗିରଫ କରିଛି । ଅଧିକ ପଢନ୍ତୁ

ଯୁବ କଂଗ୍ରେସ ନେତା ଜିଗ୍ନେଶ ମେୱାନୀ ଗିରଫ
ଯୁବ କଂଗ୍ରେସ ନେତା ଜିଗ୍ନେଶ ମେୱାନୀ ଗିରଫ

ଗାନ୍ଧୀନଗର: ଗୁଜୁରାଟ ଭଡଗାମ ବିଧାୟକ ତଥା ଯୁବ କଂଗ୍ରେସ ନେତା ଜିଗ୍ନେଶ ମେୱାନୀ ଗିରଫ । ଜିଗ୍ନେଶ ମେୱାନୀଙ୍କୁ ଆସାମ ପୋଲିସ ଗିରଫ କରିଛି । ତାଙ୍କୁ ପାଲନପୁର ସର୍କିଟ ହାଉସ୍‌ରୁ ଗତକାଲି ରାତି 11ଟା 30ରେ ପୋଲିସ ଗିରଫ କରିଥିବା ସୂଚନା । ଏହାପରେ ତାଙ୍କୁ ଆସାମକୁ ନିଆଯାଇଛି । ଏକ ବିବାଦୀୟ ଟ୍ବିଟ୍‌ ପାଇଁ ତାଙ୍କୁ ଗିରଫ କରାଯାଇଥିବା ଚର୍ଚ୍ଚା ହେଉଛି । ଜିଗ୍ନେଶଙ୍କ ଗିରଫ ପରେ ଗୁଜୁରାଟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି ।

ଗୁଜୁରାଟ ଯୁବ କଂଗ୍ରେସ ନେତା ଜିଗ୍ନେଶ ମେୱାନୀ ଗିରଫ

ତେବେ ପୋଲିସ ଏପର୍ଯ୍ୟନ୍ତ ଏଫଆଇଆର କପି ଦେଇନାହିଁ, ତେବେ କେଉଁ ମାମଲାରେ ମେୱାନୀଙ୍କୁ ଗିରଫ କରାଯାଇଛି ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏକ ଟ୍ବିଟକୁ ନେଇ ଜିଗ୍ନେଶ ମେୱାନୀ ଗିରଫ କରାଯାଇଥିବା ଅନୁମାନ କରାଯାଉଛି । ଗିରଫ ପରେ 'ମୁଁ କୌଣସି ମିଛ ଅଭିଯୋଗକୁ ଡରୁନାହିଁ, ମୁଁ ମୋ ସଂଗ୍ରାମ ଜାରି ରଖିବି ବୋଲି କହିଛନ୍ତି ଜିଗ୍ନେଶ ମେୱାନୀ ।

ଜିଗ୍ନେଶ କିମ୍ବା କଂଗ୍ରେସ ଏଭଳି ଅଭିଯୋଗକୁ ଭୟ କରୁନାହାଁନ୍ତି । କଂଗ୍ରେସ ରାଜ୍ୟ ସଭାପତି ଜଗଦୀଶ ଠାକୁରଙ୍କ ସମେତ ବିଧାୟକମାନେ ଅହମ୍ମଦାବାଦ ବିମାନବନ୍ଦରରେ ପହଞ୍ଚିଥିଲେ । ସେମାନେ ଜିଗ୍ନେଶଙ୍କ ସମର୍ଥନରେ ଏବଂ ଆସାମ ପୋଲିସ ବିରୋଧରେ ସ୍ଲୋଗାନ ଦେଇଥିଲେ। ମେୱାନୀଙ୍କ ଗିରଫଦାରୀ ସମ୍ପର୍କରେ ଜଗଦୀଶ ଠାକୁର କହିଛନ୍ତି ଯେ ଆରଏସଏସରେ ଟ୍ବିଟ କରି ଜିଗ୍ନେଶଙ୍କ ବିରୋଧରେ ଅଭିଯୋଗ ଦାୟର ହୋଇଛି । ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ହୋଇଛି । ଆମେ ଜିଗ୍ନେଶଙ୍କ ପାଇଁ ଲଢିବୁ ଏବଂ ତାଙ୍କୁ ମୁକୁଳାଇବୁ ବୋଲି କହିଛନ୍ତି କଂଗ୍ରେସ ରାଜ୍ୟ ସଭାପତି ଜଗଦୀଶ ଠାକୁର ।

ଜିଗ୍ନେଶ ମେୱାନୀ ଜଣେ ସମାଜସେବୀ ଏବଂ ପୂର୍ବରୁ ସାମ୍ବାଦିକତା ଭାବେ ମଧ୍ୟ କାର୍ଯ୍ୟ ନିର୍ବାହ କରିଛନ୍ତି । ମେୱାନୀଙ୍କ ଗିରଫଦାରୀକୁ ତାଙ୍କ ସମର୍ଥକମାନେ ଘୋର ବିରୋଧ କରିଛନ୍ତି । ସେମାନେ ଆଜି ରାଜଧାନୀ ଦିଲ୍ଲୀରେ ଆନ୍ଦୋଳନ କରିବା ନେଇ ସୂଚନା ମିଳିଛି । ସମ୍ବିଧାନ ବଞ୍ଚାଅ ଏବଂ ଦେଶ ବଞ୍ଚାଅ ନାରା ଦେଇ ଜିଗ୍ନେଶଙ୍କ ସମର୍ଥକମାନେ ଆଜି ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିବେ ।

୨୦୧୭ ଗୁଜରାଟ ବିଧାନସଭା ନିର୍ବାଚନ ସମୟରେ ଜିଗ୍ନେଶ ମେୱାନୀ କଂଗ୍ରେସର ବଳ ଥିଲେ । ଗୁଜରାଟରେ କଂଗ୍ରେସର ଭୋଟ୍‌ ବୃଦ୍ଧି କରିବାରେ ଜିଗ୍ନେଶଙ୍କ ବଳିଷ୍ଠ ଭୂମିକା ‌ରହିଛି । ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ବାଣରେ ଘେରି ଜାତୀୟ ରାଜନୀତିରେ ଜିଗ୍ନେଶ ଅନେକ ସମୟରେ ଚର୍ଚ୍ଚାରେ ରହି ଆସିଛନ୍ତି ।

Last Updated : Apr 21, 2022, 9:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.