ETV Bharat / bharat

ଚଳିତ ବର୍ଷ କାଶ୍ମୀରରେ ୪୦ ବିଦେଶୀ ଆତଙ୍କବାଦୀ ନିପାତ: ଜାମ୍ମୁ ଓ କାଶ୍ମୀର ପୋଲିସ ଡିଜି

author img

By

Published : Oct 30, 2022, 10:53 PM IST

ଚଳିତ ବର୍ଷ କାଶ୍ମୀରରେ ୪୦ ବିଦେଶୀ ଆତଙ୍କବାଦୀ ନିପାତ ହୋଇଛନ୍ତି (40 foreign militants killed in Kashmir this year) । ଏନେଇ ସୂଚନା ଦେଇଛନ୍ତି ଜାମ୍ମୁ ଓ କାଶ୍ମୀର ପୋଲିସ ଡିଜି (J&K Director General of Police) । ଅଧିକ ପଢ଼ନ୍ତୁ

ଚଳିତ ବର୍ଷ କାଶ୍ମୀରରେ ୪୦ ବିଦେଶୀ ଆତଙ୍କବାଦୀ ନିପାତ: ଜାମ୍ମୁ ଓ କାଶ୍ମୀର ପୋଲିସ ଡିଜି
ଚଳିତ ବର୍ଷ କାଶ୍ମୀରରେ ୪୦ ବିଦେଶୀ ଆତଙ୍କବାଦୀ ନିପାତ: ଜାମ୍ମୁ ଓ କାଶ୍ମୀର ପୋଲିସ ଡିଜି

ଶ୍ରୀନଗର: ଚଳିତ ବର୍ଷ କାଶ୍ମୀରରେ ୪୦ ବିଦେଶୀ ଆତଙ୍କବାଦୀ ନିପାତ ହୋଇଛନ୍ତି (40 foreign militants killed in Kashmir this year) । ଶ୍ରୀନଗରରେ ଏକ ପୋଲିସ ସମାରୋହରେ ଏନେଇ ସୂଚନା ଦେଇଛନ୍ତି ଜାମ୍ମୁ ଓ କାଶ୍ମୀର ପୋଲିସ ଡିଜି (J&K Director General of Police) । ତେବେ କାଶ୍ମୀରର ସମସ୍ତ ଆତଙ୍କବାଦୀ ସଂଗଠନ ଏବେ ନେତୃତ୍ବ ସଙ୍କଟର ସମ୍ମୁଖୀନ ହେଉଛନ୍ତି ବୋଲି କହିଛନ୍ତି ଡିଜିପି ଦିଲବାଗ ସିଂହ ।

ଶ୍ରୀନଗରରେ ଅନୁଷ୍ଠିତ ଏକ ପୋଲିସ ସମାରୋହରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ଡିଜିପି ଦିଲବାଗ ସିଂହ କହିଛନ୍ତି, "ଚଳିତ ବର୍ଷ କାଶ୍ମୀରରେ ୪୦ ବିଦେଶୀ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ଏହା ସହିତ କାଶ୍ମୀର ସୀମାରେଖା ଓ ପୀର ପଞ୍ଜଲ ନିକଟରେ ଅନେକ ଅନୁପ୍ରବେଶକାରୀଙ୍କ ପ୍ରଚେଷ୍ଟାକୁ ମଧ୍ୟ ସୀମା ସୁରକ୍ଷା ବାହିନୀ ପଣ୍ଡ କରିଦେଇଛି । ବିଦେଶୀ ଆତଙ୍କବାଦ ସଂଗଠନ ଆମ ଦେଶର ଯୁବକଙ୍କୁ ଆତଙ୍କବାଦୀ ବନିବା ପାଇଁ ପ୍ରଲୋଭିତ କରୁଛନ୍ତି । ସେଥିପାଇଁ ବିଦେଶୀ ଆତଙ୍କବାଦୀଙ୍କୁ ନିପାତ କରିବାରେ ବିଶେଷ ଧ୍ୟାନ ଦିଆଯାଉଛି ।"

ବର୍ତ୍ତମାନ କାଶ୍ମୀର ଘାଟିରେ ଅନେକ ଆତଙ୍କୀ ସଂଗଠନ ସକ୍ରିୟ ରହିଛନ୍ତି । ତେବେ ଆତଙ୍କବାଦୀଙ୍କର ଟାର୍ଗେଟ କିଲିଂକୁ ନେଇ ଡିଜି କହିଛନ୍ତି, "ଭାରତରେ ସାମ୍ପ୍ରଦାୟିକ ସଦ୍‌ଭାବନାକୁ ଭଣ୍ଡୁର କରିବା ପାଇଁ ବିଦେଶୀ ଆତଙ୍କୀ ସଂଗଠନ ତରଫରୁ ବାରମ୍ବାର ଟାର୍ଗେଟ କିଲିଂ କରାଯାଉଛି । ଭାରତର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା କାଶ୍ମୀରବାସୀଙ୍କୁ ଟାର୍ଗେଟ କରିବା ପାଇଁ ସାଧାରଣ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି ଷଡଯନ୍ତ୍ର କରାଯାଉଛି ।" ତେବେ ଭାରତୀୟ ନାଗରିକ ଏନେଇ ସଜାଗ ରହିଛନ୍ତି ବୋଲି ଡିଜିପି ଦିଲବାଗ ସିଂହ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.