ETV Bharat / bharat

Japan PM India visit: ଭାରତରେ ଫୁମିଓ କିସିଦା, ଦ୍ବିପାକ୍ଷିକ ଆଲୋଚନା କରିବେ ଦୁଇ ଦେଶ ନେତା

ଦୁଇ ଦିନିଆ ଭାରତ ଗସ୍ତରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା । ନୂଆଦିଲ୍ଲୀରେ ପହଞ୍ଚିବା ପରେ ସ୍ବାଗତ ସମ୍ବର୍ଦ୍ଧନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର । ଅଧିକ ପଢନ୍ତୁ

author img

By

Published : Mar 20, 2023, 10:17 AM IST

ଦୁଇ ଦିନିଆ ଭାରତ ଗସ୍ତରେ ଜାପାନ ପ୍ରଧାନମନ୍ତ୍ରୀ
japan prime minister fumio kishida

ନୂଆଦିଲ୍ଲୀ: ଭାରତରେ ଜାପାନ ପ୍ରଧାନମନ୍ତ୍ରୀ । ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା । ନୂଆଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର । ବିମାନବନ୍ଦରରେ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି । ଦୁଇ ଦେଶ ପ୍ରଧାନମନ୍ତ୍ରୀଙ୍କ ଭିତରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଦ୍ବିପାକ୍ଷିକ ଆଲୋଚନା ହେବ । ବିଶେଷ କରି ପ୍ରତିରକ୍ଷା, ବ୍ୟବସାୟ, ଉନ୍ନତ ଜ୍ଞାନକୌଶଳ ଓ ବିନିଯୋଗ ବିଷୟ ଫୋକସରେ ରହିଛି ।

japan prime minister visit india
ଭାରତରେ ଜାପାନ ପ୍ରଧାନମନ୍ତ୍ରୀ

ବିମାନବନ୍ଦରରୁ ସିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା । ଦୁଇ ଦେଶ ନେତା ବୁଦ୍ଧ ଜୟନ୍ତୀ ପାର୍କ ପରିଦର୍ଶନ କରିବେ । ଏହାପରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ । ଭାରତ-ପ୍ରଶାନ୍ତ ମହାସାଗରର ବିକାଶ ରଣନୀତି, ନୂଆ ପ୍ରତିରକ୍ଷା ଆଭିମୁଖ୍ୟ ନେଇ ଅଭିଭାଷଣ ପ୍ରଦାନ କରିବେ । 15 ବର୍ଷ ପୂର୍ବେ ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଭାରତ-ପ୍ରଶାନ୍ତ ମହାସାଗରୀୟ ସହଯୋଗ ବିଷୟରେ ନୂଆଦିଲ୍ଲୀ ଗସ୍ତରେ ଆସି କହିଥିଲେ । 2000ରୁ ଭାରତ ଓ ଜାପାନ ମଧ୍ୟରେ ଗ୍ଲୋବାଲ ପାର୍ଟନରସିପ ଗଠନ ହୋଇଥିଲା ଯାହା 2006ରେ ଷ୍ଟ୍ରାଟିଜିକ ଏବଂ ଗ୍ଲୋବାଲ ପାର୍ଟନରସିପ ଓ 2014ରେ ସ୍ବାତନ୍ତ୍ର ଷ୍ଟ୍ରାଟିଜିକ ଏବଂ ଗ୍ଲୋବାଲ ପାର୍ଟନରସିପକୁ ବୃ୍ଦ୍ଧି ହୋଇଥିଲା । 2006ରୁ ଦୁଇ ଦେଶ ମଧ୍ୟରେ ନିୟମିତ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଆସୁଛି । ଗତବର୍ଷ ମାର୍ଚ୍ଚରେ ନୂଆଦିଲ୍ଲୀରେ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

ଏହା ବି ପଢନ୍ତୁ...Budget Session: ଆଜି ଅଷ୍ଟମ ଦିନ, ରଣନୀତି ପ୍ରସ୍ତୁତ ପାଇଁ ବୈଠକ କରିବେ ବିରୋଧୀ

ଜାପାନ ପ୍ରଧାନମନ୍ତ୍ରୀ ତାଙ୍କ ଭାରତ ପ୍ରତିପକ୍ଷଙ୍କ ସହ ଏକ ମିଳିତ ବିବୃତ୍ତି ପ୍ରଦାନ କରିବେ । ଏନେଇ ନିଜ ଟ୍ବିଟରରେ ଜାପାନ ପିଏମ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ବୈଠକ କରିବି ।'' ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ ଦ୍ବିପାକ୍ଷିକ ଓ ଆଞ୍ଚଳିକ ସମସ୍ୟା ନେଇ ଆଲୋଚନା ହେବା ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରର ବିକାଶ ନେଇ ଜାପାନ ପ୍ରଧାନମନ୍ତ୍ରୀ କିଛି ଘୋଷଣା କରିପାରନ୍ତି । ଜାପାନ ଭାରତର ଏକ ଗୁରୁତ୍ବପୂର୍ଣ୍ଣ ସହଯୋଗୀ । ପ୍ରତିରକ୍ଷା, ସୁରକ୍ଷା, ବ୍ୟବସାୟ, ପୁଞ୍ଜି ବିନିଯୋଗ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ସ୍ବାସ୍ଥ୍ୟ ଆଦି ସେକ୍ଟରରେ ଦୁଇ ଦେଶ ମଧ୍ୟରେ ରହିଛି । ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ କଣ ଆଲୋଚନା ହେବ ତାହା ପରବର୍ତ୍ତୀ ସମୟରେ ଜଣାପଡିବ ।

ପ୍ରକାଶଥାଉ କି, ଗତବର୍ଷ ଭାରତ-ପ୍ରଶାନ୍ତ ମହାସାଗରର ବିକାଶ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ । ଏଥିରେ ଜାପାନ ପ୍ରଧାନମନ୍ତ୍ରୀଙ୍କ ସମେତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସାମିଲ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.