ETV Bharat / bharat

ପୁଣି ଉଡାଣ ଭରିବ ଏୟାରୱେଜ୍, ମିଳିଲା DGCA ଅନୁମତି - ଉଡାଣ ଭରିବ ଏୟାରୱେଜ୍

ଆକାଶରେ ପୁଣି ଉଡିବ ଜେଟ୍ ଏୟାରୱେଜ୍‌ ବିମାନ । ୩ ବର୍ଷର ବିରତି ପରେ ପୁଣି ଥରେ ଆକାଶରେ ଉଡ଼ିବ ଘରୋଇ ବିମାନ ଜେଟ୍ ଏୟାର୍‌ୱେଜ୍ । ଅଧିକ ପଢନ୍ତୁ

ପୁଣି ଉଡାଣ ଭରିବ ଏୟାରୱେଜ୍: ମିଳିଲା DGCAର ଅନୁମତି

author img

By

Published : May 21, 2022, 8:01 AM IST

ନୂଆଦିଲ୍ଲୀ: ଆକାଶରେ ପୁଣି ଉଡିବ ଜେଟ୍ ଏୟାରୱେଜ୍‌ ବିମାନ । ୩ ବର୍ଷର ବିରତି ପରେ ପୁଣି ଥରେ ଆକାଶରେ ଉଡ଼ିବ ଘରୋଇ ବିମାନ ଜେଟ୍ ଏୟାର୍‌ୱେଜ୍ । ଏନେଇ କମ୍ପାନୀକୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(DCGA) ପକ୍ଷରୁ ଏୟାର୍‌ୱେଜକୁ ଏୟାର ଅପରେଟର୍ସ ସାର୍ଟିଫିକେଟ(AOC) ପ୍ରଦାନ କରାଯାଇଛି ।

ପୂର୍ବରୁ ବିମାନ କମ୍ପାନୀ ଉଡ଼ାଣ ଭରିବା ପାଇଁ ପ୍ରସ୍ତୁତ ଆରମ୍ଭ କରିଛି । ଏଥିପାଇଁ ମେ ୧୫ ତାରିଖରେ ଜେଟ୍ ଏୟାରୱାଜ୍ ଟେଷ୍ଟ ଉଡ଼ାଣ ଭରିଥିଲା ।ସମୁଦାୟ ୫ଟି ଉଡ଼ାଣ ଭରିଥିଲା ବିମାନ । ଏହାପରେ DCGA ଅଚଳ ହୋଇ ରହିଥିବା ଏହି ବିମାନ କମ୍ପାନୀକୁ ନିରାପତ୍ତା ମଞ୍ଜୁରୀ ପ୍ରଦାନ କରିଥିଲେ । ଗୃହ ବ୍ୟାପାର ମନ୍ତ୍ରାଳୟ ମଞ୍ଜୁରୀ ଆଧାରରେ କମ୍ପାନୀକୁ ଏହି ଅନୁମୋଦନ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ: ଉଡାଣ ପାଇଁ ଜେଟ୍‌ ଏୟାରଓ୍ବେଜକୁ ଗୃହ ମନ୍ତ୍ରାଳୟର ମଞ୍ଜୁରୀ

ଜେଟର ନୂଆ ମାଲିକ କାଲରକ କ୍ୟାପିଟାଲ ଏବଂ ମଧ୍ୟପ୍ରାଚ୍ୟଭିତ୍ତିକ ଉଦ୍ୟୋଗପତି ମୁରାରୀ ଲାଲ ଜଲାନଙ୍କୁ ନେଇ ଗଠିତ କନସୋର୍ଟିୟମ ଗତବର୍ଷ ଡିସେମ୍ବର ୧୩ ତାରିଖରେ ସିକ୍ୟୁରିଟି କ୍ଲିୟରାନ୍ସ ପାଇଁ ଆବେଦନ କରିଥିଲେ । ତେବେ ଜୁଲାଇ- ସେପ୍ଟେମ୍ବର ତ୍ରୟମାସରୁ ଏହି ଉଡାଣ ଭରିପାରେ ବୋଲି ସୂଚନା ରହିଛି । ସୂଚନାଅନୁସାରେ, ଆର୍ଥିକ ସଂକଟ ଯୋଗୁ ଜେଟ୍ ଏୟାରୱେଜ୍ ୨୦୧୯ରେ ବିମାନ ଉଡ଼ାଣ ସେବା ବନ୍ଦ କରିଥିଲା । ନରେଶ ଗୋୟଲଙ୍କ ଅଧୀନରେ ଥିବା ଜେଟ ଏୟାରଓ୍ବେଜର ଶେଷ ବିମାନଟି ୨୦୧୯ ଏପ୍ରିଲ ୧୭ ତାରିଖରେ ଉଡିଥିଲା । ତାହା ପରଠାରୁ ଆର୍ଥିକ ସଙ୍କଟ କାରଣରୁ ଆଉ ବିମାନ ଉଡିନାହିଁ । ବର୍ତ୍ତମାନ ଜାଲା କଲରକ କନ୍ସୋର୍ଟିୟମ୍ ବିମାନ କମ୍ପାନୀ ପ୍ରମୋଟର ରହିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.