ଶ୍ରୀନଗର: ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ମ୍ୟୁନିସିପାଲିଟି କାଉନସିଲରଙ୍କ ପିରବାରକୁ ଭେଟିଲେ ଜମ୍ମୁକାଶ୍ମୀର ଉପ ରାଜ୍ଯପାଳ । ଜାମ୍ମୁ କାଶ୍ମୀର ଏଲ.ଜି ମନୋଜ ସିହ୍ନା ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା କାଉନସିଲର ରାକେଶ ପଣ୍ଡିତାଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।
ପୂର୍ବ ସୂଚନା ଅନୁସାରେ ଜୁନ୍ 2 ରେ ପୁଲୱାମାର ଟ୍ରାଲରେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିଲେ ମ୍ୟୁନିସିପାଲିଟି କାଉନସିଲର ରାକେଶ ପଣ୍ଡିତା । ସେ ସରକାରୀ କର୍ମଚାରୀ ହୋଇଥିବାରୁ ତାଙ୍କୁ ଏକ୍ସଟ୍ରା ଗ୍ରାଟିଆ ବାବଦରେ ତାଙ୍କ ପରିବାରକୁ 40 ଲକ୍ଷ ଟଙ୍କା ଆର୍ଥିକ ରାଶି ପ୍ରଦାନ କରାଯାଇଛି । ତେବେ ଉପରାଜ୍ୟପାଳ ସିହ୍ନା ରାକେଶଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ସହ ସମବେଦନା ଜଣାଇଥିବା ଦେଖିବାକୁ ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ