ETV Bharat / bharat

୩ ମାମଲାରେ ରାହୁଲଙ୍କୁ ଝାଡ଼ଖଣ୍ଡ କୋର୍ଟଙ୍କ ସମନ ଜାରି

author img

By

Published : Mar 26, 2023, 7:30 PM IST

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପାଇଁ ପୁଣି ବଢିଲା ଅଡୁଆ । ୩ଟି ଅପରାଧିକ ମାମଲାରେ ସମନ ଜାରି କଲେ ଝାଡ଼ଖଣ୍ଡ କୋର୍ଟ । ଅଧିକ ପଢନ୍ତୁ

Rahul Gandhi
Rahul Gandhi

ରାଞ୍ଚି: ସାଂସଦ ସଦସ୍ୟତା ହରାଇବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମନ ଜାରି । ଝାଡ଼ଖଣ୍ଡ କୋର୍ଟ ୩ଟି ମାମଲାରେ ରାହୁଲଙ୍କୁ ସମନ ଜାରି କରିଛନ୍ତି । ଆସନ୍ତା ଏପ୍ରିଲ ୧ ତାରିଖରେ ରାଞ୍ଚି ଲୋୟର କୋର୍ଟରେ ହାଜର ହେବେ ରାହୁଲ ଗାନ୍ଧୀ । ଏହି ୩ଟି ମାମଲା ମଧ୍ୟରୁ ୨ଟି ମାମଲା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ରାହୁଲଙ୍କ ବିରୋଧରେ ରୁଜୁ ହୋଇଥିଲା ।

ଅମିତ ଶାହଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଆବେଦନକାରୀ ନବୀନ ଝା ଓ ପ୍ରଦୀପ କୁମାର ରାଞ୍ଚିର ଏମପି-ଏମଏଲଏ କୋର୍ଟ ଓ ଛାଇବାସା କୋର୍ଟରେ ଆବେଦନ କରିଥିଲେ । ଅନ୍ୟ ଜଣେ ଆବେଦନକାରୀ ପ୍ରଦୀପ ମୋଦି ରାହୁଲଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ରାଞ୍ଚି ଲୋୟର କୋର୍ଟରେ ଆବେଦନ କରିଥିଲେ । ପ୍ରଦୀପ ମୋଦିଙ୍କ ଆବେଦନକୁ ଚ୍ୟାଲେଞ୍ଜ କରି ରାଜ୍ୟ କଂଗ୍ରେସ ସଭାପତି ରାଜେଶ ଠାକୁର ହାଇକୋର୍ଟରେ ଜାନୁଆରୀ ୧୭ ତାରିଖରେ ଆବେଦନ କରିଥିଲେ ।

ଏହା ବି ପଢନ୍ତୁ-Goal in Saree: ଖେଳ ମୈଦାନରେ ମହିଳା, ଶାଢୀ ପିନ୍ଧି ଖେଳିଲେ ଫୁଟବଲ

ମାତ୍ର ହାଇକୋର୍ଟ ଠାକୁରଙ୍କ ଆବେଦନକୁ ଖାରଜ କରିବା ପରେ ରାହୁଲ ଗାନ୍ଧୀଙ୍କୁ ରାଞ୍ଚି ଲୋୟର କୋର୍ଟ ସମନ ଜାରି କରିଛନ୍ତି । ୨୦୧୮ କଂଗ୍ରେସ ଅଧିବେଶନ ସମୟରେ ରାହୁଲ ଗାନ୍ଧୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ହତ୍ୟାକାରୀ ବୋଲି କହିଥିଲେ । ଏଭଳି ବିବାଦୀୟ ବୟାନ ଦେବା ପରେ ତାଙ୍କ ବିରୋଧରେ ନବୀନ ଝା ମାମଲା ରୁଜୁ ପାଇଁ କୋର୍ଟରେ ଆବେଦନ କରିଥିଲେ । ଏହି ମାମଲା ଉପରେ ଏପ୍ରିଲ ୫ ତାରିଖରେ ଶୁଣାଣି କରାଯିବ । ଅନ୍ୟପଟେ ପ୍ରଦୀପ କୁମାରଙ୍କ ଦ୍ବାରା ଆବେଦନ ହୋଇଥିବା ମାମଲାକୁ ମଧ୍ୟ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଏହା ଉପରେ ଏପ୍ରିଲ ୩ ତାରିଖରେ ଶୁଣାଣି କରାଯିବ ।

ସୂଚନା ଥାଉ କି ଗତ ଶୁକ୍ରବାର ରାହୁଲଙ୍କ ସଦସ୍ୟତା ପଦ ରଦ୍ଦ ହୋଇଥିଲା । ୨୦୧୯ ଅପରାଧିକ ମାନହାନି ମାମଲାରେ ତାଙ୍କୁ ସୁରଟ ସେସନ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କ ସାଂସଦ ପଦକୁ ରଦ୍ଦ କରାଯାଇଥିଲା । ଏହି ମାମଲାରେ ରାହୁଲ ମୋଦି ସାଙ୍ଗିଆକୁ ନେଇ ବିବାଦୀୟ ବୟାନ ଦେଇଥିଲେ । ସେ କର୍ଣ୍ଣାଟକର ଏକ ରାଲିରେ ଭାଷଣ ଦେବା ସମୟରେ କହିଥିଲେ ମୋଦି ସରନେମ ଥିବା ସମସ୍ତ ବ୍ୟକ୍ତି ଚୋର କାହିଁକି ? ଏପରି କହି ସେ ପରୋକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ । ଫଳରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.