ETV Bharat / bharat

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ଘରୁ ଦୁଇଟି AK-47 ଆସଲ୍ଟ ରାଇଫଲ ଜବତ କଲା ED - ଖଣି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ

ଝାଡଖଣ୍ଡ ଖଣି ଦୁର୍ନୀତି (Jharkhand Illegal Mining Case)ର ତଦନ୍ତରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହଯୋଗୀ ପ୍ରେମ ପ୍ରକାଶଙ୍କ ଘରେ ଚଢାଉ । ଜବତ ହେଲା ଦୁଇଟି ଏକେ-୪୭ ଆସଲ୍ଟ ରାଇଫଲ । ଝାଡଖଣ୍ଡର ବିଭିନ୍ନ ସ୍ଥାନରେ ଜାରି ରହିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମାରାଥାନ ଚଢାଉ । ଅଧିକ ପଢନ୍ତୁ

Jharkhand Illegal Mining Case, ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀଙ୍କ ଘରୁ ଦୁଇ AK 47 ଆସଲ୍ଟ ରାଇଫଲ ଜବତ କଲା ED

author img

By

Published : Aug 24, 2022, 4:09 PM IST

ରାଞ୍ଚି: ବହୁଚର୍ଚ୍ଚିତ ଝାଡଖଣ୍ଡ ଖଣି ଦୁର୍ନୀତି ମାମଲାରେ (Jharkhand Illegal Mining Case) ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହଯୋଗୀ ପ୍ରେମ ପ୍ରକାଶଙ୍କ ଘରେ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ଚଢାଉ ବେଳେ ଆଶ୍ଚର୍ଯ୍ୟଚକିତ କରିବା ପରି ତଥ୍ୟ ସାମ୍ନାକୁ ଆସିଛି । ପ୍ରେମ ପ୍ରକାଶଙ୍କ ଘରୁ ଦୁଇଟି ଅତ୍ୟାଧୁନିକ AK-47 ଆସଲ୍ଟ ରାଇଫଲ୍ସ ଜବତ କରାଯାଇଛି । ପ୍ରେମ ପ୍ରକାଶଙ୍କ ହାରମୁ ହାଉସିଂ କଲୋନୀ ବାସଭବନରେ ଅତର୍କିତ ଚଢାଉ କରିଥିଲେ ପ୍ରବର୍ତ୍ତନ ନିର୍ଦ୍ଦଶାଳୟର ଅଧିକାରୀ । ଏଥିରେ ଏକ ଆଲମିରାରେ ଦୁଇଟି ଅତ୍ୟାଧୁନିକ ଏକେ-୪୭ ରାଇଫଲ ଥିଲା । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ସୋରେନଙ୍କ ଅନ୍ୟ ଜଣେ ସହଯୋଗୀଙ୍କ ଘରେ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶଳାୟ ପକ୍ଷରୁ ଚଢାଉ କରାଯାଇ ସାରଛି ।

ଝାଡଖଣ୍ଡରେ ବେଆଇନ ଖଣି ଖନନ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଏକକାଳୀନ 17 ଟି ସ୍ଥାନରେ ଚଢାଉ କରିଥିଲା । ପ୍ରେମ ପ୍ରକାଶ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନିକଟତର ବୋଲି ଜଣାଯାଇଛି । ପ୍ରେମ ପ୍ରକାଶ ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମଧ୍ୟରେ ସମ୍ପର୍କ ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ଏହି ଚଢାଉ କରାଯାଇଥିଲା । ବେଆଇନ ଖଣି ମାମଲାରେ ପ୍ରେମ ପ୍ରକାଶଙ୍କ ଘର ବ୍ୟତୀତ ଝାଡଖଣ୍ଡ, ବିହାର, ତାମିଲନାଡୁ ଏବଂ ଦିଲ୍ଲୀ-ଏନସିଆରରେ 16 ଟି ସ୍ଥାନରେ ମଧ୍ୟ ଚଢାଉ କରିଥିଲା ତଦନ୍ତକାରୀ ସଂସ୍ଥା ।

ଏହି ପ୍ରସଙ୍ଗରେ ଅରଗୋଡା ପୋଲିସ ଷ୍ଟେସନର SHO ବିନୋଦ କୁମାରଙ୍କ ବିବୃତ୍ତି ସାମ୍ନାକୁ ଆସିଛି । ବିନୋଦ କହିଛନ୍ତି ଯେ ପ୍ରେମ ପ୍ରକାଶଙ୍କ ଘରୁ ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର (AK-47) ଝାଡଖଣ୍ଡ ପୋଲିସର ସରକାରୀ ସୁରକ୍ଷା କର୍ମୀଙ୍କର ଅଟେ । ଅସ୍ତ୍ରଶସ୍ତ୍ର କାହିଁକି ଆଲମାରୀ ଭିତରେ ରଖାଗଲା ଏହାର ତଦନ୍ତ କରାଯିବ । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ଓ ଦୁର୍ନୀତିରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କ ଘରରୁ ଏପରି ମାରଣାସ୍ତ୍ର ମିଳିବା ଘଟଣା ସାଧାରଣରେ ଚହଣ ସୃଷ୍ଟି କରିଛି ।

ଏହାପୂର୍ବରୁ, ମଧ୍ୟ ତଦନ୍ତକାରୀ ସଂସ୍ଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅନ୍ୟ କିଛି ପ୍ରମୁଖ ସହଯୋଗୀଙ୍କ ଘରେ ଚଢାଉ କରିସାରିଛି (Jharkhand Illegal Mining Case investigation )। PMLA ଆକ୍ଟ ଅଧୀନରେ ହେମନ୍ତ ସୋରେନଙ୍କ ଦଳର ବିଧାୟକ ପଙ୍କଜ ମିଶ୍ରାଙ୍କ 37 ଟି ବ୍ୟାଙ୍କ ଆକାଉଣ୍ଟ ସିଜ କରିବା ସହ 11.88 କୋଟି ଟଙ୍କା ଜବତ କରି ସାରିଛି ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗତ ଜୁଲାଇ 8 ରେ ଝାଡଖଣ୍ଡର ସାହେବଗଞ୍ଜ, ବାରହାଇଟ, ରାଜମହଲ, ମିର୍ଜା ଚୌକ ଏବଂ ବାରହାରୱା ଠାରେ ମଧ୍ୟ ଚଢାଉ କରିବା ସହ ନଗଦ ଟଙ୍କା ମଧ୍ୟ ଜବତ କରିଛି । ଏହି ସବୁ ସ୍ଥାନରୁ ବେଆଇନ ଭାବେ ଚାଲୁଥିବା ପାଞ୍ଚଟି ଷ୍ଟୋନ କ୍ରସର ମଧ୍ୟ ଜବତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.