ETV Bharat / bharat

JEE Main Results: ପ୍ରକାଶ ପାଇଲା ଜେଇଇ ମେନ ସେସେନ-1 ପରୀକ୍ଷା ଫଳ - ଏନଟିଏ ସାଇଟରେ ପ୍ରକାଶ ପାଇଲା ଜେଇଇ ମେନ ପରୀକ୍ଷା ଫଳ

ଏନଟିଏ ସାଇଟରେ ପ୍ରକାଶ ପାଇଲା ଜେଇଇ ମେନ ପରୀକ୍ଷା ଫଳ। ଦେଶରେ ବିଭିନ୍ନ ଇଞ୍ଜିନିୟରିଂ କଲେଜ ଆଡମିଶନ ପାଇଁ ଜାନୁଆରୀରେ ହୋଇଥିବା ପରୀକ୍ଷା। ଅଧିକ ପଢନ୍ତୁ

jee main 2023 results released
jee main 2023 results released
author img

By

Published : Feb 7, 2023, 10:11 AM IST

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ମେନ ପରୀକ୍ଷା ଫଳ । ସେସନ-1ର ପରୀକ୍ଷା ଫଳ ଏନଟିଏ ସାଇଟରେ ପ୍ରକାଶ ପାଇଛି । NTA JEE ଅଫିସିଆଲ ଓ୍ବେବସାଇଟ jeemain.nta.nic.in ରେ ରେଜଲ୍ଟ ଦେଖିପାରିବେ ପରୀକ୍ଷାର୍ଥୀ । ଏହି ସାଇଟରୁ ନିଜ ମାର୍କସିଟ୍‌ ମଧ୍ୟ ଡାଉନଲୋଡ କରିପାରିବେ ଛାତ୍ରଛାତ୍ରୀ । ଚଳିତ ବର୍ଷ ଜାନୁଆରୀ 24ରୁ ଫେବୃଆରୀ 1 ଯାଏଁ ପରୀକ୍ଷା ହୋଇଥିଲା । ଯାହାର ଫଳ ଆଜି ପ୍ରକାଶ ପାଇଛି । ସୋମବାର ପରୀକ୍ଷ ଫଳ ପ୍ରକାଶ ପାଇବା ନେଇ କୁହାଯାଉଥିବା ବେଳେ ତାହା ମଙ୍ଗଳବାର ପ୍ରକାଶ ପାଇଛି ।

ପ୍ରଥମେ ଏନଟିଏ ଅଫିସିଆଲ ଓ୍ବେବସାଇଟ jeemain.nta.nic.in କୁ ଯାଆନ୍ତୁ। ଏହାପରେ ଡାହାଣ ପାର୍ଶ୍ବରେ ଥିବା କ୍ୟାଣ୍ଡିଡେଟ ଆକ୍ଟିଭିଟିକୁ କ୍ଲିକ୍‌ କରନ୍ତୁ । ଏହାପରେ ଦୃଶ୍ୟମାନ ହେଉଥିବା ଜେଇଇ ମେନ 2023 ପେପର 1 ଫଳାଫଳ ପାଇଁ ଲିଙ୍କ 1 କିମ୍ବା 2କୁ କ୍ଲିକ କରନ୍ତୁ । ଏହାପରେ ନିଜର ଆପ୍ଲିକେସନ ନମ୍ବର ଏବଂ ଜନ୍ମତାରିଖକୁ ପାସଓ୍ବାର୍ଡ ଭାବେ ବ୍ୟବହାର କରି ଲଗଇନ୍‌ କରନ୍ତୁ । ଏହାପରେ ଆପଣ ପରୀକ୍ଷା ଫଳ ଦେଖି ପାରିବେ । ଏହାକୁ ଡାଉନଲୋଡ କରି ପ୍ରିଣ୍ଟାଆଉଟ ମଧ୍ୟ କରିପାରିବେ।

ଚଳିତ ବର୍ଷ 9 ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଜେଇଇ ମେନ ସେସନ-1 ପାଇଁ ନାମ ପଞ୍ଜିକୃତ କରିଥିଲେ । ସେଥି ମଧ୍ୟରୁ ପ୍ରାୟ 8.9 ଲକ୍ଷ ପରିକ୍ଷାର୍ଥୀ ପେପର 1(ବିଇ/ବିଟେକ) ପାଇଁ ଏବଂ 0.46 ଲକ୍ଷ ପରୀକ୍ଷାର୍ଥୀ ପେପର 2(ବିଆର୍ଚ/ ବିପ୍ଲାନିଂ) ପାଇଁ ନାମ ପଞ୍ଜିକୃତ କରିଥିଲେ । ଜେଇଇ ମେନ ପରୀକ୍ଷା ପାଇଁ ଜାନୁଆରୀରେ ରେକର୍ଡ ସଂଖ୍ୟକ 95.8 ପ୍ରତିଶତ ପରୀକ୍ଷାର୍ଥୀ ନାମ ପଞ୍ଜିକୃତ କରିଥିଲେ । ଯାହା NTA ପରୀକ୍ଷା ଆୟୋଜନ କରିବା ପରଠୁ ରେକର୍ଡ ସଂଖ୍ୟକ ନାମ ପଞ୍ଜିକୃତ ହୋଇଥିଲା । ଦେଶରେ ବିଭିନ୍ନ ଇଞ୍ଜିନିୟରିଂ କଲେଜ ଯଥା NITs, IITs, ଅନ୍ୟାନ୍ୟ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ବୈଷୟିକ ଅନୁଷ୍ଠାନ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁଦାନ ପ୍ରାପ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଆଡମିଶନ ପାଇଁ ପରୀକ୍ଷା ଦେଇଥିଲେ ପରୀକ୍ଷାର୍ଥୀ । ଯାହାର ଫଳ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ଅଫିସିଆଲ୍ ୱେବସାଇଟରେ ଆଜି ଉପଲବ୍ଧ ହୋଇଛି ।

ଚଳିତ ବର୍ଷ ଜେଇଇ ମେନ ପରୀକ୍ଷା ପ୍ରଥମ ଥର ପାଇଁ ଓଡିଆ ଭାଷାରେ ହୋଇଥିଲା। ଇଂରାଜୀ ଓ ହିନ୍ଦୀ ସହିତ ଆସାମୀ, ବଙ୍ଗାଳୀ, ଗୁଜରାଟୀ, କନ୍ନଡ଼, ମାଲାୟଲମ୍, ମରାଠି, ପଞ୍ଜାବୀ, ତାମିଲ, ତେଲୁଗୁ ଓ ଉର୍ଦ୍ଦୁ ଭାଷାରେ ପରୀକ୍ଷା ଦେଇଥିଲେ ଆଶାୟୀ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଏନେଇ ସୂଚନା ଦିଆଯାଇଥିଲା । ଏକାଡେମିକ ସେସନ 2023-24 ପାଇଁ ଦୁଇଟି ସେସନରେ ଜେଇଇ ମେନ୍ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ପ୍ରଥମ ସେସନ ରେଜଲ୍ଟ ଆସିଯାଇଥିବା ବେଳେ ଦ୍ବିତୀୟ ସେସନ ଏପ୍ରିଲ ମାସରେ ଅନୁଷ୍ଠିତ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.