ନୂଆଦିଲ୍ଲୀ: ପ୍ରକାଶ ପାଇଛି ଜେଇଇ ମେନ୍ 2021ର ପରୀକ୍ଷା ଫଳ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଯେଉଁ ପରୀକ୍ଷାର୍ଥୀ ଫେବୃଆରୀରେ ଆୟୋଜିତ ପରୀକ୍ଷାରେ ସାମିଲ ହୋଇଥିଲେ ସେମାନେ ଅଫିସିଆଲ ୱେବସାଇଟ jeemain.nic.in ରେ ନିଜର ପରୀକ୍ଷା ଫଳ ଦେଖିପାରିବେ ।
ଜେଇଇ ମେନ୍ 2021-23ରୁ 26 ଫେବୃଆରୀ ମଧ୍ୟରେ ଆୟୋଜନ କରାଯାଇଥିଲା । ଏଥିରେ ମୋଟ 6,71,776 ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ପରୀକ୍ଷାର୍ଥୀଙ୍କୁ ଟାଇବ୍ରେକର ନିୟମ ଅନୁଯାୟୀ ମେରିଟ ଲିଷ୍ଟରେ ସ୍ଥାନ ଦିଆଯାଇଛି । ଯେଉଁମାନେ ନିଜ ପରୀକ୍ଷା ଫଳରେ ସନ୍ତୁଷ୍ଟ ନାହାଁନ୍ତି, ସେମାନଙ୍କ ପାଖରେ ଆହୁରି 3ଟି ଆଟେମ୍ପ୍ଟ ରହିଛି ।