ETV Bharat / bharat

କେବେ ମିଳିବ ଜମ୍ମୁ କାଶ୍ମୀରକୁ ରାଜ୍ୟ ପାହ୍ୟା ମାନ୍ୟତା ? କହିଲେ ଶାହ - home minister amit saha

ଲୋକସଭାରେ ଜମ୍ମୁ କାଶ୍ମୀର ପୁର୍ନଗଠନ (ସଂଶୋଧନ) ବିଲ 2021 କୁ ନେଇ ମତ ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଜାମ୍ମୁ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲର ରାଜ୍ୟ ସ୍ଥିତି ସହିତ କୌଣସି ସମ୍ପର୍କ ନାହିଁ । ଅଧିକ ପଢନ୍ତୁ...

jammu kasmir will get statehood
ଉପଯୁକ୍ତ ସମୟରେ ଜମ୍ମୁକାଶ୍ମୀରକୁ ରାଜ୍ୟ ପାହ୍ୟା ଦିଆଯିବ
author img

By

Published : Feb 13, 2021, 7:41 PM IST

ନୂଆଦିଲ୍ଲୀ: ଲୋକସଭାରେ ଜମ୍ମୁ କାଶ୍ମୀର ପୁର୍ନଗଠନ (ସଂଶୋଧନ) ବିଲ 2021 କୁ ନେଇ ମତ ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଶନିବାର ଗୃହମନ୍ତ୍ରୀ କହିଛନ୍ତି ଜାମ୍ମୁ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲର ରାଜ୍ୟ ସ୍ଥିତି ସହିତ କୌଣସି ସମ୍ପର୍କ ନାହିଁ । ଉପଯୁକ୍ତ ସମୟରେ ଜାମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦିଆଯିବ ବୋଲି ଗୃହମନ୍ତ୍ରୀ କହିଛନ୍ତି।

ଲୋକସଭାରେ ଜାମ୍ମୁ କାଶ୍ମୀର ପୁନର୍ଗଠନ (ସଂଶୋଧନ) 2021 ବିଲ୍ ଉପରେ ହୋଇଥିବା ଆଲୋଚନାର ଉତ୍ତରରେ ଗୃହମନ୍ତ୍ରୀ କହିଛନ୍ତି । ଏହି ବିଲରେ କୌଣସି ସ୍ଥାନରେ ଲେଖାଯାଇ ନାହିଁ ଜାମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ଦିଆଯିବନାହିଁ । ରାଜ୍ୟକୁ ଉପଯୁକ୍ତ ସମୟରେ ରାଜ୍ୟ ମାନ୍ୟତା ଦିଆଯିବ। ସେହିପରି ଜମ୍ମୁକାଶ୍ମୀରେ ଚାପରେ ସରକାର 4G ଇଣ୍ଟରନେଟ୍ ସୁବିଧା ପୁନଃ ସ୍ଥାପିତ କରିଛନ୍ତି ବୋଲି ଯେଉଁ ଅଭିଯୋଗ କରାଯାଇଛି ତାହା ଉପରେ ମଧ୍ୟ ଶାହ କହିଛନ୍ତି। ବିଦେଶୀମାନଙ୍କ ଚାପରେ 2G ରୁ 4G ଇଣ୍ଟରନେଟ୍ ସେବା କାର୍ଯ୍ୟକାରୀ କରାଯାଇଛି ବୋଲି ଅସଦୁଦ୍ଦିନ ଓୱେସି କହିଥିଲେ । ସେ ଜାଣନ୍ତି ନାହିଁ ଯେ ଏହା ୟୁପିଏ ସରକାର ନୁହେଁ, ଯାହାକୁ ସେ ସମର୍ଥନ କରୁଥିଲେ। ନରେନ୍ଦ୍ର ମୋଦୀଙ୍କ ସରକାରରେ ଦେଶ ପାଇଁ ନିଷ୍ପତ୍ତି ନିଅନ୍ତି ବୋଲି ଟାର୍ଗେଟ କରିଥିଲେ ଶାହ।

ଗୃହମନ୍ତ୍ରୀ କହିଛନ୍ତି ଯେ ମୁଁ ଏହି ଗୃହକୁ ପୁଣି ଥରେ କହିବାକୁ ଚାହେଁ, ଦୟାକରି ଜାମ୍ମୁ କାଶ୍ମୀରର ପରିସ୍ଥିତିକୁ ବୁଝନ୍ତୁ । ରାଜନୀତି କରିବାକୁ ଏପରି ବିବୃତ୍ତି ଦିଅନ୍ତୁନାହିଁ, ଯାହା ଜନସାଧାରଣଙ୍କୁ ବିଭ୍ରାନ୍ତ କରେ ବୋଲି ଶାହ କହିଛନ୍ତି ।

ଧାରା 370 ଉଚ୍ଛେଦ ପରେ ଜମ୍ମୁକାଶ୍ମୀରେର ପ୍ରଥମଥର ପାଇଁ ପଞ୍ଚାୟତ ନିର୍ବାଚନ କରାଯାଇଛି । ବିନା ଗୁଳିରେ ନିର୍ବାଚନ ହୋଇଛି । 51 ପ୍ରତିଶତ ଭୋଟଦାନ ହୋଇଛି । ଯେଉଁମାନେ ଧାରା 370 ବିରୋଧ କରି ନିର୍ବାଚନ ଲଢିଥିଲେ ସେମାନେ ସମସ୍ତେ ଫଳ ପାଇଛନ୍ତି । ସୂଚନାଥାଉଖି ଗତ 2019 ଅଗଷ୍ଟ 5 ତାରିଖରେ ଧାରା 370 ଉଚ୍ଛେଦ କରି ଜମ୍ମୁକାଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳଭାବେ କେନ୍ଦ୍ର ସରକାର ଘୋଷଣା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.