ETV Bharat / bharat

World Record: କୁନି ଆର୍ଯ୍ୟଭଟ୍ଟ, ୩ ମିନିଟରେ ସମାଧାନ କଲେ ୧୦୦ଟି ପ୍ରଶ୍ନ

author img

By

Published : Mar 5, 2023, 10:43 PM IST

ଛତିଶଗଡ଼ ରାୟପୁରର କୁନି ଆର୍ଯ୍ୟଭଟ୍ଟ ଜସରାଜ । ଯିଏକି ମାତ୍ର ୯ବର୍ଷ ବୟସରେ ଗଣିତରେ ବିଚକ୍ଷଣ ପ୍ରତିଭା ଦେଖାଇ ହାସଲ କରିଛନ୍ତି ୱାର୍ଲ୍ଡ ବୁକ ଅଫ ରେକର୍ଡ । ଅଧିକ ପଢନ୍ତୁ

World Record
World Record

ରାୟପୁର: ରେକର୍ଡ ବୁକ୍‌ରେ ସ୍ଥାନ ପାଇବାକୁ କାହାର ବା ଇଚ୍ଛା ନଥାଏ । ହେଲେ ସେହି ସଫଳତା ହାସଲ କରିବା ଲାଗି ପ୍ରତିଭାର ଆବଶ୍ୟକ ମଧ୍ୟ ହୋଇଥିବା ଆବଶ୍ୟକ । ଏହି ସଫଳତା ହାତେଇବା ଲାଗି କିଛି ଲୋକଙ୍କୁ ଅନେକ ସମୟ ଲାଗିଯାଇଥିବା ବେଳେ ଏଠାରେ ମାତ୍ର ୯ ବର୍ଷ ବୟସରେ ବିଶ୍ବରେକର୍ଡ କରିଛନ୍ତି ଛତିଶଗଡ଼ ରାୟପୁରର ଜସରାଜ ସିଂ । ତାଙ୍କୁ କେହି କେହି କୁନି ଆର୍ଯ୍ୟଭଟ୍ଟ ମଧ୍ୟ କହିଲେଣି । ତେବେ ସେ ମାତ୍ର ୩ମିନିଟରେ ୧୦୦ଟି ଗୁଣନ ପ୍ରଶ୍ନକୁ ସମାଧାନ କରି ଗଣିତରେ ନିଜର ଅଦ୍ଭୁତପୂର୍ବ ପ୍ରତିଭାର ପ୍ରଦର୍ଶନ କରିଛନ୍ତି ।

ଏପରି କରି ଜସରାଜ ଭାରତର ପ୍ରଥମ ଛାତ୍ର ଭାବେ ୱାର୍ଲ୍ଡ ବୁକ୍‌ ଅଫ ରେକର୍ଡ ସୃଷ୍ଟି କରିଛନ୍ତି । ତାଙ୍କୁ ଏହି ଜଟିଳ ପ୍ରଶ୍ନର ସମାଧାନ କରିବା ଲାଗି ମାତ୍ର ୨ ମିନିଟ ୫୦ ସେକେଣ୍ଡ ସମୟ ଲାଗିଥିଲା । ଏହି ପ୍ରଶ୍ନରେ ତାଙ୍କୁ ୨ ଅଙ୍କ ବିଶିଷ୍ଟ ସଂଖ୍ୟା ସହିତ ଏକ ଅଙ୍କ ବିଶିଷ୍ଟ ସଂଖ୍ୟାର ଗୁଣନ କରିବା ଲାଗି କୁହାଯାଇଥିଲା । ଏପରି ୧୦୦ଟି ପ୍ରଶ୍ନ ତାଙ୍କୁ ଦିଆଯାଇଥିଲା । ବିଚକ୍ଷଣ ପ୍ରତିଭାର ଅଧିକାରୀ ଜସରାଜ ଆଖି ପିଛୁଳାକେ ଗୋଟିଏ ପରେ ଗୋଟିଏ ପ୍ରଶ୍ନର ସଠିକ ଉତ୍ତର ବାହାର କରି ଚାଲିଥିଲେ । ଯାହା ଫଳରେ ସେ ଖୁବ କମ ବୟସରେ ବିଶ୍ବରେକର୍ଡ କରିବାରେ ସଫଳ ହୋଇପାରିଛନ୍ତି ।

ଏହା ବି ପଢନ୍ତୁ- ଶାହଙ୍କୁ ଭେଟିଲେ ବିଶ୍ବଶର୍ମା, ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟ ରୂପରେଖ ନେଇ ଆଲୋଚନା

ଜସରାଜ ଏବେ ଚତୁର୍ଥ ଶ୍ରେଣୀରେ ପାଠ ପଢୁଛନ୍ତି । ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାରରେ ଜସରାଜ କହିଛନ୍ତି ସେ ଏହି ରେକର୍ଡ ସୃଷ୍ଟି କରିବା ଲାଗି ଗତ ୪ବର୍ଷ ଧରି ଅଭ୍ୟାସ କରି ଆସୁଥିଲେ । ଜସରାଜ ରାୟପୁର ପାଣ୍ଡି ଅଞ୍ଚଳରେ ରହୁଛନ୍ତି । ଏନେଇ ସେ କହିଛନ୍ତି, " ମୋତେ ମୂଳରୁ ହିଁ ଗଣିତ ବିଷୟଟି ଭଲ ଲାଗୁଥିଲା । ଏଥିଲାଗି ମୁଁ ବିଭିନ୍ନ ପ୍ରକାର ପ୍ରଶ୍ନର ଉତ୍ତର ବାହାର କରିବା ଆରମ୍ଭ କରିଥିଲି । ନିକଟରେ ଏକ ଜାତୀୟ ସ୍ତରର ପ୍ରତିଯୋଗିତା ହୋଇଥିଲା । ମୁଁ ପ୍ରଶ୍ନ ଦେଖିବା ମାତ୍ରେ ଉତ୍ତର ଲେଖିବା ଆରମ୍ଭ କରିଥିଲି । ଏହି ସମୟରେ ମୁଁ ଅନୁଭବ କରିଥିଲି ଯେ ଏପରି ପ୍ରଶ୍ନର ଉତ୍ତର ମୁଁ ଖୁବ ସହଜରେ ଦେଇପାରିବି । "

ଯେତେବେଳେ ଜସରାଜଙ୍କ ମଧ୍ୟରେ ଆତ୍ମବିଶ୍ବାସ ସୁଦୃଢ ହୋଇଥିଲା ସେତେବେଳେ ସେ ନିଜ ସ୍ବପ୍ନ ପଥରେ ଆଗେଇ ଚାଲିଥିଲେ । ଆଉ ଶେଷରେ ଏହି ସଫଳତାକୁ ହାସଲ କରିଛନ୍ତି । ଆଗକୁ ସେ ଭାରତୀୟ ସେନାରେ ଯୋଗ ଦେଇ ଦେଶ ସେବା କରିବେ ବୋଲି କହିଛନ୍ତି । ଜସରାଜଙ୍କ ପିତା କହିଛନ୍ତି, " ସେ ଛୋଟ ବେଳରୁ ମଲ୍ଟିଟାସ୍କର ଥିଲା । ଅନ୍ୟ ପିଲାଙ୍କଠାରୁ ସେ କିଛି ଅଲଗା ଥିଲା । ସେ ଗୋଟିଏ ସମୟରେ ନିଜକୁ ବହୁ କାର୍ଯ୍ୟରେ ନିୟୋଜିତ ରଖୁଥିଲା । ଏହାପରେ ଆମେ ହୃଦୟଙ୍ଗମ କରିଥିଲୁ ଯେ ଏହି ପିଲାଟି ମଧ୍ୟରେ କିଛି ସ୍ବତନ୍ତ୍ରତା ରହିଛି ।"

ଜସରାଜଙ୍କ ସ୍ବପ୍ନ ପୂରଣ କରିବା ଲାଗି ତାଙ୍କ ମାଆ ସମର୍ଥନ କରିବେ ବୋଲି କହିଛନ୍ତି । ପିଲମାନେ ଯାହା ଚାହୁଁଛନ୍ତି ତାଙ୍କୁ ସେମାନଙ୍କ ସ୍ବପ୍ନ ପଥରେ ଉତ୍ସାହିତ କରିବା ଉଚିତ । ଜସରାଜଙ୍କ ଏକ ୟୁଟ୍ୟୁବ ଭିଡିଓ ରହିଛି । ଯେଉଁଥିରେ ସେ କ୍ରମାଗତ ଭାବେ ନିଜ ଭିଡିଓ କରି ପୋଷ୍ଟ କରିଥାନ୍ତି । ଜସରାଜ ଗଣିତ ବ୍ୟତୀତ ଅନ୍ୟ ବିଷୟବସ୍ତୁ ଉପରେ ମଧ୍ୟ ଧ୍ୟାନ ଦିଅନ୍ତି ବୋଲି ତାଙ୍କ ମାଆ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.