ETV Bharat / bharat

ପାକିସ୍ତାନର ହୀନ ଉଦ୍ୟମ: ଭାରତ ସୀମାରେ ଆତଙ୍କୀକୁ ବଞ୍ଚାଇବାକୁ କଭର ଫାୟାର ଦେଇଥିଲା ପାକ୍ ସେନା - ବ୍ରିଗେଡିୟର ପିଏମଏସ୍ ଢିଲୋନ

ପାକିସ୍ତାନ ସେନାର ପୋଲ୍ ଖୋଲିଲା ଉରି ଏନକାଉଣ୍ଟର । ଗତକାଲି ଆତଙ୍କବାଦୀଙ୍କୁ ଭାରତୀୟ ସେନା କବଳରୁ ଖସାଇବାକୁ କଭର ଫାୟାର ଦେଇଥିଲା ପାକ୍ ସେନା । ଅଧିକ ପଢନ୍ତୁ

ପାକିସ୍ତାନର ହୀନ ଉଦ୍ୟମ
ପାକିସ୍ତାନର ହୀନ ଉଦ୍ୟମ
author img

By ETV Bharat Odisha Team

Published : Sep 17, 2023, 12:38 PM IST

ନୂଆଦିଲ୍ଲୀ: ପୁଣି ଧରାପଡିଛି ପାକ୍ ସେନାର ହୀନ ପ୍ରୟାସ । ପାକିସ୍ତାନ ସେନାର ସୁରକ୍ଷା ବଳୟ ଭିତରେ ଭାରତ ସୀମାରେ ପ୍ରବେଶ କରୁଛନ୍ତି ଆତଙ୍କବାଦୀ । ଗତକାଲିର ଉରି ଏନକାଉଣ୍ଟର ପଡୋଶୀ ସେନାର ମୁଖା ଖୋଲିଦେଇଛି । କାଲି ଉରିରେ ନିହତ ହୋଇଥିବା ୩ ଆତଙ୍କବାଦୀ ମଧ୍ୟରୁ ଜଣେ ଆତଙ୍କୀକୁ ଭାରତୀୟ ସେନା କବଳରୁ ଖସାଇବାକୁ ପାକିସ୍ତାନ ସେନା ପ୍ରୟାସ କରିଥିଲା । ଏଥିପାଇଁ ସୀମା ଆର ପଟୁ ପାକ୍ ସେନାର ଯବାନମାନେ ଭାରତୀୟ ସେନା ଆଡକୁ ପ୍ରବଳ ଫାୟାରିଂ କରିଥିଲେ । ହେଲେ ତାଙ୍କର ଏହି ଉଦ୍ୟମ ପଣ୍ଡ କରିଦେଇଥିଲେ ଭାରତୀୟ ଯବାନ । ଏନେଇ ସେନାର ପିର୍ ପଞ୍ଜାଲ କମାଣ୍ଡର ବ୍ରିଗେଡିୟର ପିଏମଏସ୍ ଢିଲୋନ ସୂଚନା ଦେଇଛନ୍ତି ।

ପାକିସ୍ତାନ ସେନା ଭାରତ ସୀମାରେ ଆତଙ୍କବାଦୀଙ୍କୁ ପ୍ରବେଶ କରାଇ ଆତଙ୍କ ଖେଳାଇବାକୁ ଚେଷ୍ଟା କରୁଛି । ପୂର୍ବରୁ ଅନେକ ଥର ଭାରତ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ପଡୋଶୀ ରାଷ୍ଟ୍ରର ଏଭଳି ଷଡଯନ୍ତ୍ର ଉପରୁ ପରଦା ଉଠାଇଛି । ବ୍ରିଗେଡିୟର ଢିଲୋନ କହିଛନ୍ତି ଯେ, କାଲି ଉରି ସହରର ନିୟନ୍ତ୍ରଣ ରେଖାରେ ୩ ଜଣ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ଉଦ୍ୟମ କରିଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ପାକ୍ ସେନା କଭର ଫାୟାର ଦେଇଥିଲା । ଜମ୍ମୁ-କାଶ୍ମୀର ପୋଲିସ ଓ ସେନା ମିଳିତ ଅପରେସନ କରି ପ୍ରଥମେ ୨ ଆତଙ୍କୀ ନିହତ କରିଥିଲେ ।

ଏହାମଧ୍ୟ ପଢନ୍ତୁ: Uri Encounter: ଉରିରେ ଏନକାଉଣ୍ଟର, ୩ ଆତଙ୍କୀ ନିହତ

ତୃତୀୟ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଥିବା ବେଳେ ସୀମା ଆରପଟୁ ପାକିସ୍ତାନ ପୋଷ୍ଟରୁ ପ୍ରବଳ ଗୁଳିମାଡ ହୋଇଥିଲା । ପାକ୍ ଯବାନ ସେହି ଆତଙ୍କୀଙ୍କୁ କଭର ଫାୟାର ଦେଇଥିଲେ । ଏହି ସୁଯୋଗରେ ଆତଙ୍କବାଦୀଟି ଜଙ୍ଗଲ ଭିତରେ ୩୦୦ରୁ ୪୦୦ ମିଟର ଦୂର ପାକିସ୍ତାନ ଆଡକୁ ପଳାଇ ଯାଇଥିଲା ଏବଂ ସେଠାରେ ଟଳି ପଡିଥିଲା । ତେବେ ତା'ର ସେଠି ମୃତ୍ୟୁ ହୋଇଯାଇଥିବା ଅନୁମାନ କରାଯାଉଛି । ପାକିସ୍ତାନ ସେନାର ଫାୟାରିଂ ପାଇଁ ମୃତଦେହ ଉଦ୍ଧାର କରାଯାଇପାରିନି । ଏହି ଏନକାଉଣ୍ଟର ପରେ ସ୍ଥାନୀୟ ଅଞ୍ଚଳରେ ପୂର୍ବାହ୍ନ ୨ଟା ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ ଜାରି ରହିଥିଲା ଏବଂ ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ପାକିସ୍ତାନୀ ଓ ଭାରତୀୟ ମୁଦ୍ରା ଜବତ କରାଯାଇଥିଲା ।

ଆତଙ୍କବାଦୀଙ୍କ ସହ ପ୍ରଥମେ ସକାଳ ୬ଟା ୪୦ରୁ ୮ଟା ୪୦ ଯାଏଁ ପ୍ରାୟ ୨ ଘଣ୍ଟା ଧରି ଗୁଳି ବିନିମୟ ଚାଲିଥିଲା । ଏହି ଅପରେସନରେ ଭାରତୀୟ ସେନା ୟୁବିଜିଏଲ, ଏମଜିଏଲଏସ ଓ ରକେଟ ଲଞ୍ଚର ବ୍ୟବହାର କରିଥିଲେ । ଏହାପରେ ୯ଟା ୨୫ରୁ ଦ୍ବିତୀୟ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଏହା ପ୍ରାୟ ଅଧ ଘଣ୍ଟା ଧରି ଚାଲିଥିଲା ଏବଂ ଏଥିରେ ଜଣେ ଆତଙ୍କବାଦୀକୁ ନିପାତ କରିଥିଲେ ଯବାନ । ଏହି ସମୟରେ ଆହତ ହୋଇଥିବା ତୃତୀୟ ଆତଙ୍କବାଦୀଙ୍କୁ ପାକ୍ ସେନାର କଭର ଫାୟାର ଦେଇ ଖସାଇବାକୁ ଚେଷ୍ଟା କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.