ETV Bharat / bharat

ମହାରାଷ୍ଟ୍ରରେ ଜଳ ପ୍ରଳୟ, JEE ମେନ ପାଇଁ ମିଳିବ ଆଉ ଏକ ସୁଯୋଗ

author img

By

Published : Jul 24, 2021, 9:44 PM IST

ବର୍ଷା ଭୂସ୍ଖଳନରେ ବ୍ୟାପକ ଭାବେ ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ JEE ମେନ ପାଇଁ ମିଳିବ ଆଉ ଏକ ସୁଯୋଗ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA)କୁ ସାନି ତାରିଖ ଘୋଷଣା ପାଇଁ ପରାମର୍ଶ ଦେଲେ ଶିକ୍ଷାମନ୍ତ୍ରୀ । ଅଧିକ ପଢନ୍ତୁ...

ବର୍ଷା ବିତ୍ପାତରେ ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ JEE ମେନ ପାଇଁ ମିଳିବ ଆଉ ଏକ ସୁଯୋଗ, ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ମୁମ୍ବାଇ: ବର୍ଷା, ଭୂସ୍ଖଳନରେ ବ୍ୟାପକ ଭାବେ ପ୍ରଭାବିତ ହୋଇଛି ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳ । ଏହାରି ମଧ୍ୟରେ ପ୍ରଭାବିତ ହୋଇଛନ୍ତି JEE Main ପରୀକ୍ଷାର୍ଥୀ । ତେବେ ଏନେଇ ପ୍ରଭାବିତ ଅଞ୍ଚଳର ପରୀକ୍ଷାର୍ଥୀମାନଙ୍କୁ ଦ୍ବିତୀୟ ସୁଯୋଗ ଦେବାକୁ ନିଷ୍ପତ୍ତି କରିଛି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି ।

ଶିକ୍ଷାମନ୍ତ୍ରୀ କହିଛନ୍ତି ମହାରାଷ୍ଟ୍ରର ସୃଷ୍ଟି ହୋଇଥିବା ବର୍ଷା ବିତ୍ପାତରେ ଅନେକ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି । ଏଥିପାଇଁ ଆମେ ବିକଳ୍ପ ବ୍ୟବସ୍ଥା ଚିନ୍ତା କରିଛୁ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA)କୁ ଏନେଇ ପରାମର୍ଶ ଦିଆଯାଇଛି । ପ୍ରଭାବିତ ଛାତ୍ରଛାତ୍ରୀଙ୍କ JEE Main, ସେସନ-3 ପାଇଁ ଧାର୍ଯ୍ୟ ତାରିଖ ପରିବର୍ତ୍ତେ ଆଉ ଏକ ସୁଯୋଗ ଦିଆଯିବା ନେଇ ଏଜେନ୍ସିକୁ କୁହାଯାଇଥିବା ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି ।

ମହାରାଷ୍ଟ୍ରର କୋହ୍ଲାପୁର, ପାଲଘର, ରାଇଗଡ, ରତ୍ନଗିରି, ସିନ୍ଧୁଦୁର୍ଗ, ସଙ୍ଗଲି ଆଦି ଅଞ୍ଚଳରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଫଳରେ ସ୍ଥାନୀୟ ଛାତ୍ରଛାତ୍ରୀମାନେ 25 ଓ 27 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜେଇଇ ମେନ ସେସନ-3 ରେ ଅଂଶ ଗ୍ରହଣ କରିପାରିବା ଏକ ପ୍ରକାର ଅସମ୍ଭବ ହୋଇପଡିଛି । ତେବେ ଏନେଇ ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଆଉ ଏକ ସୁଯୋଗ ଦେବା ନେଇ ସ୍ଥିର କରିଛି ଶିକ୍ଷା ମନ୍ତ୍ରାଣାଳୟ ।

ସେହିପରି JEE ମେନ ସେସେନ-4 ପାଇଁ ପରୀକ୍ଷା ତାରିଖ ପୂର୍ବରୁ ସଂଶୋଧିତ ହୋଇସାରିଛି । ଯାହା ଜୁଲାଇ 27 ରୁ ଅଗଷ୍ଟ 2 ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିଲାବେଳେ ପରବର୍ତ୍ତୀ ସମୟରେ ପୁନଃସୂଚୀତ ହୋଇ ଅଗଷ୍ଟ 26, 27, 31 ଓ ସେପ୍ଟେମ୍ବର 1 ଏବଂ 2ରେ ଅନୁଷ୍ଠିତ ହେବା ନେଇ ସ୍ଥିର କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.