ଶ୍ରୀନଗର: ଜମ୍ମୁ କାଶ୍ମୀର ପୋଲିସକୁ ସଫଳତା । ହିଜବ ଉଲ ମୁଜାହିଦ୍ଦିନ ( Hizb-ul-Mujahideen) ଆତଙ୍କବାଦୀକୁ ଗିରଫ କଲା ପୋଲିସ । 2017 ମସିହାରୁ ସକ୍ରିୟ ଥିବା ଏହି ଆତଙ୍କବାଦୀକୁ ଗୁରୁବାର ଦିନ କର୍ଡନ ଏବଂ ସର୍ଚ୍ଚ ଅପରେସନ ସମୟରେ କାଶ୍ମୀରର ଅନନ୍ତନାଗ ଜିଲ୍ଲାର କୋକରନାଗ ଅଞ୍ଚଳରୁ ଗିରଫ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ:-ହରିଆଣାରୁ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ
ଆତଙ୍କୀ ଜଣଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ସହ ଗୁଳିଗୋଳା ଜବତ କରିଛି ପୋଲିସ । ଆତଙ୍କବାଦୀ ଜଣଙ୍କ ମୋହଦ ଇସାକ ସେରଗୋଜରି ନାମରେ ଜଣାଶୁଣା । ସେ ଅନନ୍ତନାଗ ଜିଲ୍ଲା ଭେରିନାଗର ନାଓଗମର ବାସିନ୍ଦା ହୋଇଥିବା ଜମ୍ମୁକାଶ୍ମୀର ପୋଲିସ ତରଫରୁ ସୂଚନା ଦିଆଯାଇଛି ।