ETV Bharat / bharat

ଜାପାନୀ ଯୁବତୀଙ୍କ ଟ୍ବିଟ୍: ମୁଁ ଭାରତକୁ ଭଲ ପାଏ, ଏହା ଗୋଟିଏ ଚମତ୍କାର ଦେଶ

ହୋଲି ଆଳରେ ଅସଦାଚରଣର ଶିକାର ହୋଇଥିବା ଜାପାନୀ ଯୁବତୀଙ୍କ ଟ୍ବିଟ୍ । କହିଲେ ମୁଁ ଭାରତକୁ ଭଲ ପାଏ, ଏହା ଗୋଟିଏ ଚମତ୍କାର ଦେଶ । ଅଧିକ ପଢନ୍ତୁ

author img

By

Published : Mar 12, 2023, 12:11 PM IST

ସଦାଚରଣର ଶିକାର ହୋଇଥିବା ଜାପାନୀ ଯୁବତୀଙ୍କ ଟ୍ବିଟ୍

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ପାହାଡଗଞ୍ଜ ଅଞ୍ଚଳରେ ହୋଲି ଆଳରେ ଜାପାନୀ ଯୁବତୀଙ୍କୁ ଅସଦରଣ ଘଟଣା । ଅସଦାଚରଣ ଶିକାର ହେଲା ପରେ ବି ଟ୍ବିଟ୍ କରି ଭାରତକୁ ପ୍ରଶଂସା କଲେ ପୀଡିତା ବିଦେଶିନୀ । ସେ ଭାରତକୁ ଖୁବ୍ ଭଲ ପାଆନ୍ତି । ଏହା ଗୋଟିଏ ଚମତ୍କାର ଦେଶ । ଏଠିକାର ପ୍ରତିଟି ଜିନିଷ ତାଙ୍କୁ ଭାରି ଭଲ ଲାଗେ । ଭାରତ ଏତେ ସୁନ୍ଦର ଦେଶ ଯେ ଏଭଳି ଏକ ଘଟଣା ଘଟିଲେ ବି ଆପଣ ଏହି ଦେଶକୁ ଘୃଣା କରିପାରିବେ ନାହିଁ ବୋଲି ଯୁବତୀ ଜଣକ କହିଛନ୍ତି ।

ଯୁବତୀ ଟ୍ବିଟ୍ କରିଛନ୍ତି, ମାର୍ଚ୍ଚ ୯ରେ ହୋଲିର ଏକ ଭିଡିଓ ମୁଁ ଟ୍ବିଟରେ ପୋଷ୍ଟ କରିଥିଲି । ଏହାପରେ ଯେତିକି ଟ୍ବିଟ୍ ଏବଂ ମେସେଜ ଆସିଲା ତାହା ମୋର କଳ୍ପନା ବାହାରେ ଥିଲା । ଏହାଦେଖି ମୁଁ ଡରିଗଲି ଓ ଟ୍ବିଟ୍‌କୁ ଡିଲିଟ କରିଦେଇଥିଲି । ତେବେ ଏହି ଭିଡିଓ ପାଇଁ ଯଦି କାହାକୁ ଆଘାତ ପହଞ୍ଚିଥିବ ସେଥିପାଇଁ ମୁଁ କ୍ଷମା ମାଗୁଛି ବୋଲି ସେ ଲେଖିଛନ୍ତି । ଯୁବତୀଙ୍କ ଏହି ଟ୍ବିଟ୍‌ରେ ଅନେକ ଭାରତୀୟ ତାଙ୍କ ପ୍ରତି ସମବେଦନା ଓ ସହାନୁଭୂତି ଜଣାଇବା ସହ କ୍ଷମା ପ୍ରାର୍ଥନା କରିଛନ୍ତି ।

ସୁପ୍ରିୟା ନାମକ ଜଣେ ଟ୍ବିଟର ୟୁଜର ତାଙ୍କ ଟ୍ବିଟରେ ଲେଖିଛନ୍ତି, ଏହି ଘଟଣା ଅଧିକାଂଶ ଭାରତୀୟଙ୍କୁ ଚକିତ କରିଛି । ଏଥିପାଇଁ ଆପଣଙ୍କୁ କ୍ଷମା ମାଗୁଛୁ । ଶୁଭମ ବର୍ମା ନାମକ ଆଉ ଜଣେ ୟୁଜର ଅସଦାଚରଣ କରିଥିବା ସେହି ପିଲାମାନଙ୍କ ପକ୍ଷରୁ କ୍ଷମା ପ୍ରାର୍ଥନା କରିଛନ୍ତି । ଜାପାନୀ ଯୁବତୀ ଆହୁରି ଟ୍ବିଟରେ କହିଛନ୍ତି, ହୋଲି ଉତ୍ସବରେ ଭାରତୀୟ ମହିଳା ବାହାରକୁ ବାହାରିବା ସୁରକ୍ଷିତ ନୁହେଁ ବୋଲି ମୁଁ ଶୁଣିଥିଲି । ସେଥିପାଇଁ ମୁଁ ମୋର ୩୫ ଜଣ ବନ୍ଧୁଙ୍କ ସହ ହୋଲି ଖେଳରେ ଭାଗ ନେଇଥିଲି । ହେଲେ ଦୁର୍ଭାଗ୍ୟବଶତଃ ଏଭଳି ସ୍ଥିତି ସୃଷ୍ଟି ହେଲା । ମୋର ଜଣେ ବନ୍ଧୁ ସେତେବେଳେ ଭିଡିଓ ଉତ୍ତୋଳନ କରିଥିଲେ । ଏହି ଭିଡିଓ ନିଆଁ ଭଳି ଚାରିଆଡେ ବ୍ୟାପିଗଲା । ତେବେ ଏହି ଭିଡିଓ ଉତ୍ତୋଳନ ପଛରେ କୌଣସି ନକରାତ୍ମକ ଉଦ୍ଦେଶ୍ୟ ନଥିଲା ।

ଯୁବତୀ ଆଉ ଏକ ଟ୍ବିଟରେ କହିଛନ୍ତି, ଯେଉଁ ସ୍ଥାନରେ ଭିଡିଓଟି ନିଆଯାଇଛି ତାହା ଭାରତର ସବୁଠୁ ଅସୁରକ୍ଷିତ ସ୍ଥାନ ମଧ୍ୟରୁ ଗୋଟିଏ ଏବଂ ମୁଁ ସେହିଠାରେ ହୋଲି ଉତ୍ସବରେ ଭାଗ ନେଇଥିଲି । ତେବେ ହୋଲି ଏକ ଅଦ୍ଭୁତ ଓ ମଜାଦାର ପାରମ୍ପରିକ ପର୍ବ ଅଟେ । ଯାହାର ଉଦ୍ଦେଶ୍ୟ ପରସ୍ପର ଉପରେ ରଙ୍ଗୀନ ପାଉଡର ଓ ପାଣି ଢାଳି ବସନ୍ତ ଆଗମନକୁ ସ୍ବାଗତ କରିବା ଏବଂ ବିନା କିଛି ଭେଦଭାବରେ ପର୍ବର ଆନନ୍ଦ ନେବା ଅଟେ । ହେଲେ ମୋର ଭିଡିଓ ଟ୍ବିଟ୍ ପରେ ଅନେକ ଲୋକଙ୍କ ଚିନ୍ତା ବଢିଯାଇଥିଲା । ଏଥିପାଇଁ ମୁଁ ସେମାନଙ୍କ କ୍ଷମା ମାଗୁଛି ବୋଲି କହିଛନ୍ତି ଜାପାନୀ ଯୁବତୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦିଲ୍ଲୀ ପୋଲିସ ଏହିଭଳି ଘଟଣାକୁ ରୋକିବା ଏବଂ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆମକୁ ପ୍ରତିଶ୍ରୁତି ଦେଇଛି । ଆଶା କରୁଛୁ ଆସନ୍ତା ବର୍ଷ ଗୁଡିକରେ ହୋଲି ସମୟରେ ମହିଳାଙ୍କ ପ୍ରତି ଉତ୍ପୀଡନ କମ୍ ହେବ ।

ତେବେ ବର୍ତ୍ତମାନ ଯୁବତୀ ଜଣକ ବାଂଲାଦେଶରେ ପହଞ୍ଚିଥିବା ଜଣାପଡିଛି । ସେ ଏହି ଘଟଣାରେ ଦିଲ୍ଲୀ ପୋଲିସ ନିକଟରେ କୌଣସି ଅଭିଯୋଗ କରିନାହାନ୍ତି । ହେଲେ ଅସଦାରଣ ଭିଡିଓ ଭାଇରାଲ ପରେ ପୋଲିସ ଜଣେ ନାବାଳକ ସମେତ ୩ ଜଣଙ୍କୁ ଗିରଫ କରିଛି । ପ୍ରକାଶଥାଉ କି, ଦିଲ୍ଲୀର ପାହାଡଗଞ୍ଜ ଅଞ୍ଚଳରେ ହୋଳିଖେଳ ସମୟରେ ବିଦେଶିନୀ ଅସଦାଚରଣର ଶିକାର ହୋଇଥିଲେ । ନାବାଳକ ସମେତ କେତେକ ଯୁବକ ତାଙ୍କୁ ରଙ୍ଗ ଲଗାଇବା ବାହାନାରେ ଅସଦାଚରଣ କରିଥିଲେ । ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲେ । ସାଧାରଣରେ ଏହାକୁ ତୀବ୍ର ନିନ୍ଦା କରାଯିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.