ETV Bharat / bharat

Presidential Election: ଦ୍ରୌପଦୀ ମୁର୍ମୁଙ୍କୁ JMMର ସମର୍ଥନ ଘୋଷଣା

author img

By

Published : Jul 14, 2022, 6:50 PM IST

Updated : Jul 14, 2022, 7:01 PM IST

ରାଷ୍ଟ୍ରପତି ନିର୍ବାଚନରେ NDA ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) । ଅଧିକ ପଢନ୍ତୁ

ଇନ୍ଦ୍ର ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଜେପି ବାଧାୟକଙ୍କୁ କାଦୁଅ ସ୍ନାନ
ଇନ୍ଦ୍ର ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଜେପି ବାଇନ୍ଦ୍ର ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଜେପି ବାଧାୟକଙ୍କୁ କାଦୁଅ ସ୍ନାନଧାୟକଙ୍କୁ କାଦୁଅ ସ୍ନାନ

ରାଞ୍ଚି: ରାଷ୍ଟ୍ରପତି ନିର୍ବାଚନରେ NDA ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) । ଦଳର କେନ୍ଦ୍ରୀୟ ଅଧ୍ୟକ୍ଷ ଶିବୁ ସୋରେନ ଏଥିଲାଗି ସମସ୍ତ ସାଂସଦ ଓ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆସନ୍ତା ଜୁଲାଇ ୧୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀଙ୍କ ସପକ୍ଷରେ ଭୋଟ ଦେବ ଦଳ । ଝାଡଖଣ୍ଡର ରାଜ୍ୟପାଳ ଭାବେ ଦାୟିତ୍ବ ତୁଲାଇଛନ୍ତି ଦ୍ରୌପଦୀ ।

ଦ୍ରୋପଦୀ ମୁର୍ମୁଙ୍କୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସମର୍ଥନ ଘୋଷଣା

ଶିବୁ ସୋରେନ ଜାରି କରିଥିବା ନିର୍ଦ୍ଦେଶନାମାରେ ଲେଖାଯାଇଛି ଯେ, "ରାଷ୍ଟ୍ରପତି ନିର୍ବାଚନରେ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ପ୍ରାର୍ଥିନୀ ହୋଇଛନ୍ତି । ସ୍ବାଧୀନତା ପରେ ପ୍ରଥମ ଥର ଲାଗି କେହି ଜଣେ ଆଦିବାସୀ ସମ୍ପ୍ରଦାୟର ମହିଳା ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ଏଥିଲାଗି ଦଳ ରାଷ୍ଟ୍ରପତି ନିର୍ବାଚନରେ ଦ୍ରୋପଦୀଙ୍କୁ ସମର୍ଥନ କରିବା ଲାଗି ନିଷ୍ପତ୍ତି ନେଇଛି ।"

ଦଳର ସମସ୍ତ ସାଂସଦ ଓ ବିଧାୟକଙ୍କୁ ସେ ଭୋଟ ଦେବା ପାଇଁ ନିର୍ଦ୍ଦେଶ ରହିଛି । ସୂଚନା ଥାଉ କି NDA ସମେତ ବିଜେଡି ଓ ଜଗନ ମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଛନ୍ତି । ଯଦି ଦ୍ରୌପଦୀ ବିଜୟୀ ହୁଅନ୍ତି, ତା’ହେଲେ ଦେଶକୁ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ମିଳିବେ । ସେହିପରି ପ୍ରଥମ ଓଡ଼ିଆ ଭାବେ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ପଦ ଅଳଙ୍କୃତ କରିବାର ରେକର୍ଡ କରିବେ ।

Last Updated : Jul 14, 2022, 7:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.