ETV Bharat / bharat

ED summons: ହେମନ୍ତଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟରୁ ଝଟକା, ଇଡି ବିରୋଧରେ ଆବେଦନ ଖାରଜ

ଇଡିର ସମନ ବିରୋଧରେ ଝାଡଖଣ୍ଡ ହାଇକୋର୍ଟରେ ହେମନ୍ତ ସୋରେନ କରିଥିବା ଆବେଦନକୁ ଅବୈଧ ଘୋଷଣା କଲେ କୋର୍ଟ। ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Oct 13, 2023, 2:03 PM IST

Jharkhand HC rejects Hemant Sorens plea
Jharkhand HC rejects Hemant Sorens plea

ରାଞ୍ଚି: ଝାଡ଼ଖଣ୍ଡ ହାଇକୋର୍ଟରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଝଟକା । ଆର୍ଥିକ ହେରଫେର ମାମଲାରେ ଇଡିର ସମନ ବିରୋଧରେ ମୁଖ୍ୟମନ୍ତ୍ରୀ କରିଥିବା ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି । ଆଜି କୋର୍ଟରେ ଏସମ୍ପର୍କିତ ଆବେଦନ ଉପରେ ଶୁଣାଣି କରି ହେମନ୍ତଙ୍କ ଆବେଦନକୁ ଅବୈଧ ଘୋଷଣା କରିଛନ୍ତି କୋର୍ଟ । ହେମନ୍ତ ସୋରେନଙ୍କ ତରଫରୁ ବରିଷ୍ଠ ଓକିଲ କପିଲ ସିବଲ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାଙ୍କ ପକ୍ଷ ଉପସ୍ଥାପନ କରିଥିବା ବେଳେ ଇଡି ମଧ୍ୟ ନିଜର ଯୁକ୍ତି ଉପସ୍ଥାପନ କରିଥିଲା । ଏହା ପରେ ହାଇକୋର୍ଟ ଏହାର ରାୟ ଶୁଣାଇବା ବେଳେ ସିଏମ୍‌ ହେମନ୍ତ ସୋରେନ୍‌ଙ୍କ ଆବେଦନକୁ ଖାରଜ କରି ଦେଇଥିଲେ । ଇଡି ଦ୍ବାରା ଚାରିଥର ସୋରେନଙ୍କୁ ସମନ କରାଯିବା ପରେ ସେ ହାଇକୋର୍ଟରେ ଇଡି ବିରୋଧରେ ଏକ ପିଟିସନ ଦାଖଲ କରିଥିଲେ । ଯାହାକୁ ଆଜି କୋର୍ଟ ଆଗ୍ରହ୍ୟ କରିଦେଇଛନ୍ତି ।

ଇଡିର ସମନ ବିରୋଧରେ ସିଏମଙ୍କ ଆବେଦନ ଉପରେ ଆଜି(ଶୁକ୍ରବାର) ଝାଡ଼ଖଣ୍ଡ ହାଇକୋର୍ଟରେ ଶୁଣାଣି ହୋଇଥିଲା । କିନ୍ତୁ କୋର୍ଟ ଏହାକୁ ଖାରଜ କରି କହିଥିଲେ ଯେ, ସିଏମ୍‌ ହେମନ୍ତ ସୋରେନଙ୍କୁ ଇଡିରେ ହାଜର ହେବା ପାଇଁ 4 ଥର ସମନ ଜାରି ହୋଇଥିଲା । ଏହାପରେ ମଧ୍ୟ ସେ ଇଡିରେ ହାଜର ହୋଇନଥିଲେ । ଏହାର ଅବଧି ଶେଷ ହୋଇଛି । PMLA ଆକ୍ଟର ଧାରା 50 ଏବଂ 63 ଆଧାରରେ ଦାଖଲ ହୋଇଥିବା ଆବେଦନକୁ ଅବୈଧ ବୋଲି ଘୋଷଣା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-ED summons: ହେମନ୍ତଙ୍କୁ ଝଟକା, ଶୁଣାଣି ପାଇଁ ମନା କଲେ ସର୍ବୋଚ୍ଚ କୋର୍ଟ

ଆର୍ଥିକ ହେରଫେର ମାମଲାରେ କେନ୍ଦ୍ରୀୟ ସଂସ୍ଥା ED କାର୍ଯ୍ୟାନୁଷ୍ଠାନରୁ ଆଶ୍ବସ୍ତି ପାଇଁ ପ୍ରଥମେ ସର୍ବୋଚ୍ଚ କୋର୍ଟରେ ହାଜର ହୋଇଥିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ । କିନ୍ତୁ ହେମନ୍ତଙ୍କ ପିଟିସନର ଶୁଣାଣି କରିବା ପାଇଁ ସର୍ବୋଚ୍ଚ କୋର୍ଟ ମନା କରିଦେଇଥିଲେ । ଏହି ଆବେଦନ ସହ ରାଜ୍ୟ ହାଇକୋର୍ଟରେ ଦ୍ବାରସ୍ଥ ହେବା ପାଇଁ ହେମନ୍ତଙ୍କୁ ସର୍ବୋଚ୍ଚ କୋର୍ଟ ପରାମର୍ଶ ଦେଇଥିଲେ । ସେପ୍ଟେମ୍ବର 23 ତାରିଖରେ ଇଡିରେ ହାଜର ହେବା ପାଇଁ ହେମନ୍ତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୂଆ ସମନ ଜାରି କରିଥିଲା । ଏହାକୁ ରାଜନୈତିକ ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ ଦର୍ଶାଇ ସର୍ବୋଚ୍ଚ କୋର୍ଟରେ ହାଜର ହୋଇଥିଲେ ହେମନ୍ତ ।

ସୁପ୍ରିମକୋର୍ଟରେ ଆବେଦନ ପ୍ରତ୍ୟାଖ୍ୟାନ ପରେ 23 ସେପ୍ଟେମ୍ବରରେ ଝାଡ଼ଖଣ୍ଡ ହାଇକୋର୍ଟରେ ପହଞ୍ଚିଥିଲେ ସୋରେନ୍‌ । ଲ୍ୟାଣ୍ଡ୍‌ ସ୍କାମ୍‌ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଗଷ୍ଟ 14 ତାରିଖରେ ପ୍ରଥମେ ହେମନ୍ତଙ୍କୁ ସମନ ଜାରି କରିଥିଲା । ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ବ୍ୟସ୍ତ ଥିବା ଦର୍ଶାଇ ସେ ହାଜର ହୋଇନଥିଲେ । ପରେ ତାଙ୍କୁ ଅଗଷ୍ଟ 24 ଓ ସେପ୍ଟେମ୍ବର 9 ତାରିଖରେ ମଧ୍ୟ ହାଜର ହେବା ପାଇଁ ସାନି ନୋଟିସ କରାଯାଇଥିଲା । ହେଲେ ସେ ସେଥର ମଧ୍ୟ ହାଜର ହୋଇନଥିଲେ । ତେବେ ହେମନ୍ତ ଏହି ସମନକୁ ଅବୈଧ ଦର୍ଶାଇବା ସହ ତଦନ୍ତକାରୀ ସଂସ୍ଥାକୁ ନ୍ୟାୟିକ କାର୍ଯ୍ୟାନୁଷ୍ଠାନର ଚେତାବନୀ ମଧ୍ୟ ଦେଇଥିଲେ । 23 ସେପ୍ଟେମ୍ବରରେ ଚତୁର୍ଥ ଥର ଓ ଅକ୍ଟୋବର 4ରେ ପଞ୍ଚମ ଥର ପାଇଁ ଇଡିରେ ହାଜର ହେବାକୁ ତାଙ୍କୁ ସମନ୍‌ ଜାରି କରାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.