ETV Bharat / bharat

ଜାମ୍ମୁ-କାଶ୍ମୀରରେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା - ବିଜେପି କର୍ମୀଙ୍କୁ ଆତଙ୍କୀଙ୍କ ଗୁଳିମାଡ

ଜାମ୍ମୁ-କାଶ୍ମୀରର ତ୍ରାଲ ଅଞ୍ଚଳରେ ବିଜେପି ନେତା ରାକେଶ ପଣ୍ଡିତଙ୍କୁ ଗୁଳିକରି ହତ୍ୟା କଲେ ଆତଙ୍କୀ । ଗୁଳିମାଡରେ ବିଜେପି ନେତାଙ୍କ ଜଣେ ବନ୍ଧୁଙ୍କ ଝିଅ ମଧ୍ୟ ଆହତ । ପୋଲିସ ମୁଖପାତ୍ରଙ୍କ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

ଜାମ୍ମୁ-କାଶ୍ମୀରୀରେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା

author img

By

Published : Jun 3, 2021, 7:35 AM IST

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ବିଜେପି ନେତାଙ୍କୁ ହତ୍ୟା । ତିନି ଜଣ ଆତଙ୍କୀ ବିଜେପି କାଉନସିଲର ରାକେଶ ପଣ୍ଡିତଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ବୁଧବାର ରାତି ପ୍ରାୟ 10 ଟା 30 ସମୟରେ ଏହି କାଣ୍ଡ ଘଟିଛି । ଗୁଳିମାଡରେ ରାକେଶଙ୍କ ଜଣେ ବନ୍ଧୁଙ୍କ ଝିଅ ମଧ୍ୟ ଗୁରତର ଆହତ ହୋଇଛନ୍ତି ।

ଜାମ୍ମୁ-କାଶ୍ମୀରୀରେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା
ଜାମ୍ମୁ-କାଶ୍ମୀରୀରେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା

ପୋଲିସ ମୁଖପାତ୍ରଙ୍କ ସୂଚନା ଅନୁସାରେ, କାଉନସିଲର ରାକେଶ ପଣ୍ଡିତଙ୍କୁ ଦୁଇ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ(PSO) ସୁରକ୍ଷା ଦେବା ସହ ଶ୍ରୀନଗର ଠାରେ ସୁରକ୍ଷିତ ବାସସ୍ଥାନ ଯୋଗାଇ ଦିଆଯାଇଥିଲା । ଗୁଳିକାଣ୍ଡ ସମୟରେ ପିଏସଓଙ୍କ ବିନା ପଣ୍ଡିତ ଦକ୍ଷିଣ କାଶ୍ମୀରର ତ୍ରାଲ ଅଞ୍ଚଳସ୍ଥିତ ନିଜ ଗାଁକୁ ବୁଲିବାକୁ ଯାଇଥିଲେ । ଏହାର ସୁଯୋଗରେ ତିନି ଜଣ ଆତଙ୍କୀ ତାଙ୍କ ଉପରେ ଗୁଳିଚାଳନା କରିଥିଲେ । ଗୁରୁତର ଅବସ୍ଥାରେ ରାକେଶ ପଣ୍ଡିତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଗୁଳିକାଣ୍ଡ ସମୟରେ ତାଙ୍କର ଜଣେ ବନ୍ଧୁଙ୍କ ଝିଅ ମଧ୍ୟ ଗୁରତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏଥିସହ ଗୁଳିମାଡ ସମୟରେ କାହିଁକି କୌଣସି ସୁରକ୍ଷାକର୍ମୀ ନଥିଲେ ଏବଂ କିପରି ସ୍ଥିତିରେ ଏହି ଅପରାଧ ଘଟିଲା ତାହା ଜାଣିବା ପାଇଁ ପୋଲିସ ଅଧିକାରୀ ଛାନଭିନ୍ କରୁଛନ୍ତି । ଜାମ୍ମୁ-କାଶ୍ମୀରର ଉପରାଜ୍ୟପାଳ ମନୋଜ ସିଂହା ବିଜେପି ନେତାଙ୍କୁ ଏଭଳି ଗୁଳିମାଡ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ମହେବୁବା ମୁଫତି ମଧ୍ୟ ଘଟଣାରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।

ସୂଚନାଥାଉ କି, ଗତ ବର୍ଷ ମଧ୍ୟରେ 5 ଜଣ ବିଜେପି ନେତାଙ୍କୁ ଆତଙ୍କବାଦୀ ହତ୍ୟା କରିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ନେତାଙ୍କୁ କଡା ସୁରକ୍ଷା ଯୋଗାଇ ଦିଆଯାଇଥିବା ସତ୍ତ୍ବେ ବି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.