ETV Bharat / bharat

Rahul Rescue Operation: କିଛି ଦୂରରେ ରାହୁଲ, ଆଲର୍ଟ ମୋଡରେ ମେଡିକାଲ ଟିମ୍‌ - ଛତିଶଗଡ ରାହୁଲ ଉଦ୍ଧାର କାର୍ଯ୍ୟ

୫ ଦିନ ହେବ ଗଭୀର ବୋରୱେଲରେ ଜୀବନ ସହ ସଂଗ୍ରାମ କରୁଛି ରାହୁଲ । ପଥର ପାଇଁ ବିଳମ୍ବ ହେଉଛି ଉଦ୍ଧାର କାର୍ଯ୍ୟ । ଅଧିକ ପଢନ୍ତୁ

Rahul Rescue Operation: ବୋରୱେଲ ଭିତରେ ରାହୁଲ, ପଥର ପାଇଁ ବିଳମ୍ବ ହେଉଛି ଉଦ୍ଧାର କାର୍ଯ୍ୟ

author img

By

Published : Jun 14, 2022, 10:26 AM IST

ରାୟପୁର: ଆଜକୁ ୫ ଦିନ ହେବ ୮୦ ଫୁଟ ଗଭୀର ବୋରୱେଲରେ ଜୀବନ ସହ ସଂଗ୍ରାମ କରୁଛି ରାହୁଲ । କୁନି ପୁଅଟିକୁ ଉଦ୍ଧାର କରିବା ପାଇଁ ଅବିରତ ଚାଲିଛି ଉଦ୍ଧାର କାର୍ଯ୍ୟ । ୮୦ ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ସୋମବାର ଦିନ ଟିମ୍ ରାହୁଲଙ୍କ ନିକଟତର ହୋଇଥିଲା । କିନ୍ତୁ ଏହି ସମୟରେ ଏକ ବଡ ପଥର ଉଦ୍ଧାର କାର୍ଯ୍ୟରେ ପ୍ରତିବନ୍ଧକ ସାଜିଥିଲା । ପଥର ଯୋଗୁଁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଥିବା ସୂଚନା ମିଳିଛି । ବର୍ତ୍ତମାନ ରେସ୍କ୍ୟୁ ଟିମ୍ ଏହି ପଥରକୁ କାଟିବାରେ ଲାଗି ପଡିଛନ୍ତି । ତେବେ କିଛି ସମୟ ମଧ୍ୟରେ ରାହୁଲକୁ ଉଦ୍ଧାର କରାଯିବ ବୋଲି କୁହାଯାଉଛି । ଭିଏଲସି ଲଗାଯାଇ ପିଲାଟିର ଗତିବିଧି ଉପରେ ନଜର ରଖାଯାଉଛି ।

ଆଲର୍ଟ ମୋଡରେ ମେଡିକାଲ ଟିମ୍

ରାହୁଲକୁ ପାଇପ ଯୋଗେ ଖାଦ୍ୟ, ପାଣି ଓ ଅକ୍ସିଜେନ ନିରନ୍ତର ଯୋଗାଇ ଦିଆଯାଉଛି । ୫ ଦିନ ଧରି ଜାରି ରହିଛି ରେସ୍କ୍ୟୁ ଅପରେସନ । ବର୍ତ୍ତମାନ ଜିଲ୍ଲା ପ୍ରଶାସନ, ଏନଡିଆରଏଫ ଏବଂ ଏସଡିଆରଏଫ ଟିମ୍ ସହ ଏସଇସିଏଲ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ସମସ୍ତେ ରାହୁଲଙ୍କୁ ଗାତ ମଧ୍ୟରୁ ଉଦ୍ଧାର ପାଇଁ ସମସ୍ତ ଚେଷ୍ଟା କରୁଛନ୍ତି । ସେପଟେ ଘଟଣାସ୍ଥଳରେ ମେଡିକାଲ ଟିମ୍ ମଧ୍ୟ ଆଲର୍ଟ ମୋଡରେ ରହିଛି । ଆମ୍ବୁଲାନ୍ସକୁ ପ୍ରସ୍ତୁତ ରଖାଯାଇଛି । ରାହୁଲ ବୋରୱେଲ ଭିତରୁ ବାହାରିବା ମାତ୍ରେ ତାକୁ ମେଡିକାଲ ନିଆଯିବ । ଯଥାଶ୍ରୀଘ୍ର ହସ୍ପିଟାଲରେ ପହଞ୍ଚିବା ପାଇଁ ଜାଞ୍ଜଗିର ଚାମ୍ପାରୁ ବିଳାସପୁରର ଆପୋଲ ହସ୍ପିଟାଲ ଯାଏଁ ଗ୍ରୀନ କରିଡର ବ୍ୟବସ୍ଥା କରାଯାଇଛି ।

ଟିକ୍‌ନିକ୍ ଅପଡେଟ ନେଉଛନ୍ତି ମୁଖ୍ୟମନ୍ତ୍ରୀ

ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ରେସ୍କ୍ୟୁ ଅପରେସନର ଟିକ୍‌ନିକ୍ ଅପଡେଟ ନେଉଛନ୍ତି । ପ୍ରଶାସନିକ ଅଧିକାରୀଙ୍କ ସହ ସେ ନିରନ୍ତର ଯୋଗାଯୋଗରେ ରହିଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ଯେ, ବର୍ତ୍ତମାନ ରେସ୍କ୍ୟୁ ସ୍ଥଳରେ ଡ୍ରିଲିଂ ମେସିନ ଦ୍ବାରା ଖନନ ବନ୍ଦ କରାଯାଇ ହାତରେ ଖନନ କରାଯାଉଛି । ରାହୁଲ ଉଦ୍ଧାର ହେବା ପରେ ତାକୁ ପ୍ରଥମେ ଆପୋଲ ହସ୍ପିଟାଲ ନିଆଯିବ । ଏଥିପାଇଁ ପ୍ରସ୍ତୁତ ଆମ୍ବୁଲାନ୍ସରେ ଭେଣ୍ଟିଲେଟର ସହ ସମସ୍ତ ଚିକିତ୍ସା ଉପକରଣ ରଖାଯାଇଛି । ଆମ୍ବୁଲାନ୍ସରେ ଡାକ୍ତରୀ ଟିମ୍ ପ୍ରାଥମିକ ଚିକିତ୍ସା କରିବେ ।

ଅନ୍ୟପଟେ ଗତକାଲି(ସୋମବାର) ରାତିରୁ ରାହୁଲ ଖାଦ୍ୟ ଗ୍ରହଣ କରିନାହିଁ ଏବଂ ହଲଚଲ ମଧ୍ୟ ହେଉନି । ରାହୁଲର ସୁରକ୍ଷା ପାଇଁ ଚାରିଆଡେ ପ୍ରାର୍ଥନା କରାଯାଉଛି । ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ପିଲାଟି ପାଇଁ ପ୍ରାର୍ଥନା କରିଛନ୍ତି । ସେ ସୋସିଆଲ ମିଡିଆ ସାଇଟରେ ରାହୁଲର ସୁରକ୍ଷା ପାଇଁ ଏକ ବାର୍ତ୍ତା ଲେଖିଛନ୍ତି । ପ୍ରକାଶଥାଉ କି, ଶୁକ୍ରବାର ଦ୍ବିପ୍ରହର ସମୟରେ ଛତିଶଗଡର ଜାଞ୍ଜଗିର-ଚାମ୍ପା ଅଞ୍ଚଳର ୧୦ ବର୍ଷୀୟ ରାହୁଲ ସାହୁ ନିଜ ଘର ବାରିପଟେ ଜମିରେ ଥିବା ବୋରୱେଲରେ ଖସି ପଡିଥିଲା । ପିଲାଟି ଖେଳୁଥିବା ସମୟରେ ପଡିଯାଇଥିଲା । ଏନେଇ ସୂଚନା ପାଇବା ମାତ୍ରେ ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲା ଜିଲ୍ଲା ପ୍ରଶାସନ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗୁଜୁରାଟରୁ ରୋବୋଟିକ ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.