ପାଟନା: କୋରୋନାରେ ପ୍ରାଣ ହରାଇଲେ ଜେଡିୟୁ ବିଧାୟକ ମେୱାଲାଲ ଚୌଧୁରୀ । ଗତ ସପ୍ତାହରେ କୋରୋନାରେ ଆକ୍ରାନ୍ତ ହୋଇଥିଲେ ଏବଂ ଚିକିତ୍ସାଧୀନ ରହିଥିଲେ । ଆଜି ଭୋଟ ସକାଳ 4 ବେଳେ ସେ ମୃତ୍ୟୁବରଣ କରିଛନ୍ତି ।
ବିହାରର ପୂର୍ବତନ ମନ୍ତ୍ରୀ ତଥା ତାରାପୁର ବିଧାୟକ ମେୱାଲାଲ ଚୌଧୁରୀ ଗତ ସପ୍ତାହରେ କୋରୋନା ପଜିଟିଭ ଚିହ୍ନଟ ହେବାପରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେ ପାଟନାର ପାରସ ହସପିଟାଲରେ ଚିକିତ୍ସାଧୀନ ରହିଥିଲେ । ସୂଚନାଥାଉକି ବିହାର ସରକାରରେ ସେ ଶିକ୍ଷା ମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ । ଦୁର୍ନୀତି ମାମଲାକୁ ନେଇ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଇଥିଲା । ସେ ନୀତିଶ କୁମାର ଜନତା ଦଳ ୟୁନାଇଟେଡର ଏକ ବରିଷ୍ଠ ସଦସ୍ୟ ରହିଥିଲେ । ତାଙ୍କ ବିୟୋଗକୁ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଘୋର ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କ ଭଳି ଶିକ୍ଷିତ ଓ ରାଜନୈତିକ ବ୍ୟକ୍ତି ବିରଳ ବୋଲି କହିଛନ୍ତି । ତାଙ୍କୁ ସମ୍ପୂର୍ଣ୍ଣ ରାଜ୍ୟର ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯିବ ବୋଲି ନୀତିଶ କହିଛନ୍ତି ।
ସାରା ଦେଶରେ କୋରୋନାର ଦ୍ବିତୀୟ ଲହର ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସ୍ଥିତିରେ ବିହାରରେ ମଧ୍ୟ ସରକାର ରବିବାର ଦିନ ଠାରୁ ରାଜ୍ୟରେ ନାଇଟ କର୍ଫ୍ୟୁ ଜାରୀ କରିଛନ୍ତି । ଆସନ୍ତା ମେ 15 ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ କଲେଜ ଓ ଅନ୍ୟାନ୍ୟ ଅନୁଷ୍ଠାନକୁ ବନ୍ଦ କିରଛନ୍ତି ସରକାର । ବିହାରରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହିଛି 324117 ରହିଛି । ରବିବାର ମୋଟ 8690 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
@ANI