ETV Bharat / bharat

Amarnath Yatra 2023: ଜୁଲାଇ ୧ରୁ ଅମରନାଥ ଯାତ୍ରା, ଏହି ତାରିଖରୁ ହେବ ପଞ୍ଜିକରଣ

author img

By

Published : Apr 15, 2023, 10:42 AM IST

ଆସନ୍ତା ଜୁଲାଇ ୧ରୁ ହେବ ପ୍ରସିଦ୍ଧ ଅମରନାଥ ଯାତ୍ରା । ଚଳିତ ବର୍ଷ ୬୨ ଦିନ ଧରି ଚାଲିବ ପବିତ୍ର ଯାତ୍ରା । କେଉଁ ଦିନରୁ ହେବ ପଞ୍ଜିକରଣ ଜାଣନ୍ତୁ ।

Amarnath Yatra 2023
Amarnath Yatra 2023

ଶ୍ରୀନଗର: ପୁଣି ଅମରନାଥରେ ଲାଗିବ ଭକ୍ତଙ୍କ ଭିଡ । ଚଳିତ ବର୍ଷ ପ୍ରସିଦ୍ଧ ଅମରନାଥ ଯାତ୍ରା ପାଇଁ ତାରିଖ ଘୋଷଣା କରାଯାଇଛି । ଆସନ୍ତା ଜୁଲାଇ ୧ ତାରିଖରେ ଆରମ୍ଭ ହେବ ଅମରନାଥ ଯାତ୍ରା । ଏଥିପାଇଁ ୧୭ ଏପ୍ରିଲରୁ ଇଚ୍ଛୁକ ବ୍ୟକ୍ତି ପଞ୍ଜିକରଣ କରିପାରିବେ । ଅମରନାଥ ଯାତ୍ରା ଜୁଲାଇ ୧ରୁ ଆରମ୍ଭ ହୋଇ ଅଗଷ୍ଟ ୩୧ରେ ଶେଷ ହେବ । ଏନେଇ ଅମରନାଥଜୀ ଶ୍ରୀକ୍ଷେତ୍ର ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ୬୨ ଦିନ ହେବାକୁ ଥିବା ଯାତ୍ରାକୁ ସୁଚାରୁରୂପେ କରିବା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

  • Amarnath Yatra to commence on 1st July, it will end on August 31; registration for the yatra through offline & online modes to begin from 17th April.

    — ANI (@ANI) April 14, 2023 " class="align-text-top noRightClick twitterSection" data=" ">

ଅମରନାଥ ଯାତ୍ରାକୁ ନେଇ ଶ୍ରାଇନ ହୋର୍ଡର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ କହିଛନ୍ତି,"ଏପ୍ରିଲ ୧୭ରୁ ପଞ୍ଜିକରଣ ଆରମ୍ଭ ହେବ । ପ୍ରତିଦିନ ୫୦୦ଜଣ ଯାତ୍ରୀ ଅମରନାଥ ଦର୍ଶନ କରିପାରିବେ । ଦୁଇଟି ମାର୍ଗରେ ସୁରକ୍ଷା ବ୍ୟବସ୍ଥା ଭିତରେ ଅମରନାଥ ଦର୍ଶନ କରିବେ ।" ତେବେ ଏହା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ଜମ୍ମୁ କାଶ୍ମୀର ଗସ୍ତରେ ଯାଇଥିଲେ । ଏନେଇ ସୁରକ୍ଷା ବୈଠକ ଆୟୋଜିତ ହୋଇଥିଲା । ଏହି ବୈଠକରେ ଜମ୍ମୁ କାଶ୍ମୀର ଡିଜିପିଙ୍କ ସହ ଅନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ । ସୂଚନା ଅନୁସାରେ, ଅମରନାଥଜୀ ଶ୍ରାଇନ ବୋର୍ଡ ସକାଳ ଏବଂ ସନ୍ଧ୍ୟା ଆଳତୀ ସିଧାପ୍ରସାରଣ କରିବ । ୬୨ଦିନ ଯାଏଁ ଚାଲିବ ଏହି ଅମରନାଥ ଯାତ୍ରା ।

ଏହା ମଧ୍ୟ ପଢନ୍ତୁ: Y20 କନ୍‌ସଲଟେସନ୍ ସମ୍ମିଳନୀ ଉଦଘାଟିତ, ଶାନ୍ତ ସମୃଦ୍ଧ ବିଶ୍ୱ ଗଠନରେ ଯୁବପିଢିଙ୍କ ଗୁରୁଦାୟିିତ୍ୱ ରହିଛି କହିଲେ ଚୌବେ

ଏହା ମଧ୍ୟ ପଢନ୍ତୁ: Most Famous Athletes: ବିଶ୍ବର ଲୋକପ୍ରିୟ ଆଥେଲେଟ ଟପ୍-10ରେ କୋହଲି, ଫେଡରର-ନାଡାଲ ପଛରେ ପଡ଼ିଲେ

ଉପରାଜ୍ୟପାଳ ମନୋଜ ସିହ୍ନା ଅମରନାଥଜୀ ଶ୍ରାଇନବୋର୍ଡର ୪୪ତମ ବୈଠକରେ ଯୋଗଦେଇଥିଲେ । ଏଥରେ ୨୦୨୩ ବର୍ଷର ଅମରନାଥ ଯାତ୍ରା ପାଇଁ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ଶ୍ରାଇନ ବୋର୍ଡର ଅଧ୍ୟକ୍ଷ ରହିଛନ୍ତି । ତୀର୍ଥଯାତ୍ରୀମାନେ କିଭଳି ସୁବିଧାରେ ଅମରନାଥ ଯାତ୍ରା କରିପାରିବେ ସେନେଇ ସବୁ ଦୃଷ୍ଟିରୁ ଆଲୋଚନା କରାଯାଇଥିଲା । ଯାତ୍ରା ପାଇଁ ପଞ୍ଜିକରଣ, ହେଲିକପ୍ଟର ସେବା, ସେବା ପ୍ରଦାନକାରୀ, ଭ୍ରମଣ ଶିବିର, ଲଙ୍ଗର / ଏନଜିଓ ସେବା, ଯାତ୍ରୀ / ସେବା ପ୍ରଦାନକାରୀଙ୍କ ପାଇଁ ବୀମା କଭର ଇତ୍ୟାଦି ଅନ୍ତର୍ଭୁକ୍ତ କରାଯାଇଥିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତିବର୍ଷ ଅନନ୍ତନାଗ ଜିଲ୍ଲାର ହିମାଳୟ ଗୁମ୍ଫା ମନ୍ଦିରକୁ ଯାତ୍ରା ଆୟୋଜିତ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.